ମମତାଙ୍କ ଇସ୍ତଫାକୁ ନେଇ ଅଡି ବସିଛି ଭାଜପା, ଦିଲ୍ଲୀ ଯିବେ ରାଜ୍ୟପାଳ, କରିବେ ଶାହାଙ୍କ ସହ ସିକ୍ରେଟ୍ ମିଟିଂ
ନୂଆଦିଲ୍ଲୀ,୧୯।୮: କୋଲକାତାର ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଅନେକ ସ୍ଥାନରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ଏକ ରାଜନୈତିକ ମଞ୍ଚରେ ପରିଣତ ହୋଇଛି। ଶାସକ ଟିଏମସି ଏବଂ ବିରୋଧୀ ଭାଜପାର ନେତାମାନେ ପରସ୍ପର ଉପରେ ଆକ୍ରମଣ କରିବାର ସୁଯୋଗ ଛାଡୁନାହାଁନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଭାଜପା ସିଧାସଳଖ ଦାବି […] The post ମମତାଙ୍କ ଇସ୍ତଫାକୁ ନେଇ ଅଡି ବସିଛି ଭାଜପା, ଦିଲ୍ଲୀ ଯିବେ ରାଜ୍ୟପାଳ, କରିବେ ଶାହାଙ୍କ ସହ ସିକ୍ରେଟ୍ ମିଟିଂ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୮: କୋଲକାତାର ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଅନେକ ସ୍ଥାନରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ଏକ ରାଜନୈତିକ ମଞ୍ଚରେ ପରିଣତ ହୋଇଛି। ଶାସକ ଟିଏମସି ଏବଂ ବିରୋଧୀ ଭାଜପାର ନେତାମାନେ ପରସ୍ପର ଉପରେ ଆକ୍ରମଣ କରିବାର ସୁଯୋଗ ଛାଡୁନାହାଁନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଭାଜପା ସିଧାସଳଖ ଦାବି କରିଛି। ଅନ୍ୟପକ୍ଷରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ କେନ୍ଦ୍ର ସ୍ବରାଷ୍ଟ୍ର ଅମିତ ଶାହାଙ୍କୁ ଭେଟିବାକୁ ବାହାରିପଡ଼ିଛନ୍ତି। ଶାହାଙ୍କ ସହ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇପାରେ ବୋଲି କୁହାଯାଉଛି।
ଏହି ସମୟରେ ଏକ ଉତ୍ସରୁ ବଡ ରାଜନୈତିକ ଖବର ଆସୁଛି। ଆର୍.ଜି କର ହସ୍ପିଟାଲରେ ବଳାତ୍କାର-ହତ୍ୟା ମାମଲାରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ପଠାଇ ସାରିଛନ୍ତି। ସୋମବାର ଦିଲ୍ଲୀରେ ପହଞ୍ଚିବା ପରେ ସେ ଅମିତ ଶାହାଙ୍କୁ ଭେଟିବାର ସମ୍ଭାବନା ରହିଛି।
ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟ ତଥା ଦେଶର ଡାକ୍ତରଙ୍କ ସୁରକ୍ଷା ପ୍ରସଙ୍ଗରେ ବିଭିନ୍ନ ବର୍ଗର ଲୋକମାନେ ରାଜରାସ୍ତାକୁ ବାହାରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ରାଜ୍ୟପାଳଙ୍କ ବୈଠକରେ ଏହି ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି।
ଦିଲ୍ଲୀରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି। ଦଳ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ କୋଲକାତାର ଜଣେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକାଣ୍ଡର ଅପରାଧୀଙ୍କୁ ବଞ୍ଚାଇବା ପାଇଁ ତାଙ୍କ ନିର୍ଦ୍ଦେଶରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରାଯାଉଛି।
The post ମମତାଙ୍କ ଇସ୍ତଫାକୁ ନେଇ ଅଡି ବସିଛି ଭାଜପା, ଦିଲ୍ଲୀ ଯିବେ ରାଜ୍ୟପାଳ, କରିବେ ଶାହାଙ୍କ ସହ ସିକ୍ରେଟ୍ ମିଟିଂ appeared first on Dharitri Odia News.