ମମତାଙ୍କ ପଶ୍ଚିମବଙ୍ଗରେ ଅଡ଼ୁଆରେ କଂଗ୍ରେସ, ରାହୁଲଙ୍କ ରାଲିକୁ ମିଳିଲାନି ଅନୁମତି

କୋଲକାତା: ଇଣ୍ଡିଆ ମେଣ୍ଟ ନାଁରେ କିଛି ଦିନ ହେବ ଏକାଠି ନଜର ଆସିଥିବା କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ମତଭେଦ ଓ ତିକ୍ତତା ବଢିବାରେ ଲାଗିଛି। ଆସାମ ପରେ ପଶ୍ଚିମବଙ୍ଗରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ନେଇ ବିବାଦ ଉପୁଜିଛି। ପଶ୍ଚିମବଙ୍ଗ ପ୍ରଶାସନ ରାହୁଲଙ୍କୁ ଜନସଭା କରିବାକୁ ଅନୁମତି ଦେବାକୁ ମନା କରି ଦେଇଛି। ରବିବାର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସିଲିଗୁଡିରେ ଏକ ଜନସଭା ଆୟୋଜନ ହେବାର ଥିଲା। ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ନ ମିଳିବାରୁ ଏହାକୁ ବାତିଲ୍ କରାଯାଇଛି। କଂଗ୍ରେସ ନେତାଙ୍କ କହିବା କଥା ପରବର୍ତ୍ତୀ ଜନସଭା ଅଲିପୁରଦ୍ଵାରର କାଲାକାଟାରେ ହେବାର ଅଛି, ମାତ୍ର ଏହାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି। ଏହି ଜନସଭାକୁ ମଧ୍ୟ ଅନୁମତି ନ ମିଳିବାର ଆଶଙ୍କା ଦେଖା ଦେଇଛି। Also read- ଅଯୋଧ୍ୟାରେ ବିପକ୍ଷ ନେତାଙ୍କ ଉପସ୍ଥିତି ସେମାନଙ୍କୁ ଅଜାଣତରେ ମୋଦିଙ୍କ ସମର୍ଥକ ଭୂମିକାରେ ଛିଡା କରିଥାନ୍ତା : ଥରୁର ସିଲିଗୁଡିର ପୋଲିସ ମୁଖ୍ୟ ସି ସୁଧାକର କହିଛନ୍ତି, ଜାନୁଆରୀ ୨୮ ତାରିଖ ରବିବାର ଦିନ ଦୁଇଟି ପରୀକ୍ଷା ହେବାର ଅଛି। ଏଥିରେ ପୋଲିସ ନିଯୁକ୍ତି ପରୀକ୍ଷା ବି ସାମିଲ୍। ତେଣୁ ଲାଉଡସ୍ପିକର ବଜାଇବା ଓ ଭିଡ଼ ଏକଜୁଟ ହେବାକୁ ଅନୁମତି ଦେଇ ପାରିବୁ ନାହିଁ। ପରୀକ୍ଷା ତାରିଖ ପୂର୍ବରୁ ନିର୍ଦ୍ଧାରିତ ଥିଲା।  ଜନସଭାର ଯୋଜନା ପରେ ଜଣାଗଲା। ଉଲ୍ଲେଖନୀୟ ଆସାମ ପରେ ଭାରତ ଯୋଡ

ମମତାଙ୍କ ପଶ୍ଚିମବଙ୍ଗରେ ଅଡ଼ୁଆରେ କଂଗ୍ରେସ, ରାହୁଲଙ୍କ ରାଲିକୁ ମିଳିଲାନି ଅନୁମତି

କୋଲକାତା: ଇଣ୍ଡିଆ ମେଣ୍ଟ ନାଁରେ କିଛି ଦିନ ହେବ ଏକାଠି ନଜର ଆସିଥିବା କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ମତଭେଦ ଓ ତିକ୍ତତା ବଢିବାରେ ଲାଗିଛି। ଆସାମ ପରେ ପଶ୍ଚିମବଙ୍ଗରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ନେଇ ବିବାଦ ଉପୁଜିଛି। ପଶ୍ଚିମବଙ୍ଗ ପ୍ରଶାସନ ରାହୁଲଙ୍କୁ ଜନସଭା କରିବାକୁ ଅନୁମତି ଦେବାକୁ ମନା କରି ଦେଇଛି। ରବିବାର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସିଲିଗୁଡିରେ ଏକ ଜନସଭା ଆୟୋଜନ ହେବାର ଥିଲା। ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ନ ମିଳିବାରୁ ଏହାକୁ ବାତିଲ୍ କରାଯାଇଛି। କଂଗ୍ରେସ ନେତାଙ୍କ କହିବା କଥା ପରବର୍ତ୍ତୀ ଜନସଭା ଅଲିପୁରଦ୍ଵାରର କାଲାକାଟାରେ ହେବାର ଅଛି, ମାତ୍ର ଏହାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି। ଏହି ଜନସଭାକୁ ମଧ୍ୟ ଅନୁମତି ନ ମିଳିବାର ଆଶଙ୍କା ଦେଖା ଦେଇଛି।

Also read- ଅଯୋଧ୍ୟାରେ ବିପକ୍ଷ ନେତାଙ୍କ ଉପସ୍ଥିତି ସେମାନଙ୍କୁ ଅଜାଣତରେ ମୋଦିଙ୍କ ସମର୍ଥକ ଭୂମିକାରେ ଛିଡା କରିଥାନ୍ତା : ଥରୁର

ସିଲିଗୁଡିର ପୋଲିସ ମୁଖ୍ୟ ସି ସୁଧାକର କହିଛନ୍ତି, ଜାନୁଆରୀ ୨୮ ତାରିଖ ରବିବାର ଦିନ ଦୁଇଟି ପରୀକ୍ଷା ହେବାର ଅଛି। ଏଥିରେ ପୋଲିସ ନିଯୁକ୍ତି ପରୀକ୍ଷା ବି ସାମିଲ୍। ତେଣୁ ଲାଉଡସ୍ପିକର ବଜାଇବା ଓ ଭିଡ଼ ଏକଜୁଟ ହେବାକୁ ଅନୁମତି ଦେଇ ପାରିବୁ ନାହିଁ। ପରୀକ୍ଷା ତାରିଖ ପୂର୍ବରୁ ନିର୍ଦ୍ଧାରିତ ଥିଲା।  ଜନସଭାର ଯୋଜନା ପରେ ଜଣାଗଲା। ଉଲ୍ଲେଖନୀୟ ଆସାମ ପରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ମଝିରେ ରାହୁଲ ଗାନ୍ଧୀ ଦୁଇ ଦିନ ବିଶ୍ରାମ ନେଇ ଦିଲ୍ଲୀ ଯାଇଥିଲେ। ଏବେ ସେ ଦିଲ୍ଳୀରୁ ଫେରି ଆସିଛନ୍ତି। ଜାନୁଆରୀ ୨୮ରୁ ପୁଣି ଥରେ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ଯାତ୍ରା ଜଲପାଇଗୁଡ଼ି, ଅଲିପୁରଦ୍ଵାର, ଉତ୍ତର ଦିନାଜପୁର, ଦାର୍ଜିଲିଂ ଦେଇ ଆଗକୁ ବଢିବ। ଏହା ପରେ ବିହାରରେ ଯାତ୍ରା ପ୍ରବେଶ କରିବ।

ଗୋଟିଏ ପଟେ ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ନିଜର ଯାତ୍ରାର ପ୍ରସ୍ତୁତି କରୁଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟ ଅନେକ ଜିଲ୍ଲାରେ ଜନସଭା ରହିଛି। ମମତା ଘୋଷଣା କରି ସାରିଛନ୍ତି ଯେ, ତାଙ୍କ ପାର୍ଟି ରାଜ୍ୟରେ ଲୋକସଭା ନିର୍ବାଚନ ଏକାକୀ ନିଜ ଦମରେ ଲଢିବ।

The post ମମତାଙ୍କ ପଶ୍ଚିମବଙ୍ଗରେ ଅଡ଼ୁଆରେ କଂଗ୍ରେସ, ରାହୁଲଙ୍କ ରାଲିକୁ ମିଳିଲାନି ଅନୁମତି appeared first on Prameya News7.