ମମତାଙ୍କ ଫର୍ମୁଲା ଦୋହରାଇଲା ବିଜେପି : ପ୍ରଥମ ପର୍ଯ୍ୟାୟ କସରତ ଶେଷ, ନାମାଙ୍କନ ଦାଖଲ କଲେ ସୁଜିତ କୁମାର

କନକବ୍ୟୁରୋ : ମମତା ମହନ୍ତଙ୍କ ଷ୍ଟାଇଲରେ ରାଜ୍ୟସଭା ଯିବେ ସୁଜିତ କୁମାର। ଏଥିପାଇଁ ନାମାଙ୍କନ ଭରିଛନ୍ତି ସୁଜିତ କୁମାର । ଏଥିସହ ବିଜେପି ଟିକେଟରେ ରାଜ୍ୟସଭା ଯିବା ମଧ୍ୟ ସ୍ପଷ୍ଟ ହୋଇଛି। କାରଣ ସଂଖ୍ୟା ଦୃଷ୍ଟିରୁ ବିଜେପି ହାତରେ ରାଜ୍ୟସଭା ସିଟ୍ ଥିବାରୁ ସୁଜିତଙ୍କ ପାଇଁ ବାଟ ସହଜ ହୋଇଯାଇଛି । ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ ସୁଜିତ କୁମାର। ଏପ୍ରିଲ, ୨୦୨୬ରେ ତାଙ୍କ କାର୍ଯ୍ୟକାଳ  ସରୁଛି। ତେବେ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର ।  ଯାହା ପରେ ଖାଲିପଡ଼ିଥିଲା ଏହି ପଦବୀ । ଇସ୍ତଫା ପରେ ଦିଲ୍ଲୀରେ ବିଜେପିରେ ସାମିଲ ହୋଇଥିଲେ । ଯାହା ପରେ ବିଜେପି ଟିକେଟରୁ ପୁଣିଥରେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପଟେ ନାମାଙ୍କନ ଭରିବା ପରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟସଭାପତିଙ୍କୁ ଧନ୍ୟବାଦ୍ ଦେଉଛନ୍ତି ସୁଜିତ କୁମାର।  ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ୧୦ ରାଜ୍ୟସଭା ଆସନରୁ ବିଜେପି ହାତରେ ରହିଛି ୩ ଆସନ । ଅର୍ଥାତ ବିଜେଡି ହାତରେ ରହିଛି ୭ଟି ରାଜ୍ୟସଭା ଆସନ । ତେବେ ଚର୍ଚ୍ଚା ହେଉଛି, ବିଜେଡିର ଆଉ ଜଣେ ଦୁଇଜଣ ସାଂସଦ ବିଜେପି ସଂସ୍ପର୍ଶରେ ଅଛନ୍ତି। ଖୁବଶୀଘ୍ର ଏମାନେ ବିଜେଡି ଛାଡ଼ି ବିଜେପିରେ ମିଶିପାରନ୍ତି। ଯଦି ଏପରି ସ୍ଥିତି ଉପୁଜେ, ତାହେଲେ ଦିଲ୍ଲୀରେ ବିଜେଡିର ସ୍ଥିତି ଆହୁରି ଦୁର୍ବଳ । ଡିସେମ୍ବର ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡ଼ିଥିବ

ମମତାଙ୍କ ଫର୍ମୁଲା ଦୋହରାଇଲା ବିଜେପି : ପ୍ରଥମ ପର୍ଯ୍ୟାୟ କସରତ ଶେଷ, ନାମାଙ୍କନ ଦାଖଲ କଲେ ସୁଜିତ କୁମାର

କନକବ୍ୟୁରୋ : ମମତା ମହନ୍ତଙ୍କ ଷ୍ଟାଇଲରେ ରାଜ୍ୟସଭା ଯିବେ ସୁଜିତ କୁମାର। ଏଥିପାଇଁ ନାମାଙ୍କନ ଭରିଛନ୍ତି ସୁଜିତ କୁମାର । ଏଥିସହ ବିଜେପି ଟିକେଟରେ ରାଜ୍ୟସଭା ଯିବା ମଧ୍ୟ ସ୍ପଷ୍ଟ ହୋଇଛି। କାରଣ ସଂଖ୍ୟା ଦୃଷ୍ଟିରୁ ବିଜେପି ହାତରେ ରାଜ୍ୟସଭା ସିଟ୍ ଥିବାରୁ ସୁଜିତଙ୍କ ପାଇଁ ବାଟ ସହଜ ହୋଇଯାଇଛି । ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ ସୁଜିତ କୁମାର। ଏପ୍ରିଲ, ୨୦୨୬ରେ ତାଙ୍କ କାର୍ଯ୍ୟକାଳ  ସରୁଛି। ତେବେ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର । 

ଯାହା ପରେ ଖାଲିପଡ଼ିଥିଲା ଏହି ପଦବୀ । ଇସ୍ତଫା ପରେ ଦିଲ୍ଲୀରେ ବିଜେପିରେ ସାମିଲ ହୋଇଥିଲେ । ଯାହା ପରେ ବିଜେପି ଟିକେଟରୁ ପୁଣିଥରେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପଟେ ନାମାଙ୍କନ ଭରିବା ପରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟସଭାପତିଙ୍କୁ ଧନ୍ୟବାଦ୍ ଦେଉଛନ୍ତି ସୁଜିତ କୁମାର।  ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ୧୦ ରାଜ୍ୟସଭା ଆସନରୁ ବିଜେପି ହାତରେ ରହିଛି ୩ ଆସନ ।

ଅର୍ଥାତ ବିଜେଡି ହାତରେ ରହିଛି ୭ଟି ରାଜ୍ୟସଭା ଆସନ । ତେବେ ଚର୍ଚ୍ଚା ହେଉଛି, ବିଜେଡିର ଆଉ ଜଣେ ଦୁଇଜଣ ସାଂସଦ ବିଜେପି ସଂସ୍ପର୍ଶରେ ଅଛନ୍ତି। ଖୁବଶୀଘ୍ର ଏମାନେ ବିଜେଡି ଛାଡ଼ି ବିଜେପିରେ ମିଶିପାରନ୍ତି। ଯଦି ଏପରି ସ୍ଥିତି ଉପୁଜେ, ତାହେଲେ ଦିଲ୍ଲୀରେ ବିଜେଡିର ସ୍ଥିତି ଆହୁରି ଦୁର୍ବଳ । ଡିସେମ୍ବର ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡ଼ିଥିବା ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ଏଥିରେ ଓଡ଼ିଶାର ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ।