ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି କହିଲା TMC

ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି କହିଲା TMC

ଘରେ ପଡ଼ିଯିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ କୋଲକାତାର SSKM ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ଓ ଷ୍ଟିଚ୍ ପରେ ଅଧିକ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରେ ସେ ନିଜ ଘରକୁ ଫେରିଛନ୍ତି। ମମତାଙ୍କ ଆହତ ସଂପର୍କିତ କିଛି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର କରିଛି ତୃଣମୂଳ କଂଗ୍ରେସ। ମମତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଦଳ ସମସ୍ତଙ୍କୁ ଅନୁରୋଧ କରିଥିଲା। 

ତେବେ କେଉଁ ପରିସ୍ଥିତିରେ ସେ ପଡ଼ିଗଲେ, ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି, ଟ୍ରେଡ୍ ମିଲରେ ୱାକ୍ କରୁଥିବାବେଳେ ମମତା ଖସିପଡ଼ିଥିଲେ। ମୁଣ୍ଡରେ ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ମମତାଙ୍କ ସହିତ ତାଙ୍କ ପୁତୁରା ଓ ପରିବାରର ଅନ୍ୟ ସଦସ୍ୟମାନେ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

ଅଧିକ ପଢ଼ନ୍ତୁ: ଗ୍ୟାସ୍‌ ଟ୍ୟାଙ୍କରକୁ ଧକ୍କା ଦେଲା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍, ଚୁରମାର ହୋଇଗଲା