୩୨ଟି ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ହେବ ଦେଶର ବିମାନଗୁଡ଼ିକୁ ମିଛ ବୋମା ଧମକ ଦେବା ଘଟଣା ଜାରି ରହିଥିବା ବେଳେ ପୁଣି ମଙ୍ଗଳବାର(୨୯ ଅକ୍ଟୋବର ୨୦୨୪) ୩୨ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଛି। ଏହା ପୂର୍ବରୁ ଗତକାଲି କୋଲକାତା ଆଯଆସ କରୁଥିବା ୭ ବିମାନକୁ ସୋସିଆଲ୍ ମିଡିଆରେ ବୋମା ଧମକ ମିଳିଥିଲା। ତେବେ ବିମାନଗୁଡ଼ିକୁ ଏମିତି ବାରମ୍ବାର ଧମକ ମିଳୁଥିବା ଯୋଗୁ ଜାତୀୟ ତଦନ୍ତକାରୀ ସଂସ୍ଥା ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି।ଏନ୍‌ଆଇଏର ସୂଚନା ଅନୁସାରେ, ବିମାନଗୁଡ଼ିକୁ ଗତ ଦୁଇ ସପ୍ତାହରେ ୪୦୦ଟି ମିଛ ବୋମା ଧମକ ମିଳିସାରିଛି। ଯାହାକୁ ନେଇ ସାରା ଦେଶରେ ଯାତ୍ରୀଙ୍କ ସୁରକ୍ଷା ଚିନ୍ତାର କାରଣ ପାଲଟିଛି। ବାରମ୍ବାର ଏଭଳି ଧମକ ମିଳିବା ପରେ ତଦନ୍ତୁରୁ କଲ୍‌ ଗୁ଼ଡ଼ିକୁ ବିଦେଶରୁ ଆସୁଥିବା ଏନ୍‌ଆଇଏ ସାଇବର ସେଲ୍ ଜାଣିବାକୁ ପାଇଛି। ତା’ସହିତ ଏମିତି ମିଛ ଧମକ କାହିଁକି ଆସୁଛି ତାହା ଜାଣିବାକୁ ତଦନ୍ତ ଜାରି ରଖିଛି।  ଏଭଳି ମିଛ କଲ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଗତ ସପ୍ତାହରେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏକ ସୂଚନା ପ୍ରଦାନ କରି ଦେଶର ଆଇଟି ନିୟମ ଏବଂ ଭାରତୀୟ ନ୍ୟାୟ ସିଂହିତା ଆଇନୁ ପାଳନ କରି ମିଛ ବୋମା ଧମକ ପୋଷ୍ଟଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଷ୍ଟ ନ ହଟାଇଲେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ଚେତାବ

୩୨ଟି ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ହେବ ଦେଶର ବିମାନଗୁଡ଼ିକୁ ମିଛ ବୋମା ଧମକ ଦେବା ଘଟଣା ଜାରି ରହିଥିବା ବେଳେ ପୁଣି ମଙ୍ଗଳବାର(୨୯ ଅକ୍ଟୋବର ୨୦୨୪) ୩୨ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଛି। ଏହା ପୂର୍ବରୁ ଗତକାଲି କୋଲକାତା ଆଯଆସ କରୁଥିବା ୭ ବିମାନକୁ ସୋସିଆଲ୍ ମିଡିଆରେ ବୋମା ଧମକ ମିଳିଥିଲା। ତେବେ ବିମାନଗୁଡ଼ିକୁ ଏମିତି ବାରମ୍ବାର ଧମକ ମିଳୁଥିବା ଯୋଗୁ ଜାତୀୟ ତଦନ୍ତକାରୀ ସଂସ୍ଥା ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି।

ଏନ୍‌ଆଇଏର ସୂଚନା ଅନୁସାରେ, ବିମାନଗୁଡ଼ିକୁ ଗତ ଦୁଇ ସପ୍ତାହରେ ୪୦୦ଟି ମିଛ ବୋମା ଧମକ ମିଳିସାରିଛି। ଯାହାକୁ ନେଇ ସାରା ଦେଶରେ ଯାତ୍ରୀଙ୍କ ସୁରକ୍ଷା ଚିନ୍ତାର କାରଣ ପାଲଟିଛି। ବାରମ୍ବାର ଏଭଳି ଧମକ ମିଳିବା ପରେ ତଦନ୍ତୁରୁ କଲ୍‌ ଗୁ଼ଡ଼ିକୁ ବିଦେଶରୁ ଆସୁଥିବା ଏନ୍‌ଆଇଏ ସାଇବର ସେଲ୍ ଜାଣିବାକୁ ପାଇଛି। ତା’ସହିତ ଏମିତି ମିଛ ଧମକ କାହିଁକି ଆସୁଛି ତାହା ଜାଣିବାକୁ ତଦନ୍ତ ଜାରି ରଖିଛି।  

ଏଭଳି ମିଛ କଲ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଗତ ସପ୍ତାହରେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏକ ସୂଚନା ପ୍ରଦାନ କରି ଦେଶର ଆଇଟି ନିୟମ ଏବଂ ଭାରତୀୟ ନ୍ୟାୟ ସିଂହିତା ଆଇନୁ ପାଳନ କରି ମିଛ ବୋମା ଧମକ ପୋଷ୍ଟଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଷ୍ଟ ନ ହଟାଇଲେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ଚେତାବନୀ ଜାରି କରିଥିଲେ।