ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୭ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭାଜପା ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନ (ଇସି) ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଗତ ୧୫ ତାରିଖରେ ହଳଦିଆଠାରେ ଏକ ସାଧାରଣ ସଭାରେ ଅଭିଜିତ ମମତାଙ୍କୁ ଅପମାନିତ କଲା ଭଳି ମନ୍ତବ୍ୟ ଦେଇଥିଲେ। ଏନେଇ ତୃଣମୂଳ କଂଗ୍ରେସର ଅଭିଯୋଗ ଆଧାରରେ ଇସି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନୋଟିସ୍‌ରେ ଇସି ଅଭିଜିତଙ୍କ ଅନୁଚିତ, ଅବିବେକପୂର୍ଣ୍ଣ ଓ ଅଶୋଭନୀୟ ମନ୍ତବ୍ୟକୁ ନିନ୍ଦା କରିବା […] The post ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ଭାଜପା ପ୍ରାର୍ଥୀ appeared first on Dharitri Odia News.

ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୭ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭାଜପା ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନ (ଇସି) ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଗତ ୧୫ ତାରିଖରେ ହଳଦିଆଠାରେ ଏକ ସାଧାରଣ ସଭାରେ ଅଭିଜିତ ମମତାଙ୍କୁ ଅପମାନିତ କଲା ଭଳି ମନ୍ତବ୍ୟ ଦେଇଥିଲେ। ଏନେଇ ତୃଣମୂଳ କଂଗ୍ରେସର ଅଭିଯୋଗ ଆଧାରରେ ଇସି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନୋଟିସ୍‌ରେ ଇସି ଅଭିଜିତଙ୍କ ଅନୁଚିତ, ଅବିବେକପୂର୍ଣ୍ଣ ଓ ଅଶୋଭନୀୟ ମନ୍ତବ୍ୟକୁ ନିନ୍ଦା କରିବା ସହ ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କହିଛନ୍ତି। ୨୦ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ ଭାଜପା ପ୍ରାର୍ଥୀଙ୍କୁ କୁହାଯାଇଛି। ଅଭିଜିତଙ୍କୁ ଭାଜପା ପଶ୍ଚିମବଙ୍ଗର ତମଲୁକ ଆସନରୁ ପ୍ରାର୍ଥୀ କରିଛି।

The post ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ଭାଜପା ପ୍ରାର୍ଥୀ appeared first on Dharitri Odia News.