ମମତାଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ

ବେଗୁସରାଇ,୪।୮: ଦିନିକିଆ ଗସ୍ତରେ ବେଗୁସରାଇରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କରିଛନ୍ତି। ମମତା ଉନ୍‌ଙ୍କ ଭଳି କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ, ଗିରିରାଜ ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସେ ଉଦ୍ଧବଙ୍କୁ ଅହମ୍ମଦଙ୍କ ସହ ତୁଳନା କରିଥିଲେ। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ […] The post ମମତାଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ appeared first on Dharitri Odia News.

ମମତାଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ

ବେଗୁସରାଇ,୪।୮: ଦିନିକିଆ ଗସ୍ତରେ ବେଗୁସରାଇରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କରିଛନ୍ତି। ମମତା ଉନ୍‌ଙ୍କ ଭଳି କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ, ଗିରିରାଜ ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସେ ଉଦ୍ଧବଙ୍କୁ ଅହମ୍ମଦଙ୍କ ସହ ତୁଳନା କରିଥିଲେ।
ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି, ଯିଏ ଚୋର ତାଙ୍କ ପାଇଁ ସମସ୍ତେ ଚୋର ପରି ଦେଖାଯାଆନ୍ତି। ଭୋଟ ପାଇଁ ଉଦ୍ଧବ ତାଙ୍କ ପିତାଙ୍କ ମୂଲ୍ୟ ଭୁଲିଯାଇଛନ୍ତି। ସେ ନିଜକୁ ଅହମ୍ମଦ ବୋଲି ପରିଚୟ ଦେଉଛନ୍ତି। ମୁସଲମାନ ଭୋଟ ପାଇଁ ବାଲାସାହେବ ଠାକରେଙ୍କ ଜୀବନର ଉପାର୍ଜନ ମାଟିରେ ମିଶାଇ ଦେଇଛନ୍ତି।
ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଜାତୀୟ କଂଗ୍ରେସ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜି ଅଯୋଧ୍ୟାରେ ଜଣେ ଝିଅଙ୍କ ସହ ବଳାତ୍କାର ଘଟଣା ଘଟିଛି। କିନ୍ତୁ ବିରୋଧୀଦଳ ନେତାମାନେ ଏହା ଉପରେ କହିବା ଉଚିତ୍‌ ମନେ କରୁନାହାଁନ୍ତି, କାରଣ ଅଯୋଧ୍ୟା ନାବାଳିକାକୁ ବଳାତ୍କାର କରିଥିବା ଅଭିଯୁକ୍ତମାନେ ମୁସଲମାନ। ସେଥିପାଇଁ ରାହୁଲ ଗାନ୍ଧୀଙ୍କ ମୁହଁ ବନ୍ଦ ହୋଇଯାଇଛି।

The post ମମତାଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ appeared first on Dharitri Odia News.