ମମତାଙ୍କୁ ନାଲି ଆଖି ଦେଖାଇଲେ ବେଙ୍ଗଲ ଆଳୁ ବ୍ୟବସାୟୀ, କହିଲେ ରପ୍ତାନୀ ବନ୍ଦ…
କୋଲକାତା,୧୬।୮: ଓଡ଼ିଶାକୁ ଆଳୁ ବନ୍ଦ କରିବା ପରେ ଏବେ ଅଡୁଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଦିଙ୍କୁ ନାଲିଆଖି ଦେଖାଇଛନ୍ତି ବେଙ୍ଗଲ ଆଳୁ ବ୍ୟବସାୟୀ। ଓଡ଼ିଶା ପରି ପଶ୍ଚିମବଙ୍ଗରେ ମଧ୍ୟ ଆଳୁ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। କାରଣ ଦିଦିଙ୍କୁ ଆଳୁ ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି ଯେ, ଓଡ଼ିଶାକୁ ଆଳୁ ନ ଦେଲେ ସାରା ଦେଶକୁ ରପ୍ତାନୀ ବନ୍ଦ କରିଦେବୁ। ଦୁଇ ରାଜ୍ୟ ମଧ୍ୟରେ ଆଳୁ ବିବାଦର ଶୀଘ୍ର ସମାଧାନ ନହେଲେ ଦେଶର […] The post ମମତାଙ୍କୁ ନାଲି ଆଖି ଦେଖାଇଲେ ବେଙ୍ଗଲ ଆଳୁ ବ୍ୟବସାୟୀ, କହିଲେ ରପ୍ତାନୀ ବନ୍ଦ… appeared first on Dharitri Odia News.
କୋଲକାତା,୧୬।୮: ଓଡ଼ିଶାକୁ ଆଳୁ ବନ୍ଦ କରିବା ପରେ ଏବେ ଅଡୁଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଦିଙ୍କୁ ନାଲିଆଖି ଦେଖାଇଛନ୍ତି ବେଙ୍ଗଲ ଆଳୁ ବ୍ୟବସାୟୀ। ଓଡ଼ିଶା ପରି ପଶ୍ଚିମବଙ୍ଗରେ ମଧ୍ୟ ଆଳୁ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। କାରଣ ଦିଦିଙ୍କୁ ଆଳୁ ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି ଯେ, ଓଡ଼ିଶାକୁ ଆଳୁ ନ ଦେଲେ ସାରା ଦେଶକୁ ରପ୍ତାନୀ ବନ୍ଦ କରିଦେବୁ।
ଦୁଇ ରାଜ୍ୟ ମଧ୍ୟରେ ଆଳୁ ବିବାଦର ଶୀଘ୍ର ସମାଧାନ ନହେଲେ ଦେଶର ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ ଚେତାବନୀ ଦେଇଛି ପଶ୍ଚିମବଙ୍ଗ ପ୍ରଗତିଶୀଳ ଅଳୁ ବ୍ୟବସାୟୀ ସମିତି ସଂଘ । ଏନେଇ ବାଙ୍କୁରା ଜିଲାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟର ୨୫୦ ଜଣ ଆଳୁ ବ୍ୟବସାୟୀ ଯୋଗଦେଇଥିଲେ। ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆଲୋଚନା ସଫଳ ନ ହେଲେ ରାଜ୍ୟର ୪୭୦ ଶୀତଳ ଭଣ୍ଡରରେ ଥିବା ଆଳୁ କଢାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସୂଚନାଥାଉ କି, ପଶ୍ଚିମବଙ୍ଗର ବିଭିନ୍ନ ଶୀତଳ ଭଣ୍ଡରରେ ଏବେ ୮ କୋଟି ୬୯ ଲକ୍ଷ ବସ୍ତା ଆଳୁ ଗଚ୍ଛିତ ରହିଛି ।
The post ମମତାଙ୍କୁ ନାଲି ଆଖି ଦେଖାଇଲେ ବେଙ୍ଗଲ ଆଳୁ ବ୍ୟବସାୟୀ, କହିଲେ ରପ୍ତାନୀ ବନ୍ଦ… appeared first on Dharitri Odia News.