ମରଣଯନ୍ତା ପାଲଟିଛି ମୁଖ୍ୟ ରାସ୍ତା: ମରାମତି ନେଇ ଅନିଶ୍ଚିତତା
ଦାରିଙ୍ଗବାଡି,୬।୬(ଅରୁଣ ସାହୁ): ରାସ୍ତା ସମ୍ପ୍ରସାରଣର ୪ ବର୍ଷ ବିତିଛି। କିନ୍ତୁ ରକ୍ଷଣବେକ୍ଷଣ ଅଭାବ ଯୋଗୁ ଏବେ ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କ। ପ୍ରକାଶ ଯେ, କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକର ଅତି ଦୁର୍ଗମ ପଞ୍ଚାୟତ ସିର୍କାବର୍ଗକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ସାଧାରଣ ଟିକିଏ ବର୍ଷା ହେଲେ ଖାଲଖମା ରାସ୍ତାରେ ପାଣି ଭର୍ତ୍ତି ହୋଇ ଛୋଟ ଛୋଟ ପୋଖରୀର ଭ୍ରମ ସୃଷ୍ଟି କରୁଛି। ସେହି ରାସ୍ତାରେ ବାଇକ ହେଉ କି […] The post ମରଣଯନ୍ତା ପାଲଟିଛି ମୁଖ୍ୟ ରାସ୍ତା: ମରାମତି ନେଇ ଅନିଶ୍ଚିତତା appeared first on Dharitri Odia News.
ଦାରିଙ୍ଗବାଡି,୬।୬(ଅରୁଣ ସାହୁ): ରାସ୍ତା ସମ୍ପ୍ରସାରଣର ୪ ବର୍ଷ ବିତିଛି। କିନ୍ତୁ ରକ୍ଷଣବେକ୍ଷଣ ଅଭାବ ଯୋଗୁ ଏବେ ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କ। ପ୍ରକାଶ ଯେ, କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକର ଅତି ଦୁର୍ଗମ ପଞ୍ଚାୟତ ସିର୍କାବର୍ଗକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ସାଧାରଣ ଟିକିଏ ବର୍ଷା ହେଲେ ଖାଲଖମା ରାସ୍ତାରେ ପାଣି ଭର୍ତ୍ତି ହୋଇ ଛୋଟ ଛୋଟ ପୋଖରୀର ଭ୍ରମ ସୃଷ୍ଟି କରୁଛି। ସେହି ରାସ୍ତାରେ ବାଇକ ହେଉ କି ଅଟୋ, ମିନି ଟ୍ରକ, ଲଷ୍ମୀ ବସ ଯାତାୟତରେ ବହୁ ସମସ୍ୟା ଦେଖାଯାଇଛି। ଅଧିକାଂଶ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ତୁରନ୍ତ ଉକ୍ତ ରାସ୍ତାକୁ ମରାମତି କରାଯିବାକୁ ଅଞ୍ଚଳର କୈଳାଶ ବଳିୟାର ସିଂ, କାଳୀ ବଳିୟାରସିଂ,ସରପଞ୍ଚ ଚିରଞ୍ଜୀବି ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।
The post ମରଣଯନ୍ତା ପାଲଟିଛି ମୁଖ୍ୟ ରାସ୍ତା: ମରାମତି ନେଇ ଅନିଶ୍ଚିତତା appeared first on Dharitri Odia News.