ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣୁଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର
ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ): ସେ ହେଉଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟାଙ୍ଗ ସେବକ। ନା ସେ ଠିକ୍ଭାବେ ଚାଲିପାରୁଛନ୍ତି, ନା ଠିକ୍ ଭାବେ କାମ କରିପାରୁଛନ୍ତି, ତଥାପି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ସେବା ପାଇବା ଲାଗି ତାଙ୍କ ମନ ବ୍ୟାକୁଳ। ମହାପ୍ରଭୁଙ୍କର ଏପରି ଜଣେ ଅନନ୍ୟ ସେବକ ହେଉଛନ୍ତି ବେଗୁନିଆ ବ୍ଲକ ରାଉତରାପଡ଼ାର କାର୍ତ୍ତିକେଶ୍ୱର ପରିଡ଼ା। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବଡ଼ସିଂହାର ବେଶ […] The post ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣୁଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର appeared first on Dharitri Odia News.
ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ): ସେ ହେଉଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟାଙ୍ଗ ସେବକ। ନା ସେ ଠିକ୍ଭାବେ ଚାଲିପାରୁଛନ୍ତି, ନା ଠିକ୍ ଭାବେ କାମ କରିପାରୁଛନ୍ତି, ତଥାପି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ସେବା ପାଇବା ଲାଗି ତାଙ୍କ ମନ ବ୍ୟାକୁଳ। ମହାପ୍ରଭୁଙ୍କର ଏପରି ଜଣେ ଅନନ୍ୟ ସେବକ ହେଉଛନ୍ତି ବେଗୁନିଆ ବ୍ଲକ ରାଉତରାପଡ଼ାର କାର୍ତ୍ତିକେଶ୍ୱର ପରିଡ଼ା। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବଡ଼ସିଂହାର ବେଶ ଲାଗି ଗୀତଗୋବିନ୍ଦ ଶ୍ଳୋକ ଲେଖାଥିବା ପାଟବସ୍ତ୍ର ବୁଣୁଛନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ୱେ ସେ ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି। କାନ୍ଥବାଡ଼କୁ ଧରି ସେ ଚଳପ୍ରଚଳ କରୁଥିବା ବେଳେ ଅନ୍ୟର ସାହାଯ୍ୟ ନେଇଥାନ୍ତି। ରାତିପାହିଲେ ନିତ୍ୟକର୍ମ ସାରି ସେ ତନ୍ତ ନିକଟରେ ପହଞ୍ଚତ୍ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ବୁଣିବାରେ ବ୍ୟସ୍ତ ରୁହନ୍ତି। ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ଭୋକଶୋଷ ଭୁଲି ଭକ୍ତି, ସମର୍ପଣ ଭାବେ ବସ୍ତ୍ର ବୁଣିବାରେ ବ୍ୟସ୍ତ ରହିଥାନ୍ତି। ବସ୍ତ୍ର ବୁଣିବା ବେଳେ ଜୟଦେବଙ୍କ ଗୀତଗୋବିନ୍ଦ, ମହାପ୍ରଭୁଙ୍କ ଛବି ତାଙ୍କ ମନରେ ଭାସିଉଠେ। ସେ କୁହନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ମନ ବ୍ୟାକୁଳ ରହିଥାଏ। ମୋତେ ଚାଲିବା ଲାଗି ଅନ୍ୟର ସାହାରା ଆବଶ୍ୟକ। ଏଣୁ ଦର୍ଶନ ପାଇଁ ମନରେ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଯିବା ସମ୍ଭବ ନୁହେଁ। ଏହି ପାଟବସ୍ତ୍ର ବୁଣିବା ମାଧ୍ୟମରେ ମହାପ୍ରଭୁଙ୍କୁ ଅନୁଭବ କରୁଛି। ଆମର ତନ୍ତି ପରିବାର। ତନ୍ତ ଚାଲିଲେ ପରିବାର ଚଳେ। ତେବେ ମହାପ୍ରଭୁ ମୋ ଦୁଃଖ ଶୁଣି ମୋ ସମ୍ପର୍କୀୟ ମାମୁ ଗୋପିନାଥ ଦାସଙ୍କ ଜରିଆରେ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ବୁଣିବାର ସୁଯୋଗ ଦେଲେ। ପୂର୍ବରୁ ମୁଁ ସୂତାଲୁଗା ବୁଣାବୁଣି କରୁଥିଲି। ତେବେ ଦିନେ ମହାପ୍ରଭୁଙ୍କ କିଭଳି ଦର୍ଶନ ମିଳିବ ସେ ଦୁଃଖରେ ଲୁହ ଗଡ଼ାଇ ଚାଲିଥାଏ। ଏହି ସମୟରେ ଦେବଦୂତ ଭଳି ଗୋପିନାଥ ମାମୁ ଆମ ଘରକୁ ଆସିି କାହିଁକି ମୁହଁ ଶୁଖାଇ ବସିଛୁ ବୋଲି ପଚାରିଲେ। ମୁଁ କିଛି କହିବା ପୂର୍ବରୁ ସେ ବଡ଼ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବାକୁ କହିଲେ। ମହାପ୍ରଭୁଙ୍କ ଦର୍ଶନ ନ ମିଳିଲେ ନାର୍ହି, ପାଟବସ୍ତ୍ର ବୁଣିବାର ତ ସୁଯୋଗ ମିଳିଲା। ତେଣୁ ଖୁସିରେ ଆତ୍ମବିଭୋର ହୋଇପଡ଼ିଲି। ମହାପ୍ରଭୁଙ୍କ ଅପାର କରୁଣାକୁ ସ୍ମରଣକରି ବସ୍ତ୍ର ବୁଣିବା ଆରମ୍ଭ କରିଥିଲି। ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବା ବେଳେ ପ୍ରତ୍ୟେକ ଶବ୍ଦ ନିର୍ଭୁଲ ଯେପରି ହେବ, ସେଥିପ୍ରତି ଦୃଷ୍ଟି ଦେଇଥାଏ। ଗୋଟିଏ ଶବ୍ଦ ଉଚ୍ଚାରଣ ଭୁଲ୍ ହୋଇଗଲେ ପାଟବସ୍ତ୍ର ନଷ୍ଟ ହୋଇଯିବ। ପ୍ରଥମେ ବୁଣିବା ବେଳେ ମନରେ ଭୟ ରହୁଥିଲା, କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରୁ କୌଣସି ଅଘଟଣ ଘଟିନାହିଁ। ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣିବା ଦିନଠୁ ମୁଁ ନିଜକୁ ଦିବ୍ୟାଙ୍ଗ ବୋଲି କେବେ ଭାବିନାହିଁ। ଗୀତଗୋବିନ୍ଦ ପାଟବସ୍ତ୍ର ବୁଣିବା ବେଳେ ମହାପ୍ରଭୁଙ୍କୁ ଅନୁଭବ କରିଥାଏ। ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କ ସେବାରେ ଲାଗିଛି। ମୋ’ ହାତଲୁଗା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିପାରୁଛି ତାହା ହିଁ ମୋ ପାଇଁ ସବୁଠୁ ବଡ଼ ଖୁସି ଓ ସୌଭାଗ୍ୟର କଥା ବୋଲି କାର୍ତ୍ତିକେଶ୍ୱର ପ୍ରକାଶ କରିଛନ୍ତି।
The post ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣୁଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର appeared first on Dharitri Odia News.