ରୁଦ୍ର ମହାରଥୀଙ୍କ ବିପକ୍ଷରେ ଲଢ଼ିବେ ପତ୍ନୀ, ସ୍ବାଧୀନ ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ
ପିପିଲି: ରୁଦ୍ର ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହେଲେ ପତ୍ନୀ ଜାଗୃତି। ଗତକାଲି ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି । ଏ କଥା ଜଣାପଡ଼ିବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପତ୍ନୀ ଜାଗୃତି ପଣ୍ଡା। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ତେବେ ଜାଗୃତି କାହିଁକି ସ୍ବାଧୀନ ପ୍ରାର୍ଥୀ ଭାବେ ସ୍ବାମୀଙ୍କ ବିରୋଧରେ ଲଢ଼ିବାକୁ ମନସ୍ଥ କଲେ ? ସେ ନେଇ ମୁହଁ ଖୋଲିନାହାନ୍ତି । ସେହିଭଳି ଏନେଇ ରୁଦ୍ରଙ୍କ ପ୍ରତିକ୍ରିୟା ମଧ୍ୟ ମିଳି ନାହିଁ । କୁହାଯାଉଛି, ସ୍ବାମୀ ରୁଦ୍ର ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ଥିଲେ କାଳେ ନାକଚ ହୋଇଯିବ, ସେଥିପାଇଁ ଜାଗୃତି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଉ ଯଦି ରୁଦ୍ରଙ୍କ ନାମାଙ୍କନ ପତ୍ର ନାକଚ ନହୁଏ, ତା’ହେଲେ ଜାଗୃତି ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବେ ବୋଲି ଚର୍ଚ୍ଚା ହେଉଛି।
ପିପିଲି: ରୁଦ୍ର ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହେଲେ ପତ୍ନୀ ଜାଗୃତି। ଗତକାଲି ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି । ଏ କଥା ଜଣାପଡ଼ିବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ପତ୍ନୀ ଜାଗୃତି ପଣ୍ଡା। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ତେବେ ଜାଗୃତି କାହିଁକି ସ୍ବାଧୀନ ପ୍ରାର୍ଥୀ ଭାବେ ସ୍ବାମୀଙ୍କ ବିରୋଧରେ ଲଢ଼ିବାକୁ ମନସ୍ଥ କଲେ ? ସେ ନେଇ ମୁହଁ ଖୋଲିନାହାନ୍ତି । ସେହିଭଳି ଏନେଇ ରୁଦ୍ରଙ୍କ ପ୍ରତିକ୍ରିୟା ମଧ୍ୟ ମିଳି ନାହିଁ । କୁହାଯାଉଛି, ସ୍ବାମୀ ରୁଦ୍ର ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ଥିଲେ କାଳେ ନାକଚ ହୋଇଯିବ, ସେଥିପାଇଁ ଜାଗୃତି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଉ ଯଦି ରୁଦ୍ରଙ୍କ ନାମାଙ୍କନ ପତ୍ର ନାକଚ ନହୁଏ, ତା’ହେଲେ ଜାଗୃତି ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବେ ବୋଲି ଚର୍ଚ୍ଚା ହେଉଛି।