ଭିଏତନାମରେ ଭୟଙ୍କର ଝଡ଼ ତୋଫାନ; ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୩୪ ଜଣ ମୃତ
ନୂଆଦିଲ୍ଲୀ ୨୦।୦୭; ଭିଏତନାମରେ ଭୟଙ୍କର ବୋଟ୍ ଡ୍ରାଜେଡି। ଝଡ଼ ତୋଫାନରେ ବୁଡ଼ିଗଲା ପର୍ଯ୍ୟଟକ ବୋଟ୍ । ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ନିଖୋଜ ଅଛନ୍ତି।ଭିଏତନାମର ୱାଣ୍ଡର ସି’ ହା ଲଙ୍ଗ ବେ’ ରେ ଦୁର୍ଘଟଣା ଘଟିଛି। ଯେଉଁଥିରେ ୪୮ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ। ଏକ ପର୍ଯ୍ୟଟକ ନୌକା ଅଚାନକ ଝଡ଼ତୋଫାନ ସମୟରେ ଓଲଟି ପଡ଼ିବାରୁ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି।ଅନ୍ୟପଟେ ଅନେକେ ନିଖୋଜ ରହିଛନ୍ତି । ମୃତକଙ୍କ ଭିତରେ ୮ ଜଣ ଶିଶୁ ଅଛନ୍ତି । ଡଙ୍ଗାରେ ୪୮ରୁ ଅଧିକ ଯାତ୍ରୀ ଥିଲେ। ଅଧିକାଂଶ ଯାତ୍ରୀଙ୍କ ହାନୋଇର ବାସିନ୍ଦା ଥିଲେ । ୟୁନେସ୍କୋ ପର୍ଯ୍ୟଟନ ସ୍ଥଳି ଭ୍ରମଣରେ ଥିଲା ନୌକା । ଭିଏତନାମର ଜନପ୍ରିୟ ପର୍ଯ୍ୟଟନ ସ୍ଥଳୀ ହା ଲଙ୍ଗ ବେ’ରେ ଶନିବାର ଅପରାହ୍ନରେ ଅଚାନକ ଝଡ଼ତୋଫାନ ସହ ପ୍ରବଳ ବର୍ଷା ମାଡ଼ି ଆସିଥିଲା । ଫଳରେ ବୋଟଟି ଓଲଟିପଡ଼ିବାରୁ ଅଘଟଣ ଘଟିଥିଲା । ଉଦ୍ଧାରକାରୀମାନେ ଡଙ୍ଗା ବୁଡ଼ିଥିବା ସ୍ଥାନରୁ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ । ଲୋକଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟ ବାଳକ ମଧ୍ୟ ଥିଲା, ଯାହାକୁ ଓଲଟି ପଡ଼ିଥିବା ଡଙ୍ଗାରେ ଫସି ରହିବାର ଚାରି ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା। ସେହି ସମୟରେ, ଭିଏତନାମ ପାଣିପାଗ ବିଭାଗ ଝଡ଼ ସତର୍କତା ମଧ୍ୟ ଜାରି କରିଛି।
ନୂଆଦିଲ୍ଲୀ ୨୦।୦୭; ଭିଏତନାମରେ ଭୟଙ୍କର ବୋଟ୍ ଡ୍ରାଜେଡି। ଝଡ଼ ତୋଫାନରେ ବୁଡ଼ିଗଲା ପର୍ଯ୍ୟଟକ ବୋଟ୍ । ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ନିଖୋଜ ଅଛନ୍ତି।ଭିଏତନାମର ୱାଣ୍ଡର ସି’ ହା ଲଙ୍ଗ ବେ’ ରେ ଦୁର୍ଘଟଣା ଘଟିଛି। ଯେଉଁଥିରେ ୪୮ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ। ଏକ ପର୍ଯ୍ୟଟକ ନୌକା ଅଚାନକ ଝଡ଼ତୋଫାନ ସମୟରେ ଓଲଟି ପଡ଼ିବାରୁ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି।
ଅନ୍ୟପଟେ ଅନେକେ ନିଖୋଜ ରହିଛନ୍ତି । ମୃତକଙ୍କ ଭିତରେ ୮ ଜଣ ଶିଶୁ ଅଛନ୍ତି । ଡଙ୍ଗାରେ ୪୮ରୁ ଅଧିକ ଯାତ୍ରୀ ଥିଲେ। ଅଧିକାଂଶ ଯାତ୍ରୀଙ୍କ ହାନୋଇର ବାସିନ୍ଦା ଥିଲେ । ୟୁନେସ୍କୋ ପର୍ଯ୍ୟଟନ ସ୍ଥଳି ଭ୍ରମଣରେ ଥିଲା ନୌକା । ଭିଏତନାମର ଜନପ୍ରିୟ ପର୍ଯ୍ୟଟନ ସ୍ଥଳୀ ହା ଲଙ୍ଗ ବେ’ରେ ଶନିବାର ଅପରାହ୍ନରେ ଅଚାନକ ଝଡ଼ତୋଫାନ ସହ ପ୍ରବଳ ବର୍ଷା ମାଡ଼ି ଆସିଥିଲା । ଫଳରେ ବୋଟଟି ଓଲଟିପଡ଼ିବାରୁ ଅଘଟଣ ଘଟିଥିଲା ।
ଉଦ୍ଧାରକାରୀମାନେ ଡଙ୍ଗା ବୁଡ଼ିଥିବା ସ୍ଥାନରୁ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ । ଲୋକଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟ ବାଳକ ମଧ୍ୟ ଥିଲା, ଯାହାକୁ ଓଲଟି ପଡ଼ିଥିବା ଡଙ୍ଗାରେ ଫସି ରହିବାର ଚାରି ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା। ସେହି ସମୟରେ, ଭିଏତନାମ ପାଣିପାଗ ବିଭାଗ ଝଡ଼ ସତର୍କତା ମଧ୍ୟ ଜାରି କରିଛି।