ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍କର୍ପିଓକୁ ଧକ୍କା ଦେଲା ହାଇୱା, ୨ ମୃତ, ୩ ଗୁରୁତର

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ସ୍କର୍ପିଓ ନମ୍ବର OD14-K-0002 ଗାଡ଼ିରେ ପାଞ୍ଚ ଜଣ ଯୁବକ ରାଉରକେଲାରୁ ଲହୁଣିପଡ଼ା ଫେରୁଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିବା ପରେ ଅପର ପଟ ରାସ୍ତାରେ ଓଲଟି ପଡିଥିଲା । […]

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍କର୍ପିଓକୁ ଧକ୍କା ଦେଲା ହାଇୱା, ୨ ମୃତ, ୩ ଗୁରୁତର
road accident

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ଏକ ସ୍କର୍ପିଓ ନମ୍ବର OD14-K-0002 ଗାଡ଼ିରେ ପାଞ୍ଚ ଜଣ ଯୁବକ ରାଉରକେଲାରୁ ଲହୁଣିପଡ଼ା ଫେରୁଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିବା ପରେ ଅପର ପଟ ରାସ୍ତାରେ ଓଲଟି ପଡିଥିଲା । ଅପରପଟ ରାସ୍ତାରେ ଏକ ହାଇୱା ସମ୍ମୁଖରେ ପଡିଯିବା ଯୋଗୁଁ ଧକ୍କା ହୋଇ ସ୍କର୍ପିଓଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଆହତ ତିନିଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରାଉରକେଲା ଡ଼ାକ୍ତରଖାନାକୁ ପଠା ଯାଇଥିବା ଜଣା ପଡ଼ିଛି। ସ୍କର୍ପିଓଟି ଲହୁଣିପଡ଼ା ଅଞ୍ଚଳର ଜଣେ ଠିକାଦାରଙ୍କର ଓ ମୃତକ ମାନେ ତାଙ୍କ ଷ୍ଟାଫ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି ।