ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୨ଗୁରୁତର

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭର ବ୍ରିଜ ନିକଟ ବିଲୁ ଢ଼ାବା ସମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ ସହ ଦୁଇଟି ସ୍କୁଟି ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତବେକ, ବିଲୁ ଢ଼ାବା ସମୁଖ ରାସ୍ତା ପାର୍ଶ୍ୱରେ ଏକ ପିକଅପ୍‌ ଭ୍ୟାନ୍‌ ଛିଡା ହୋଇଥିଲା। ହେଲେ ରବିବାର ବିଳମ୍ବିତ ରାତିରେ […] The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୨ଗୁରୁତର appeared first on Dharitri Odia News.

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୨ଗୁରୁତର

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭର ବ୍ରିଜ ନିକଟ ବିଲୁ ଢ଼ାବା ସମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ ସହ ଦୁଇଟି ସ୍କୁଟି ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତବେକ, ବିଲୁ ଢ଼ାବା ସମୁଖ ରାସ୍ତା ପାର୍ଶ୍ୱରେ ଏକ ପିକଅପ୍‌ ଭ୍ୟାନ୍‌ ଛିଡା ହୋଇଥିଲା। ହେଲେ ରବିବାର ବିଳମ୍ବିତ ରାତିରେ ଦୁଇ ସ୍କୁଟି ଚାଳକ ଭାରସାମ୍ୟ ହରାଇ ପିକଅପ୍‌ ଭ୍ୟାନ ପଛରେ ପିଟି ହୋଇଯାଇଥିଲେ।

ଫଳରେ ସ୍କୁଟି ସହ ୩ଜଣ ରାସ୍ତା ମଝିରେ ଚିଟିକି ପଡି ଗୁରୁତର ଆହତ ହୋଇପଡ଼ିଥିଲେ। ଅନ୍ୟପକ୍ଷେ ଦୁର୍ଘଟଣା ଏତେ ଜୋର ଥିଲା ଯେ, ପିକଅପ୍‌ ଭ୍ୟାନ୍‌ଟି ନାଳ ତଳକୁ ଖସି ପଡିଥିଲା। ପୋଲିସ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୨ଗୁରୁତର appeared first on Dharitri Odia News.