ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କର୍ପିଓ-ବାଇକକୁ ଚାପିଦେଲା ଟ୍ରକ୍, ୯ ଜଣକ ମୃତ୍ୟୁ
ପାଟନା: ବିହାର କୈମୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଦୁଇ ମହିଳାଙ୍କ ସମେତ ୯ ଜଣକ ମୃତ୍ୟୁ ଘଟିଛି। ରବିବାର ରାତି ପ୍ରାୟ ୮ଟା ବେଳେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁଯାୟୀ, ଦୁର୍ଘଟଣା ଦିଲ୍ଲୀରୁ କୋଲକାତାକୁ ଯାଉଥିବା ଛଅ ଲେନ୍ ବିଶିଷ୍ଟ ଜାତୀୟ ରାଜପଥର ମୋହନିୟାରେ ଜିଟି ରୋଡ୍ରେ ଦେବକଲୀ ଗାଁ ନିକଟରେ ଘଟିଛି। ମୃତକଙ୍କ ମଧ୍ୟରେ ଦେବକଲୀ ଗାଁର ବାଇକ୍ରେ ଯାଉଥିବା ୫୦ ବର୍ଷୀୟଙ୍କ ସମେତ ୯ ଜଣ ରହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରଥମେ ବାରଣାସୀ ଯାଉଥିବା ଏକ ସ୍କର୍ପିଓ ଦ୍ରୁତ ଗତିରେ ବାଇକ୍କୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଏବଂ ସ୍କର୍ପିଓ ରାସ୍ତାର ଅପରପାର୍ଶ୍ବକୁ ଛିଟିକି ପଡ଼ିଥିଲେ। ଆଉ ଏହି ସମୟରେ ଅପରପାର୍ଶ୍ବରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଦୁଇ ଗାଡ଼ିକୁ ଧକ୍କା ଦେଇଥିଲା। ଘଟଣାରେ ୯ ଜଣକ ମୃତ୍ୟୁ ହୋଇଥିବାବେଳେ, ସ୍କର୍ପିଓ ଏବଂ ବାଇକ୍ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର ହୋଇଯାଇଛି। ସୂଚନା ମିଳିବା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି। ସ୍କର୍ପିଓରେ ଫସିଥିବା ଶବକୁ ବାହାର କରାଯାଇଛି। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣା ସ୍ଥଳରେ ପୋଲିସ ଯାଞ୍ଚ ଆରମ୍ଭ କରିଛି। Also Read: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ସାତ ଜଣକ ମୃତ୍ୟୁ The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କର୍ପିଓ-ବାଇକକୁ ଚାପିଦେ
ପାଟନା: ବିହାର କୈମୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଦୁଇ ମହିଳାଙ୍କ ସମେତ ୯ ଜଣକ ମୃତ୍ୟୁ ଘଟିଛି। ରବିବାର ରାତି ପ୍ରାୟ ୮ଟା ବେଳେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁଯାୟୀ, ଦୁର୍ଘଟଣା ଦିଲ୍ଲୀରୁ କୋଲକାତାକୁ ଯାଉଥିବା ଛଅ ଲେନ୍ ବିଶିଷ୍ଟ ଜାତୀୟ ରାଜପଥର ମୋହନିୟାରେ ଜିଟି ରୋଡ୍ରେ ଦେବକଲୀ ଗାଁ ନିକଟରେ ଘଟିଛି। ମୃତକଙ୍କ ମଧ୍ୟରେ ଦେବକଲୀ ଗାଁର ବାଇକ୍ରେ ଯାଉଥିବା ୫୦ ବର୍ଷୀୟଙ୍କ ସମେତ ୯ ଜଣ ରହିଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରଥମେ ବାରଣାସୀ ଯାଉଥିବା ଏକ ସ୍କର୍ପିଓ ଦ୍ରୁତ ଗତିରେ ବାଇକ୍କୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଏବଂ ସ୍କର୍ପିଓ ରାସ୍ତାର ଅପରପାର୍ଶ୍ବକୁ ଛିଟିକି ପଡ଼ିଥିଲେ। ଆଉ ଏହି ସମୟରେ ଅପରପାର୍ଶ୍ବରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଦୁଇ ଗାଡ଼ିକୁ ଧକ୍କା ଦେଇଥିଲା। ଘଟଣାରେ ୯ ଜଣକ ମୃତ୍ୟୁ ହୋଇଥିବାବେଳେ, ସ୍କର୍ପିଓ ଏବଂ ବାଇକ୍ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର ହୋଇଯାଇଛି। ସୂଚନା ମିଳିବା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି। ସ୍କର୍ପିଓରେ ଫସିଥିବା ଶବକୁ ବାହାର କରାଯାଇଛି। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣା ସ୍ଥଳରେ ପୋଲିସ ଯାଞ୍ଚ ଆରମ୍ଭ କରିଛି।
Also Read: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ସାତ ଜଣକ ମୃତ୍ୟୁ
The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କର୍ପିଓ-ବାଇକକୁ ଚାପିଦେଲା ଟ୍ରକ୍, ୯ ଜଣକ ମୃତ୍ୟୁ appeared first on Prameya News7.