ମଲ୍ ଆଗରେ ବୋମା ଗୁଜବ, ଆତଙ୍କ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ
ସମ୍ବଲପୁର: ଅଇଁଠାପାଲି ଛକସ୍ଥିତ ଏକ ସପିଂ ମଲ୍ ସମ୍ମୁଖରେ ବୋମା ରଖାଯାଇଥିବା ଗୁଜବ ପରେ ସମ୍ବଲପୁର ଅଇଁଠାପାଲି ଛକରେ ହଇଚଇ। ଖବର ପାଇ ବମ୍ ସ୍କ୍ବାଡ ପହଞ୍ଚି ଯାଞ୍ଚ କରିବା ପରେ ବ୍ୟାଗରେ ବୋମା ନଥିବା ସ୍ପଷ୍ଟ ହୋଇଛି। ଯାହାକୁ ନେଇ ଆଶ୍ବସ୍ତି ମିଳିଛି |ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ସମ୍ବଲପୁର ଶ୍ରୀଲେଦର୍ସ ସମ୍ମୁଖରେ ଏକ ବ୍ୟାଗରେ କେହି ବୋମା ରଖି ଦେଇଥିବା ନେଇ ଖବର ଆସିଥିଲା | ଖବର ପରେ ପୋଲିସ ବମସ୍କ୍ବାଡ ଧରି ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ କରିବା ପରେ ବୋମା ନଥିବା ସ୍ପଷ୍ଟ ହୋଇଥିଲା। ତେବେ କିଏ ଏଠାରେ କାହିଁକି ଏହି ବ୍ୟାଗ ରଖିଥିଲା, ତାହା ଜାଣିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।
ସମ୍ବଲପୁର: ଅଇଁଠାପାଲି ଛକସ୍ଥିତ ଏକ ସପିଂ ମଲ୍ ସମ୍ମୁଖରେ ବୋମା ରଖାଯାଇଥିବା ଗୁଜବ ପରେ ସମ୍ବଲପୁର ଅଇଁଠାପାଲି ଛକରେ ହଇଚଇ। ଖବର ପାଇ ବମ୍ ସ୍କ୍ବାଡ ପହଞ୍ଚି ଯାଞ୍ଚ କରିବା ପରେ ବ୍ୟାଗରେ ବୋମା ନଥିବା ସ୍ପଷ୍ଟ ହୋଇଛି। ଯାହାକୁ ନେଇ ଆଶ୍ବସ୍ତି ମିଳିଛି |
ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ସମ୍ବଲପୁର ଶ୍ରୀଲେଦର୍ସ ସମ୍ମୁଖରେ ଏକ ବ୍ୟାଗରେ କେହି ବୋମା ରଖି ଦେଇଥିବା ନେଇ ଖବର ଆସିଥିଲା | ଖବର ପରେ ପୋଲିସ ବମସ୍କ୍ବାଡ ଧରି ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ କରିବା ପରେ ବୋମା ନଥିବା ସ୍ପଷ୍ଟ ହୋଇଥିଲା। ତେବେ କିଏ ଏଠାରେ କାହିଁକି ଏହି ବ୍ୟାଗ ରଖିଥିଲା, ତାହା ଜାଣିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।