ମଳଦ୍ୱାରରେ ଲୁଚାଇ ନେଉଥିଲେ ପାଖାପାଖି ଏକ କେଜି ସୁନା: ଏୟାର ହୋଷ୍ଟେସଙ୍କୁ ଗିରଫ କଲା ଡିଆରଆଇ

ନୂଆଦିଲ୍ଲୀ: ସୁନା ଚୋରାଚାଲାଣ ଅଭିଯୋଗରେ କେରଳର କନ୍ନୁର ବିମାନବନ୍ଦରରୁ ଜଣେ ଏୟାର ହୋଷ୍ଟେସଙ୍କୁ ଗିରଫ କରାଯାଇଛି। ଏୟାର ହୋଷ୍ଟେସ ଜଣଙ୍କ ମଳଦ୍ୱାରରେ ସୁନା ଚୋରାଚାଲଣ କରୁଥିବା ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ରାଜ୍ୟସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ପକ୍ଷରୁ ସୂଚନା ମିଳିଛି।ଏୟାର ହୋଷ୍ଟେସ ଜଣଙ୍କ ହେଉଛନ୍ତି ସୁରଭୀ ଖାତୁନ୍। ସୁରଭୀ ଏୟାର ଇଣ୍ଡିଆ ଏକ୍ସପ୍ରେସରେ କାମ କରନ୍ତି। ମେ ୨୮ ତାରିଖ ଦିନ ବିମାନଟି ମସକାଟରୁ କନ୍ନୁରରେ ଆସି ପହଞ୍ଚିଥିଲା। କ୍ୟାବିନ କ୍ରୁ ମେମ୍ବର ଭାବେ ସୁରଭୀ ମଧ୍ୟ ଏହି ବିମାନରେ ଥିଲେ। ଡିଆରଆଇ ଅଫିସର ଖବର ପାଇ ସୁରଭୀକୁ ଧରିଥିଲେ। ଯାଞ୍ଚରୁ ତାଙ୍କ ଠାରୁ ୯୬୦ ଗ୍ରାମର ସୁନା ଜବତ କରାଯାଇଥିଲା। ସୁରଭୀ ତାଙ୍କ ମଳଦ୍ୱାରରେ ସୁନା ଲୁଚାଇ ନେଇଯାଉଥିଲେ ବୋଲି ଡିଆରଆଇ ଅଫିସର କହିଛନ୍ତି।  ସୁରଭୀଙ୍କୁ ଗିରଫ କରାଯିବା ପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଡିଆରଆଇ ତାଙ୍କୁ ୧୪ ଦିନ ପାଇଁ କଷ୍ଟୁଡିରେ ନେଇଛି। ରିପୋର୍ଟ ଅନୁସାରେ ସୁରଭୀ ଖାତୁନ ଅନେକ ସମୟରେ ସୁନା ଚୋରାଚାଲଣ କରୁଥିଲେ। ତାଙ୍କ ଉପରେ ସନ୍ଦେହ ରହିଥିଲା। ହେଲେ ପ୍ରମାଣ ମିଳିପାରି ନଥିଲା। ଶେଷରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଡିଆରଆଇ। 

ମଳଦ୍ୱାରରେ ଲୁଚାଇ ନେଉଥିଲେ ପାଖାପାଖି ଏକ କେଜି ସୁନା: ଏୟାର ହୋଷ୍ଟେସଙ୍କୁ ଗିରଫ କଲା ଡିଆରଆଇ

ନୂଆଦିଲ୍ଲୀ: ସୁନା ଚୋରାଚାଲାଣ ଅଭିଯୋଗରେ କେରଳର କନ୍ନୁର ବିମାନବନ୍ଦରରୁ ଜଣେ ଏୟାର ହୋଷ୍ଟେସଙ୍କୁ ଗିରଫ କରାଯାଇଛି। ଏୟାର ହୋଷ୍ଟେସ ଜଣଙ୍କ ମଳଦ୍ୱାରରେ ସୁନା ଚୋରାଚାଲଣ କରୁଥିବା ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ରାଜ୍ୟସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ପକ୍ଷରୁ ସୂଚନା ମିଳିଛି।

ଏୟାର ହୋଷ୍ଟେସ ଜଣଙ୍କ ହେଉଛନ୍ତି ସୁରଭୀ ଖାତୁନ୍। ସୁରଭୀ ଏୟାର ଇଣ୍ଡିଆ ଏକ୍ସପ୍ରେସରେ କାମ କରନ୍ତି। ମେ ୨୮ ତାରିଖ ଦିନ ବିମାନଟି ମସକାଟରୁ କନ୍ନୁରରେ ଆସି ପହଞ୍ଚିଥିଲା। କ୍ୟାବିନ କ୍ରୁ ମେମ୍ବର ଭାବେ ସୁରଭୀ ମଧ୍ୟ ଏହି ବିମାନରେ ଥିଲେ। ଡିଆରଆଇ ଅଫିସର ଖବର ପାଇ ସୁରଭୀକୁ ଧରିଥିଲେ। ଯାଞ୍ଚରୁ ତାଙ୍କ ଠାରୁ ୯୬୦ ଗ୍ରାମର ସୁନା ଜବତ କରାଯାଇଥିଲା। ସୁରଭୀ ତାଙ୍କ ମଳଦ୍ୱାରରେ ସୁନା ଲୁଚାଇ ନେଇଯାଉଥିଲେ ବୋଲି ଡିଆରଆଇ ଅଫିସର କହିଛନ୍ତି।  

ସୁରଭୀଙ୍କୁ ଗିରଫ କରାଯିବା ପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଡିଆରଆଇ ତାଙ୍କୁ ୧୪ ଦିନ ପାଇଁ କଷ୍ଟୁଡିରେ ନେଇଛି। ରିପୋର୍ଟ ଅନୁସାରେ ସୁରଭୀ ଖାତୁନ ଅନେକ ସମୟରେ ସୁନା ଚୋରାଚାଲଣ କରୁଥିଲେ। ତାଙ୍କ ଉପରେ ସନ୍ଦେହ ରହିଥିଲା। ହେଲେ ପ୍ରମାଣ ମିଳିପାରି ନଥିଲା। ଶେଷରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଡିଆରଆଇ।