ମସଲା ବ୍ୟବସାୟୀଙ୍କ ଗାଡି ଉପରକୁ ବୋମାମାଡ, ଗାଡି ସହ ଜଳିଗଲା ୮୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ

କାମାକ୍ଷାନଗର ୧୪/୦୩: ମସଲା ବ୍ୟବସାୟୀଙ୍କ ଗାଡି ଉପରକୁ ବୋମାମାଡ । ବୋମାମାଡରେ  ଗୋଟିଏ ପିକଅପ ଭ୍ୟାନ ସହ ୮୦ ହଜାରୁ ଉଦ୍ଧ ଟଙ୍କାର ସାମଗ୍ରୀ ଜଳିଗଲା। କାମାକ୍ଷାନଗର ସହର ସାଇବିହାରରେ ଘଟଣା । ବିଳମ୍ବିତ ରାତିରେ ତାଙ୍କ ଗ୍ୟାରେଜରେ ଗାଡି ଥିବାବେଳେ ଦୁଇ ଦୁର୍ବୃତ୍ତ ଘଟଣା ଘଟାଇଥିବା ଜଣାପଡିଛି । ଖବର ପାଇ ପୋଲିସର ତଦନ୍ତ। ସୂଚନା ଥାଉକି, ଗ୍ୟାରେଜ୍‌ରେ ଥିଲା ମସଲା ବୋଝେଇ ଭ୍ୟାନ୍ । ତେବେ ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଏହି ଭ୍ୟାନ ଉପରକୁ ବୋମା ପିଙ୍ଗିଥିଲେ। ଫଳରେ ଏହି ବୋମାମାଡରେ ପିକ୍‌ ଅପ୍ ଭ୍ୟାନ୍ ଜଳିବା ସହ ୮୦ ହଜାରରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ତେବେ କିଏ କଣ ପାଇଁ ଏଭଳି କାଣ୍ଡ ଘଟାଇଛି ତାହା ଜଣାପଡିନି । ସେପଟେ ପୋଲିସ ପହଞ୍ଚିତଦନ୍ତ ଆରମ୍ଭ କରିଛି ।  

ମସଲା ବ୍ୟବସାୟୀଙ୍କ ଗାଡି ଉପରକୁ ବୋମାମାଡ, ଗାଡି ସହ ଜଳିଗଲା ୮୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ

କାମାକ୍ଷାନଗର ୧୪/୦୩: ମସଲା ବ୍ୟବସାୟୀଙ୍କ ଗାଡି ଉପରକୁ ବୋମାମାଡ । ବୋମାମାଡରେ  ଗୋଟିଏ ପିକଅପ ଭ୍ୟାନ ସହ ୮୦ ହଜାରୁ ଉଦ୍ଧ ଟଙ୍କାର ସାମଗ୍ରୀ ଜଳିଗଲା। କାମାକ୍ଷାନଗର ସହର ସାଇବିହାରରେ ଘଟଣା । ବିଳମ୍ବିତ ରାତିରେ ତାଙ୍କ ଗ୍ୟାରେଜରେ ଗାଡି ଥିବାବେଳେ ଦୁଇ ଦୁର୍ବୃତ୍ତ ଘଟଣା ଘଟାଇଥିବା ଜଣାପଡିଛି । ଖବର ପାଇ ପୋଲିସର ତଦନ୍ତ। 


ସୂଚନା ଥାଉକି, ଗ୍ୟାରେଜ୍‌ରେ ଥିଲା ମସଲା ବୋଝେଇ ଭ୍ୟାନ୍ । ତେବେ ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଏହି ଭ୍ୟାନ ଉପରକୁ ବୋମା ପିଙ୍ଗିଥିଲେ। ଫଳରେ ଏହି ବୋମାମାଡରେ ପିକ୍‌ ଅପ୍ ଭ୍ୟାନ୍ ଜଳିବା ସହ ୮୦ ହଜାରରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ତେବେ କିଏ କଣ ପାଇଁ ଏଭଳି କାଣ୍ଡ ଘଟାଇଛି ତାହା ଜଣାପଡିନି । ସେପଟେ ପୋଲିସ ପହଞ୍ଚିତଦନ୍ତ ଆରମ୍ଭ କରିଛି ।