ମସ୍କଙ୍କ ମାଲିକାନା ପରେ ଏକ୍ସରେ ଘୃଣା ମନ୍ତବ୍ୟ ୫୦% ବଢ଼ିଛି
ଓ୍ବାଶିଂଟନ,୧୫।୨: ଆମେରିକୀୟ ବିଲିୟନେୟାର ଏଲନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’କୁ କିଣିବା ପରେ ଏହି ପ୍ଲାଟ୍ଫର୍ମରେ ଘୃଣା ମନ୍ତବ୍ୟ ପୂର୍ବାପେକ୍ଷା ୫୦ ପ୍ରତିଶତ ବଢ଼ିଥିବା ଏକ ନୂଆ ବିଶ୍ଳେଷଣରେ ଦର୍ଶାଯାଇଛି। ବର୍କେଲସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ଗବେଷକମାନେ ମଧ୍ୟ ୨୦୨୩ ଜୁନ୍ ପର୍ଯ୍ୟନ୍ତ ଏହା ଉପରେ ଅଧ୍ୟୟନ କରିଥିଲେ। ପୂର୍ବରୁ ଟୁଇଟର ନାମରେ ପରିଚିତ ଏହି ପ୍ଲାଟ୍ଫର୍ମର ମାଲିକାନା ସ୍ବତ୍ୱ ମସ୍କଙ୍କୁ ହାତକୁ ଯିବା ପରେ ଘୃଣା ମନ୍ତବ୍ୟ ସମ୍ବଳିତ ପୋଷ୍ଟଗୁଡ଼ିକ ବଢ଼ିଥିଲା। ପ୍ରକାଶ ଯେ, […] The post ମସ୍କଙ୍କ ମାଲିକାନା ପରେ ଏକ୍ସରେ ଘୃଣା ମନ୍ତବ୍ୟ ୫୦% ବଢ଼ିଛି appeared first on Dharitri Odia News.
ଓ୍ବାଶିଂଟନ,୧୫।୨: ଆମେରିକୀୟ ବିଲିୟନେୟାର ଏଲନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’କୁ କିଣିବା ପରେ ଏହି ପ୍ଲାଟ୍ଫର୍ମରେ ଘୃଣା ମନ୍ତବ୍ୟ ପୂର୍ବାପେକ୍ଷା ୫୦ ପ୍ରତିଶତ ବଢ଼ିଥିବା ଏକ ନୂଆ ବିଶ୍ଳେଷଣରେ ଦର୍ଶାଯାଇଛି। ବର୍କେଲସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ଗବେଷକମାନେ ମଧ୍ୟ ୨୦୨୩ ଜୁନ୍ ପର୍ଯ୍ୟନ୍ତ ଏହା ଉପରେ ଅଧ୍ୟୟନ କରିଥିଲେ। ପୂର୍ବରୁ ଟୁଇଟର ନାମରେ ପରିଚିତ ଏହି ପ୍ଲାଟ୍ଫର୍ମର ମାଲିକାନା ସ୍ବତ୍ୱ ମସ୍କଙ୍କୁ ହାତକୁ ଯିବା ପରେ ଘୃଣା ମନ୍ତବ୍ୟ ସମ୍ବଳିତ ପୋଷ୍ଟଗୁଡ଼ିକ ବଢ଼ିଥିଲା। ପ୍ରକାଶ ଯେ, ଏହା ପୂର୍ବରୁ ୨୦୨୨ ଏପ୍ରିଲରେ ମସ୍କ ଏକ୍ସରେ ଲେଖିଥିଲେ, ‘ଡିଫିଟ୍ ଦି ସ୍ପାମ୍ ବଟ୍ସ’। କିନ୍ତୁ ପରବର୍ତ୍ତୀ ସମୟରେ ବର୍ଣ୍ଣଭେଦୀ, ସମଲିଙ୍ଗୀ ଏବଂ ତୃତୀୟଲିଙ୍ଗୀ ବିରୋଧୀ ଘୃଣାପୂର୍ଣ୍ଣ ମତ ମନ୍ତବ୍ୟ ଏଥିରେ ସ୍ଥାନ ପାଇଥିଲା।
The post ମସ୍କଙ୍କ ମାଲିକାନା ପରେ ଏକ୍ସରେ ଘୃଣା ମନ୍ତବ୍ୟ ୫୦% ବଢ଼ିଛି appeared first on Dharitri Odia News.