ମସ୍କୋ କନସର୍ଟ ହଲ୍ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି; ୧୧ ଗିରଫ

ମସ୍କୋ: ମସ୍କୋ କନସର୍ଟ ହଲ୍ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି ପାଇଛି। ଆକ୍ରମଣରେ ସମ୍ପୃକ୍ତି ନେଇ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରୁ ୪ ଜଣ ଆତଙ୍କବାଦୀ ରହିଛନ୍ତି ବୋଲି ଶନିବାର ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।ଋଷରେ ଆକ୍ରମଣ ପାଇଁ ଆଇଏସ୍‌ଆଇଏସ୍ଆଇ ଖୁରାସାନ ନିଜକୁ ଦାୟୀ କରିଛି। ଏନେଇ ସଂଗଠନ ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦିଆଯାଇଛି। ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଋଷ ନିର୍ବାଚନରେ ବିଶାଳ ବଜୟ ହାସଲ କରିଥିଲେ। ପୁଟିନଙ୍କ ବିଜୟ ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି।ସୂଚନା ଥାଉକି ଋଷ ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକ୍ସ ସିଟି ହଲ୍‌ରେ ଶୁକ୍ରବାର ସନ୍ଧ୍ୟା(ମାର୍ଚ୍ଚ ୨୨)ରେ ଏହି ଆକ୍ରମଣ ହୋଇଥିଲା।  ସଂଗୀତ ସମାରୋହ ଚାଲିଥିବା ବେଳେ କିଛି ଅଜଣା ବନ୍ଧୁକ ଧାରୀ ଆସି ଆଖିବୁଜା ଗୁଳି ଚଳାଇବା ସହ ବୋମାମାଡ଼ ବି କରିଥିଲେ। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଋଷରେ ଏହା ସବୁଠାରୁ ଭୟଙ୍କର  ଆକ୍ରମଣ। ଏହି ଆକ୍ରମଣକୁ 'ରକ୍ତମୁଖା ଆତଙ୍କବାଦୀ ଆକ୍ରମଣ' ବୋଲି ଋଷର ବୈଦେଶିକ ମନ୍ତ୍ରଣାଳୟ କହିଛି। ମାମଲାରେ ତଦନ୍ତ ଜାରୀ ରହିଛି।

ମସ୍କୋ କନସର୍ଟ ହଲ୍ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି; ୧୧ ଗିରଫ

ମସ୍କୋ: ମସ୍କୋ କନସର୍ଟ ହଲ୍ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି ପାଇଛି। ଆକ୍ରମଣରେ ସମ୍ପୃକ୍ତି ନେଇ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରୁ ୪ ଜଣ ଆତଙ୍କବାଦୀ ରହିଛନ୍ତି ବୋଲି ଶନିବାର ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।

ଋଷରେ ଆକ୍ରମଣ ପାଇଁ ଆଇଏସ୍‌ଆଇଏସ୍ଆଇ ଖୁରାସାନ ନିଜକୁ ଦାୟୀ କରିଛି। ଏନେଇ ସଂଗଠନ ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦିଆଯାଇଛି। ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଋଷ ନିର୍ବାଚନରେ ବିଶାଳ ବଜୟ ହାସଲ କରିଥିଲେ। ପୁଟିନଙ୍କ ବିଜୟ ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି।

ସୂଚନା ଥାଉକି ଋଷ ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକ୍ସ ସିଟି ହଲ୍‌ରେ ଶୁକ୍ରବାର ସନ୍ଧ୍ୟା(ମାର୍ଚ୍ଚ ୨୨)ରେ ଏହି ଆକ୍ରମଣ ହୋଇଥିଲା।  ସଂଗୀତ ସମାରୋହ ଚାଲିଥିବା ବେଳେ କିଛି ଅଜଣା ବନ୍ଧୁକ ଧାରୀ ଆସି ଆଖିବୁଜା ଗୁଳି ଚଳାଇବା ସହ ବୋମାମାଡ଼ ବି କରିଥିଲେ। 

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଋଷରେ ଏହା ସବୁଠାରୁ ଭୟଙ୍କର  ଆକ୍ରମଣ। ଏହି ଆକ୍ରମଣକୁ 'ରକ୍ତମୁଖା ଆତଙ୍କବାଦୀ ଆକ୍ରମଣ' ବୋଲି ଋଷର ବୈଦେଶିକ ମନ୍ତ୍ରଣାଳୟ କହିଛି। ମାମଲାରେ ତଦନ୍ତ ଜାରୀ ରହିଛି।