ମହଙ୍ଗା ପଡିଲା କୋଇଲା ଚୋରି, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ନାବାଳକ
ପାରାଦୀପ ୦୧।୦୨ : ମହଙ୍ଗା ପଡିଲା ଚଳନ୍ତା ଟ୍ରେନ୍ରୁ କୋଇଲା ଚୋରି । ଟ୍ରେନ୍ ଲାଇନ୍ରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ନାବାଳକର ନାମ ଗଣେଷ ଏବଂ ତାର ବୟସ ୧୩ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ନାବାଳକକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କିଛି କୋଇଲା ମାଫିଆ ଟ୍ରେନରୁ କୋଇଲା ଚୋରି ଉଦ୍ଦେଶ୍ୟ ନେଇ ସଧାରଣତଃ ଛୋଟ ପିଲାଙ୍କୁ ବ୍ୟବହାର କରିଥାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି। ଶନିବାର ପାରାଦୀପ ସବଷ୍ଟେସନ ବସ୍ତିର ୫ ରୁ ୭ ଜଣ ନାବାଳକଟ୍ରେନରୁ ଚୋରି ଉଦ୍ୟମ ବେଳେ ଗଣେଷ ଗାଡି ଉପରେ ଚଢ଼ି କୋଇଲା ଖସାଉଥିଲେ। ଏହି ସମୟରେ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ତଳେ ପଡିଯାଇଥିଲେ। ତାଙ୍କ ଶରୀରର ୬୦ ଭାଗ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କି ମେଡିକାଲ ଓ ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ପାରାଦୀପ ୦୧।୦୨ : ମହଙ୍ଗା ପଡିଲା ଚଳନ୍ତା ଟ୍ରେନ୍ରୁ କୋଇଲା ଚୋରି । ଟ୍ରେନ୍ ଲାଇନ୍ରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ନାବାଳକର ନାମ ଗଣେଷ ଏବଂ ତାର ବୟସ ୧୩ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ନାବାଳକକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, କିଛି କୋଇଲା ମାଫିଆ ଟ୍ରେନରୁ କୋଇଲା ଚୋରି ଉଦ୍ଦେଶ୍ୟ ନେଇ ସଧାରଣତଃ ଛୋଟ ପିଲାଙ୍କୁ ବ୍ୟବହାର କରିଥାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି। ଶନିବାର ପାରାଦୀପ ସବଷ୍ଟେସନ ବସ୍ତିର ୫ ରୁ ୭ ଜଣ ନାବାଳକଟ୍ରେନରୁ ଚୋରି ଉଦ୍ୟମ ବେଳେ ଗଣେଷ ଗାଡି ଉପରେ ଚଢ଼ି କୋଇଲା ଖସାଉଥିଲେ। ଏହି ସମୟରେ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ତଳେ ପଡିଯାଇଥିଲେ। ତାଙ୍କ ଶରୀରର ୬୦ ଭାଗ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କି ମେଡିକାଲ ଓ ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।