ମହଙ୍ଗା ପଡିଲା ରଙ୍ଗ୍ ରୁଟ୍‌ରେ ଯିବା, ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଜୀବନ

ଭଦ୍ରକ ୦୯।୦୯ : ମହଙ୍ଗା ପଡିଲା ରଙ୍ଗ ରୁଟ୍‌ରେ ଯିବା । ଟ୍ରକ ସହ ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ବାକି ଆଉ ଜଣେ ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଟାଉନ ଥାନା ବନ୍ତ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ବାଇକ୍‌ରେ ଯାଉଥିବା ତିନି ଜଣ ରଙ୍ଗ ରୁଟ୍‌ରେ ଯାଉଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଟାଉନ୍‌ ଥାନା ବନ୍ତ ଛକ ନିକଟରେ ଘଟିଲା ଦୁର୍ଘଟଣା । ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ବାଇକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ପଥରଆଡି ଓ ବରିକପୁର ଅଞ୍ଚଳ ବୋଲି ଜଣାପଡିଛି । ବାକି ଅନ୍ୟ ଗୁରୁତରଙ୍କ ଏବେ ଯାଏଁ ମିଳିନି ପରିଚୟ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ନାମ ମିଳିନାହିଁ । 

ମହଙ୍ଗା ପଡିଲା ରଙ୍ଗ୍ ରୁଟ୍‌ରେ ଯିବା, ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଜୀବନ

ଭଦ୍ରକ ୦୯।୦୯ : ମହଙ୍ଗା ପଡିଲା ରଙ୍ଗ ରୁଟ୍‌ରେ ଯିବା । ଟ୍ରକ ସହ ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ବାକି ଆଉ ଜଣେ ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଟାଉନ ଥାନା ବନ୍ତ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । 

ଖବର ଅନୁଯାୟୀ, ବାଇକ୍‌ରେ ଯାଉଥିବା ତିନି ଜଣ ରଙ୍ଗ ରୁଟ୍‌ରେ ଯାଉଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଟାଉନ୍‌ ଥାନା ବନ୍ତ ଛକ ନିକଟରେ ଘଟିଲା ଦୁର୍ଘଟଣା । ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ବାଇକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ପଥରଆଡି ଓ ବରିକପୁର ଅଞ୍ଚଳ ବୋଲି ଜଣାପଡିଛି । ବାକି ଅନ୍ୟ ଗୁରୁତରଙ୍କ ଏବେ ଯାଏଁ ମିଳିନି ପରିଚୟ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ନାମ ମିଳିନାହିଁ ।