ମହଙ୍ଗା ପଡ଼ିଲା ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ ନିବେଦନ

୨୦୦୭ ବ୍ୟାଚ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଜ କ୍ଷମତାର ଅପବ୍ୟବହାର କରି ଜଣେ ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ ନିବେଦନ କରିବା ତାଙ୍କୁ ମହଙ୍ଗା ପଡ଼ିଛି।

ମହଙ୍ଗା ପଡ଼ିଲା ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ ନିବେଦନ

ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଥିବା ରାଜେଶ ପଣ୍ଡିତଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ଗତ ଶନିବାର ଅର୍ଥାତ ଜୁଲାଇ ୨୭ ତାରିଖ ରାତିରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ପାଇଁ ନିଆଯାଇଛି ଆକ୍ସନ। ଭାରତୀୟ ପୁଲିସ ସେବା ଆଇନ ଉଲ୍ଲଙ୍ଘନ, କ୍ଷମତାର ଅପବ୍ୟବହାର ଏବଂ ପଦ ମର୍ଯ୍ୟାଦାର ସମ୍ମାନହାନି ଅଭିଯୋଗ ସହ ଡିଜିପିଙ୍କ ରିପୋର୍ଟ ଆଧାରରେ ତାଙ୍କୁ ତ୍ବରିତ ନିଲମ୍ବନ କରାଯାଇଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।