ମହଙ୍ଗା ପଡ଼ିଲା ସାଇକେଲରେ ଷ୍ଟଣ୍ଟ: ଚାଲିଗଲା ନାବାଳକର ଜୀବନ, ଦେଖନ୍ତୁ ଭିଡିଓ
ସାଇକେଲକୁ ଦ୍ରୁତ ଗତିରେ ଚଳାଇବା ସହ ଷ୍ଟଣ୍ଟ ଦେଖାଥବା ପିଲାଟିକୁ ମହଙ୍ଗା ପଡ଼ିଛି। ସାଇକେଲରେ ଷ୍ଟଣ୍ଟ ଦେଖାଇବା ବେଳେ ପିଲାଟି ନିୟନ୍ତ୍ରଣ ହରାଇ ଗୋଟିଏ କାନ୍ଥରେ ପିଟି ହୋଇଯାଇଥିଲା।
ଅକାଣରରେ ଚାଲି ଯାଇଛି ଜଣେ ୧୬ ବର୍ଷୀୟ ପିଲାର ଜୀବନ। ସାଇକେଲକୁ ଦ୍ରୁତ ଗତିରେ ଚଳାଇବା ସହ ଷ୍ଟଣ୍ଟ ଦେଖାଇବା ପିଲାଟିକୁ ମହଙ୍ଗା ପଡ଼ିଛି। ସାଇକେଲରେ ଷ୍ଟଣ୍ଟ ଦେଖାଇବା ବେଳେ ପିଲାଟି ନିୟନ୍ତ୍ରଣ ହରାଇ ଗୋଟିଏ କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଛି। ମୁମ୍ବାଇ ଉପକଣ୍ଠରେ ଘଟିଥିବା ଏହି ଭୟଙ୍କର ଘଟଣାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି।
ପ୍ରାଣ ହରାଇଥିବା ପିଲାର ନାଁ ନୀରଜ ଯାଦବ। ପୂରା ଘଟଣା ମିରା-ଭାୟାନ୍ଦର ଠାରେ ଥିବା ଗୋଟିଏ ଘରର ସ୍ଲୋପରେ ଘଟିଛି। ମୀରା ରୋଡରେ ରହୁଥିବା ନୀରଜ ସୋମବାର ସାଇକେଲ ନେଇ ଘୋଦବୁନ୍ଦର ଦୁର୍ଗକୁ ଯାଉଥିଲେ।
ସେ ଦ୍ରୁତ ଗତିରେ ସାଇକେଲ ଚଳାଇବା ସହ ଷ୍ଟଣ୍ଟ ମଧ୍ୟ ଦେଖାଉଥିଲେ। ସେ ଗୋଟିଏ ଗଳି ଅତିକ୍ରମ କରୁଥିବା ବେଳେ ସାମ୍ନା ପଟୁ ଦୁଇ ଜଣ ଯୁବକ ଚାଲି ଚାଲି ଆସୁଥିଲେ। ତାଙ୍କୁ ନୀରଜ ଷ୍ଟଣ୍ଟ ଦେଖାଇବା ପାଇଁ ଗୋଟିଏ ଘରର ସ୍ଲୋପ ଉପରେ ସାଇକେଲକୁ ଚଢ଼ାଇ ଦେଇଥିଲେ।
Scary video
While doing a stunt on the bicycle, he lost control, the youth hit his head directly on the wall, he died on the spot.#VideoViral#stunt pic.twitter.com/CEQVExyaky— Indrajeet chaubey (@indrajeet8080) November 1, 2024
ସାଇକେଲର ବେଗ ଅଧିକ ଥିବାରୁ ସେ ଏହାକୁ ଆଉ ନିୟନ୍ତ୍ରଣ କରିପାରି ନଥିଲେ। ଫଳରେ ସାଇକେଲ ସହ ସେ ଘରର କାନ୍ଥରେ ପଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇଯିବାରୁ ଘର ସାମ୍ନାରେ ହିଁ ସେ ପ୍ରାଣ ହରାଇଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।