ମହଙ୍ଗା ହେଲା ଟୋଲ ଟ୍ୟାକ୍ସ: ଦେବାକୁ ପଡ଼ିବ ୫% ଅଧିକ
ନୂଆଦିଲ୍ଲୀ: ମହଙ୍ଗା ହେଲା ଟୋଲ ଟ୍ୟାକ୍ସ। ୪ରୁ ୫ ପ୍ରତିଶତ ଟୋଲ ଟ୍ୟାକ୍ସ ବୃଦ୍ଧି କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI)। ଫଳରେ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ୪-୫ ପ୍ରତିଶତ ଟୋଲ୍ ଶୁଳ୍କ ଦେବାକୁ ପଡ଼ିବ। ସଂଶୋଧିତ ଟୋଲ୍ ଶୁଳ୍କ ମଙ୍ଗଳବାରଠାରୁ ଲାଗୁ ହୋଇଛି ବୋଲି ରାଜପଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ପିଟିଆଇରୁ ଖବର ନେଇ ରିପୋର୍ଟ ପ୍ରକାଶ କରିଛି ଇକୋନୋମିକ୍ସ ଟାଇମ୍ସ। ପାଇକାରୀ ମୂଲ୍ୟ ସୂଚକାଙ୍କ-ଆଧାରିତ ମୁଦ୍ରାସ୍ଫୀତିରେ ପରିବର୍ତ୍ତନ ସହିତ ଜଡିତ ଏକ ବାର୍ଷିକ ସମୀକ୍ଷା କରି ଟୋଲ୍ ହାର ବୃଦ୍ଧି କରାଯାଇଥାଏ। ଏହି ସଂଶୋଧନ ପ୍ରତିବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହୁଏ। NHAI ପ୍ରତ୍ୟେକ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେ ପାଇଁ ପୃଥକ ଭାବରେ ଟୋଲ୍ ହାର ସଂଶୋଧନ କରେ।ପଢନ୍ତୁ- ଲାଗୁ ହେବ ନୂଆ ଟାକ୍ସ ପଲିସି, ଟିକସଦାତାଙ୍କୁ ମିଳିବ ଅତିରିକ୍ତ ଲାଭବର୍ତ୍ତମାନ ଦେଶର ଜାତୀୟ ରାଜପଥ ନେଟୱାର୍କରେ ପ୍ରାୟ ୮୫୫ ଟି ୟୁଜର ଫି ପ୍ଲାଜା ଅଛି। ଯେଉଁଠାରେ ଜାତୀୟ ରାଜପଥ ଫି (ଦର ଏବଂ ସଂଗ୍ରହ ନିର୍ଣ୍ଣୟ) ନିୟମ, ୨୦୦୮ ଅନୁଯାୟୀ ଫି ଆଦାୟ କରାଯାଏ। ଏଥିମଧ୍ୟରୁ ପ୍ରାୟ ୬୭୫ଟି ସାଧାରଣ ପାଣ୍ଠି ଦ୍ୱାରା ପରିଚାଳିତ(ପବ୍ଲିକ୍ ଫଣ୍ଡେଡ୍ ଟୋଲ ପ୍ଲାଜା) ହୋଇଥିବା ବେଳେ ୧୮୦ଟି କନସେସନଏୟାର ଟୋଲ୍ ପ୍ଲାଜା ରହିଛି।ଟୋଲ୍ ବୃଦ୍ଧି ଦିଲ୍ଲୀ-ମିରଟ ଏକ୍ସପ
ନୂଆଦିଲ୍ଲୀ: ମହଙ୍ଗା ହେଲା ଟୋଲ ଟ୍ୟାକ୍ସ। ୪ରୁ ୫ ପ୍ରତିଶତ ଟୋଲ ଟ୍ୟାକ୍ସ ବୃଦ୍ଧି କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI)। ଫଳରେ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ୪-୫ ପ୍ରତିଶତ ଟୋଲ୍ ଶୁଳ୍କ ଦେବାକୁ ପଡ଼ିବ। ସଂଶୋଧିତ ଟୋଲ୍ ଶୁଳ୍କ ମଙ୍ଗଳବାରଠାରୁ ଲାଗୁ ହୋଇଛି ବୋଲି ରାଜପଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ପିଟିଆଇରୁ ଖବର ନେଇ ରିପୋର୍ଟ ପ୍ରକାଶ କରିଛି ଇକୋନୋମିକ୍ସ ଟାଇମ୍ସ।
ପାଇକାରୀ ମୂଲ୍ୟ ସୂଚକାଙ୍କ-ଆଧାରିତ ମୁଦ୍ରାସ୍ଫୀତିରେ ପରିବର୍ତ୍ତନ ସହିତ ଜଡିତ ଏକ ବାର୍ଷିକ ସମୀକ୍ଷା କରି ଟୋଲ୍ ହାର ବୃଦ୍ଧି କରାଯାଇଥାଏ। ଏହି ସଂଶୋଧନ ପ୍ରତିବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହୁଏ। NHAI ପ୍ରତ୍ୟେକ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେ ପାଇଁ ପୃଥକ ଭାବରେ ଟୋଲ୍ ହାର ସଂଶୋଧନ କରେ।

ପଢନ୍ତୁ- ଲାଗୁ ହେବ ନୂଆ ଟାକ୍ସ ପଲିସି, ଟିକସଦାତାଙ୍କୁ ମିଳିବ ଅତିରିକ୍ତ ଲାଭ
ବର୍ତ୍ତମାନ ଦେଶର ଜାତୀୟ ରାଜପଥ ନେଟୱାର୍କରେ ପ୍ରାୟ ୮୫୫ ଟି ୟୁଜର ଫି ପ୍ଲାଜା ଅଛି। ଯେଉଁଠାରେ ଜାତୀୟ ରାଜପଥ ଫି (ଦର ଏବଂ ସଂଗ୍ରହ ନିର୍ଣ୍ଣୟ) ନିୟମ, ୨୦୦୮ ଅନୁଯାୟୀ ଫି ଆଦାୟ କରାଯାଏ। ଏଥିମଧ୍ୟରୁ ପ୍ରାୟ ୬୭୫ଟି ସାଧାରଣ ପାଣ୍ଠି ଦ୍ୱାରା ପରିଚାଳିତ(ପବ୍ଲିକ୍ ଫଣ୍ଡେଡ୍ ଟୋଲ ପ୍ଲାଜା) ହୋଇଥିବା ବେଳେ ୧୮୦ଟି କନସେସନଏୟାର ଟୋଲ୍ ପ୍ଲାଜା ରହିଛି।
ଟୋଲ୍ ବୃଦ୍ଧି ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ, ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେ ଏବଂ ଦିଲ୍ଲୀ-ଜୟପୁର ହାଇୱେ ଭଳି ପ୍ରମୁଖ ରୁଟ୍ ବ୍ୟବହାର କରୁଥିବା ଯାତ୍ରୀମାନଙ୍କୁ ମହଙ୍ଗା ଟୋଲ୍ ପ୍ରଭାବିତ କରିବ।
ପେବ୍ରୁଆରୀରେ ବଢିଥିଲା ହୋଲ୍ସେଲ ମୁଦ୍ରାସ୍ଫୀତି
ଗତ ଫେବ୍ରୁଆରୀ ମାସରେ ପାଇକାରୀ ମୁଦ୍ରାସ୍ଫୀତିରେ ବୃଦ୍ଧି ଦେଖିବାକୁ ମିଳିଥିଲା। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୧୭ ତାରିଖରେ ଏନେଇ ରିପୋର୍ଟ ଜାରି ହୋଇଥିଲା। ରିପୋର୍ଟ ଅନୁସାରେ ହୋଲସେଲ ପ୍ରାଇସ ଇଣ୍ଡେକ୍ସ (WPI) ଆଧାରିତ ମୁଦ୍ରାସ୍ଫୀତି ଫେବ୍ରୁଆରୀରେ ବଢ଼ି ୨.୩୮ % ହୋଇଛି। ପୂର୍ବରୁ ଜାନୁଆରୀ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୧% ଥିଲା।
ଏହି ବୃଦ୍ଧିର କାରଣ ଇନ୍ଧନ, ଏନର୍ଜୀ କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ତଥା ମ୍ୟାନୁଫ୍ୟାକଚରିଂ ସେକ୍ଟରରେ ଖର୍ଚ୍ଚ ବଢ଼ିବା ଯୋଗୁ ହୋିଛି। ହୋଲସେଲରେ ବିଦ୍ୟୁତ ଦାମ୍ରେ ୪.୨୮%ର ଏବଂ ମିନେରାଲ ଅଏଲର ଦାମ୍ରେ ୧.୮୭% ବୃଦ୍ଧି ହୋଇଛି। ଏହା ସହ ମ୍ୟାନୁଫ୍ୟାକଚରିଂ ପ୍ରୋଡକଟ୍ସ ଇଣ୍ଡେକ୍ସ ୦.୪୨% ବଢ଼ିଛି। ଫଳରେ ଖାଦ୍ୟ ପଦାର୍ଥ, ବେସିକ୍ ମେଟାଲ୍ସ, ନନ୍-ମେଟାଲିକ୍ ମିନେରାଲ ପ୍ରଡକ୍ଟସ ଏବଂ କେମିକାଲର ଦାମ୍ରେ ବୃଦ୍ଧି ଦେଖିବାକୁ ମିଳିଛି।

ପଢନ୍ତୁ- ପୁଟିନଙ୍କ ଜିଦ୍ ଓ ଟ୍ରମ୍ପଙ୍କ ଧମକ, ଭାରତରେ ଆହୁରି ବଢିବ ପେଟ୍ରୋଲ ଦର!
RBI ଏମିପିସି ବୈଠକରେ ପୁଣି ହୋଇପାରେ ରେଟ୍ କଟ୍
ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରାନୀତି ସମିତିର ଆଗାମୀ ବୈଠକ ଏପ୍ରିଲ ୭ରୁ ୯ ମଧ୍ୟରେ ହେବ। ପୂର୍ବରୁ ଫେବ୍ରୁଆରୀ ମାସରେ ହୋଇଥିବା ଏମପିସି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ୍ ରେପୋ ରେଟ୍ରେ ୨୫ ବେସିସ୍ ପଏଣ୍ଟ କାଟ୍ କରିଥିଲା। ଯେଉଁ କାରଣରୁ ଏହା ୬.୫%ରୁ ଖସି ୬.୨୫%କୁ ଆସିଥିଲା। ପ୍ରାୟ ପାଞ୍ଚ ବର୍ଷ ପରେ ପ୍ରଥମ ଥର ଆରବିଆଇ ସୁଧ ହାର କମାଇଥିଲା। ଯାହାର ଉଦ୍ଦେଶ୍ୟ ଥିଲା ଆର୍ଥିକ ବିକାଶକୁ ସମର୍ଥନ କରିବା।