ମହତାବଙ୍କ ଜୀବନୀ ଉପରେ ବାୟୋପିକ୍‌ କରାଯିବ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୀବନୀ ଓ କୃତିତ୍ୱ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଓଡ଼ିଶା ସ୍ବାଧୀନତା ଆନ୍ଦୋଳନରେ କ୍ରାନ୍ତି ଆଣିଥିଲେ। ମହତାବଙ୍କ ବିନା ଆଧୁନିକ ଓଡ଼ିଶାର କଳ୍ପନା କରାଯାଇ ନ ପାରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରଠାରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ […] The post ମହତାବଙ୍କ ଜୀବନୀ ଉପରେ ବାୟୋପିକ୍‌ କରାଯିବ appeared first on Dharitri Odia News.

ମହତାବଙ୍କ ଜୀବନୀ ଉପରେ ବାୟୋପିକ୍‌ କରାଯିବ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୀବନୀ ଓ କୃତିତ୍ୱ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଓଡ଼ିଶା ସ୍ବାଧୀନତା ଆନ୍ଦୋଳନରେ କ୍ରାନ୍ତି ଆଣିଥିଲେ। ମହତାବଙ୍କ ବିନା ଆଧୁନିକ ଓଡ଼ିଶାର କଳ୍ପନା କରାଯାଇ ନ ପାରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରଠାରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଡ. ମହତାବଙ୍କୁ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତି୍ୟକ, ସାମ୍ବାଦିକ, ଐତିହାସିକ, କୂଟନୀତିଜ୍ଞ ଓ ଲୋକପ୍ରିୟ ରାଜନେତା ଭାବେ ବିବେଚନା କରାଯାଇଥାଏ। ୧୯୨୧ ରେଭେନ୍‌ଶା ମହାବିଦ୍ୟାଳୟରେ ପଢୁଥିବା ସମୟରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ପାଠପଢ଼ା ଛାଡ଼ି ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଡ. ମହତାବ ଓଡ଼ିଶାରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ଜନମାନସରେ ଏକ ନୂତନ କ୍ରାନ୍ତି ଆଣିଥିଲେ। ବିଗତ ବହୁବର୍ଷ ଧରି ଓଡ଼ିଶା କେବଳ ଗୋଟିଏ ପରିବାରର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରିଆସୁଥିଲା। ପ୍ରଧାନମନ୍ତ୍ରୀ ଦେଶ ଓ ଜାତି ଗଠନରେ ପ୍ରମୁଖ ଅବଦାନ ରଖିଥିବା ସମସ୍ତ ବରପୁତ୍ରଙ୍କୁ ଉଚିତ ସମ୍ମାନ ଦେବା ପାଇଁ ଏହି ଧାରାରେ ପରିବର୍ତ୍ତନ ଆଣିଛନ୍ତି। ଜଣଙ୍କୁ ମହାନ୍‌ କରିବା ପାଇଁ ଅନ୍ୟମାନଙ୍କୁ ହତାଦର କରିବା କେବେ ହେଲେ ଏକ ସୁସ୍ଥ ପରମ୍ପରା ନୁହେଁ। ଏହି କ୍ରମରେ ଆଧୁନିକ ଓଡ଼ିଶାର ମଙ୍ଗୁଆଳ ମହତାବଙ୍କ ୧୨୫ତମ ଜୟନ୍ତୀର ଏକବର୍ଷ ବ୍ୟାପୀ ଜାତୀୟ ସ୍ତରର ଉତ୍ସବ ପାଳନ ଏକ ଉପଯୁକ୍ତ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମହତାବଙ୍କ ବିଷୟରେ ଜାଣିବାକୁ ହେଲେ ଯୁବପିଢ଼ିଙ୍କୁ ତାଙ୍କ ବିଷୟରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ମହତାବ ଜଣେ ବିସ୍ମୟ ପୁରୁଷ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ତାଙ୍କର ଏହି ସ୍ମରଣୋତ୍ସବ କେବଳ ରାଜ୍ୟ ସ୍ତରୀୟ ଉତ୍ସବରେ ନୁହେଁ ଜାତୀୟ ସ୍ତରୀୟ ଉତ୍ସବରେ ପରିଣତ ହୋଇଛି। ଏହି ଅବସରରେ କଟକ ଏମ୍‌ପି ତଥା ହରେକୃଷ୍ଣ ମହତାବଙ୍କ ସୁଯୋଗ୍ୟ ସନ୍ତାନ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ। ଏହି ଅବସରରେ ମହତାବଙ୍କ ଉପରେ ଆୟୋଜିତ ଫଟୋଚିତ୍ର ଏବଂ ତୈଳଚିତ୍ର ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।

The post ମହତାବଙ୍କ ଜୀବନୀ ଉପରେ ବାୟୋପିକ୍‌ କରାଯିବ appeared first on Dharitri Odia News.