ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ, ଅନ୍ତରୀକ୍ଷକୁ ଯିବ ଦୁଇଟି ସ୍ପେଶକ୍ରାଫ୍ଟ
ନୂଆଦିଲ୍ଲୀ ୩୦/୧୨: ନୂଆବର୍ଷ ପୂର୍ବରୁ ମହାକାଶରେ ଚମତ୍କାର କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ଯାହା ଏ ଯାଏ କେବଳ ଆମେରିକା, ରୁଷ୍ ଏବଂ ଚୀନ୍ କରିପାରିଛନ୍ତି । ଏହାକୁ ସ୍ପେଡେକ୍ସ ମିଶନ କୁହାଯାଉଛି । ଏହି ମିଶନର ଲକ୍ଷ୍ୟ ହେଉଛି ମହାକାଶରେ ଦୁଇଟି ସାଟେଲାଇଟକୁ ପରସ୍ପର ସହ ଯୋଡ଼ିବା । ମହାକାଶ ବିଜ୍ଞାନ ଭାଷାରେ ଏହାକୁ ଡକିଂ ଏବଂ ଅନ୍ଡକିଂ କୁହାଯାଏ । ମିଶନ ସଫଳ ହେଲେ ଭାରତକୁ ଆଗାମୀ ଚନ୍ଦ୍ରଯାନ-୪ ଅଭିଯାନ, ମହାକାଶରେ ସ୍ପେସ୍ ଷ୍ଟେସନ ଏବଂ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାର ସ୍ୱପ୍ନ ସାକାର ଦିଗରେ ସହାୟକ ହେବ । ଏଥିସହ ଏପରି କରିବାରେ ଭାରତ ଚତୁର୍ଥ ଦେଶ ହେବ । ଡିସେମ୍ବର ୩୦ ଅର୍ଥାତ ସୋମବାର ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍ଏଲ୍ଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ଚ୍ ହେବାକୁ ଯାଉଛି । ରାତି ୯ଟା ୫୮ରେ ଲଞ୍ଚିଂ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ବହୁପ୍ରତୀକ୍ଷିତ ମିଶନ ଲଞ୍ଚ୍ ପାଇଁ ଇସ୍ରୋ ପ୍ରସ୍ତୁତି ଶେଷ କରିଛି । ମହାକାଶରେ ସାଧାରଣ ମିଶନର ଟାର୍ଗେଟ ହାସଲ ଲାଗି ଅନେକ ରକେଟ ଲଞ୍ଚ୍ କରିବାର ଆବଶ୍ୟକ ପଡ଼ିବା ବେଳେ ଡକିଂ ଟେକ୍ନିକ୍ ଜରୁରି ହୋଇଥାଏ । ଡକିଂ ସିଷ୍ଟମ୍ ଦୁଇ ସାଟେଲାଇଟ ବା ଉପକରଣକୁ ମହାକାଶରେ ଯୋଡ଼ି ନୂଆ ଢାଞ୍ଚା ବନାଇବାର ପ୍ରକ୍ରିୟା । ଇସ୍ରୋ ଅନୁସାରେ, ସ୍ପେଡେକ୍ସ ମିଶନରେ ଦୁଇଟି ମହାକାଶଯାନ ଏସ୍ଡିଏ
ନୂଆଦିଲ୍ଲୀ ୩୦/୧୨: ନୂଆବର୍ଷ ପୂର୍ବରୁ ମହାକାଶରେ ଚମତ୍କାର କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ଯାହା ଏ ଯାଏ କେବଳ ଆମେରିକା, ରୁଷ୍ ଏବଂ ଚୀନ୍ କରିପାରିଛନ୍ତି । ଏହାକୁ ସ୍ପେଡେକ୍ସ ମିଶନ କୁହାଯାଉଛି । ଏହି ମିଶନର ଲକ୍ଷ୍ୟ ହେଉଛି ମହାକାଶରେ ଦୁଇଟି ସାଟେଲାଇଟକୁ ପରସ୍ପର ସହ ଯୋଡ଼ିବା । ମହାକାଶ ବିଜ୍ଞାନ ଭାଷାରେ ଏହାକୁ ଡକିଂ ଏବଂ ଅନ୍ଡକିଂ କୁହାଯାଏ ।
ମିଶନ ସଫଳ ହେଲେ ଭାରତକୁ ଆଗାମୀ ଚନ୍ଦ୍ରଯାନ-୪ ଅଭିଯାନ, ମହାକାଶରେ ସ୍ପେସ୍ ଷ୍ଟେସନ ଏବଂ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାର ସ୍ୱପ୍ନ ସାକାର ଦିଗରେ ସହାୟକ ହେବ । ଏଥିସହ ଏପରି କରିବାରେ ଭାରତ ଚତୁର୍ଥ ଦେଶ ହେବ । ଡିସେମ୍ବର ୩୦ ଅର୍ଥାତ ସୋମବାର ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍ଏଲ୍ଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ଚ୍ ହେବାକୁ ଯାଉଛି । ରାତି ୯ଟା ୫୮ରେ ଲଞ୍ଚିଂ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ଏହି ବହୁପ୍ରତୀକ୍ଷିତ ମିଶନ ଲଞ୍ଚ୍ ପାଇଁ ଇସ୍ରୋ ପ୍ରସ୍ତୁତି ଶେଷ କରିଛି । ମହାକାଶରେ ସାଧାରଣ ମିଶନର ଟାର୍ଗେଟ ହାସଲ ଲାଗି ଅନେକ ରକେଟ ଲଞ୍ଚ୍ କରିବାର ଆବଶ୍ୟକ ପଡ଼ିବା ବେଳେ ଡକିଂ ଟେକ୍ନିକ୍ ଜରୁରି ହୋଇଥାଏ । ଡକିଂ ସିଷ୍ଟମ୍ ଦୁଇ ସାଟେଲାଇଟ ବା ଉପକରଣକୁ ମହାକାଶରେ ଯୋଡ଼ି ନୂଆ ଢାଞ୍ଚା ବନାଇବାର ପ୍ରକ୍ରିୟା । ଇସ୍ରୋ ଅନୁସାରେ, ସ୍ପେଡେକ୍ସ ମିଶନରେ ଦୁଇଟି ମହାକାଶଯାନ ଏସ୍ଡିଏକ୍ସ୦୧ ଚେଜର ଏବଂ ଏସ୍ଡିଏକ୍ସ୦୨ ଟାର୍ଗେଟକୁ ମହାକାଶରେ ଯୋଡ଼ିବା ଏବଂ ଅଲଗା କରିବାର ଟେକ୍ନିକ୍ ଦେଖାଇବ । ଏହି ଦୁଇ ଯାନ ପୃଥିବୀର ନିମ୍ନକକ୍ଷରେ ଚକ୍କର କାଟିବେ ।
ମିଶନରେ କମ୍ ପ୍ରଭାବ ବିଶିଷ୍ଟ ସିଷ୍ଟମ ବ୍ୟବହାର ହେବ, ଯାହା ଦ୍ୱାରା ବିନା କୌଣସି କ୍ଷତିରେ ଡକିଂ ହୋଇପାରିବ । ଏଥିରେ ହାଇ-ରିଜୋଲ୍ୟୁସନ କ୍ୟାମେରା, ମଲ୍ଟି ସ୍ପେକ୍ଟ୍ରଲ ଉପକରଣ ସମେତ ଅନେକ ଉପକରଣ ରହିଛି । ସ୍ପେଡେକ୍ସ ମିଶନରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର ହୋଇଛି । ଏହି ମିଶନ ମହାକାଶରେ ଡକିଂ ଜ୍ଞାନକୌଶଳକୁ ଉନ୍ନତ ଧରଣର କରାଯିବା ଏବଂ ପ୍ରାକୃତିକ ସମ୍ବଳ ବାବଦରେ ଜାଣିବା ଦିଗରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଏହାର ବିଶେଷତ୍ୱ ହେଉଛି, ଲୋ-ଇମ୍ପାକ୍ଟ ବା କମ୍ ପ୍ରଭାବ ବିଶିଷ୍ଟ ସିଷ୍ଟମର ବ୍ୟବହାର । ଏହାର ଅର୍ଥ ଦୁଇଟି ଯାନ ପରସ୍ପର ସହ ଯୋଡ଼ିହେଲେ ଏଥିଯୋଗୁ କୌଣସି କ୍ଷତି ହେବନାହିଁ । ସରଳ ଭାଷାରେ ବୁଝିଲେ ଦୁଇ କାର୍କୁ ଧୀରେ ଧୀରେ ବିନା କୌଣସି କ୍ଷତିରେ ପରସ୍ପର ସହ ଲଗାଇବା ଭଳି ।
ଇସ୍ରୋ ଅନୁସାରେ, ମିଶନରେ ୨୮,୮୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରୁଥିବା ଦୁଇ କୃତ୍ରିମ ଉପଗ୍ରହକୁ ପରସ୍ପର ସହ ଯୋଡ଼ିବାକୁ ଉଦ୍ୟମ କରାଯିବ । ସେହି ସମୟରେ ଏହାର ବେଗକୁ ଘଣ୍ଟା ପ୍ରତି ୦.୦୩୬ କିମିକୁ ହ୍ରାସ କରାଯିବ । ଏହି ଐତିହାସିକ ମିଶନ ଲଞ୍ଚକୁ ଲାଇଭ୍ ଦେଖାଯାଇପାରିବ । ଇସ୍ରୋ ଏହାର ସିଧା ପ୍ରସାରଣ କରିବ ।