ମହାକାଶ ଯିବାର ବିତିଗଲାଣି ୩୬ ଦିନ, କେବେ ଫେରିବେ ସୁନୀତା ଓ୍ୱିଲିୟମ୍ସ

ନୂଆଦିଲ୍ଲୀ ୧୨/୦୭:  ନାସା ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଯିବାର ୩୬ ଦିନ ବିତିଗଲାଣି । ତାଙ୍କ ସହ ବୁଚ୍‌ ୱିଲମୋର ମଧ୍ୟ ଯାଇଛନ୍ତି । ଦୁହେଁ ପ୍ରଥମ ଥର ବୋଇଂ କମ୍ପାନିର ଷ୍ଟାର୍‌ଲାଇନର ମହାକାଶଯାନରେ ସ୍ପେସ୍‌ ଷ୍ଟେସନ୍‌ ଯାଇଛନ୍ତି । ଏହା ଏକ ପରୀକ୍ଷାମୂଳକ ଉଡ଼ାଣ ଥିଲା । ସଫଳ ମଧ୍ୟ ହେଲା । କିନ୍ତୁ ଷ୍ଟାର୍‌ଲାଇନର କ୍ୟାପ୍‌ସୁଲରେ ବିଭିନ୍ନ ପ୍ରକାର ସମସ୍ୟା ସାମ୍ନାକୁ ଆସିଲା । ଏ ବିଷୟରେ ଉଭୟ ନାସା ଓ ବୋଇଂ ପାଖରେ ପୂରା ଖବର ଥିଲା । ସୁନୀତାଙ୍କର ଏହା ୮ ଦିନିଆ ଯାତ୍ରା ଥିଲା । କିନ୍ତୁ ଅଧିକ ୨୮ ଦିନ ସେ ମହାକାଶ କେନ୍ଦ୍ରରେ ବିତାଇ ସାରିଲେଣି । ଦୁହେଁ କେବେ ପୃଥିବୀକୁ ଫେରିବେ, ଏ ନେଇ କୌଣସି ସୂଚନା ନାହିଁ । ତେବେ ଖୁସିର କଥା ହେଉଛି ଦୁହେଁ ସେଠାରେ ସୁରକ୍ଷିତ ଅଛନ୍ତି । ସାରା ବିଶ୍ୱର ଗଣମାଧ୍ୟମ ଉଭୟଙ୍କ ଫେରିବାକୁ ନେଇ ପ୍ରଶ୍ନ ଉଠାଇବା ପରେ ନାସା-ବୋଇଂ ସ୍ପଷ୍ଟ କଲେ ଯେ ଦୁହେଁ ସ୍ପେସ୍‌ ଷ୍ଟେସନ୍‌ରେ ଫସିନାହାନ୍ତି । କିନ୍ତୁ ୨୮ ଦିନ ପରେ ବି ଦୁଇ ସଂସ୍ଥା ପକ୍ଷରୁ ଉଭୟଙ୍କ ଫେରିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗତ ବୁଧବାର ସୁନୀତା ଓ ୱିଲମୋର ସ୍ପେସ୍‌ ଷ୍ଟେସନ୍‌ରୁ ସାମ୍ବାଦିକଙ୍କ ସହ କଥା ହୋଇଛନ୍ତି । ସୁନୀତା କହିଛନ୍ତି, ଆମେ ମହାକାଶ କେନ୍ଦ୍ରର ସଦସ୍ୟଙ୍କ ସହ ଅନେକ କାମରେ ବ୍ୟସ୍ତ ଅଛୁ । ସ୍ପେସ୍‌ ଷ୍ଟେସନ୍‌ର ରକ୍ଷଣାବେକ୍ଷଣ କାମ

ମହାକାଶ ଯିବାର ବିତିଗଲାଣି ୩୬ ଦିନ, କେବେ ଫେରିବେ ସୁନୀତା ଓ୍ୱିଲିୟମ୍ସ

ନୂଆଦିଲ୍ଲୀ ୧୨/୦୭:  ନାସା ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଯିବାର ୩୬ ଦିନ ବିତିଗଲାଣି । ତାଙ୍କ ସହ ବୁଚ୍‌ ୱିଲମୋର ମଧ୍ୟ ଯାଇଛନ୍ତି । ଦୁହେଁ ପ୍ରଥମ ଥର ବୋଇଂ କମ୍ପାନିର ଷ୍ଟାର୍‌ଲାଇନର ମହାକାଶଯାନରେ ସ୍ପେସ୍‌ ଷ୍ଟେସନ୍‌ ଯାଇଛନ୍ତି । ଏହା ଏକ ପରୀକ୍ଷାମୂଳକ ଉଡ଼ାଣ ଥିଲା । ସଫଳ ମଧ୍ୟ ହେଲା । କିନ୍ତୁ ଷ୍ଟାର୍‌ଲାଇନର କ୍ୟାପ୍‌ସୁଲରେ ବିଭିନ୍ନ ପ୍ରକାର ସମସ୍ୟା ସାମ୍ନାକୁ ଆସିଲା । 

ଏ ବିଷୟରେ ଉଭୟ ନାସା ଓ ବୋଇଂ ପାଖରେ ପୂରା ଖବର ଥିଲା । ସୁନୀତାଙ୍କର ଏହା ୮ ଦିନିଆ ଯାତ୍ରା ଥିଲା । କିନ୍ତୁ ଅଧିକ ୨୮ ଦିନ ସେ ମହାକାଶ କେନ୍ଦ୍ରରେ ବିତାଇ ସାରିଲେଣି । ଦୁହେଁ କେବେ ପୃଥିବୀକୁ ଫେରିବେ, ଏ ନେଇ କୌଣସି ସୂଚନା ନାହିଁ । ତେବେ ଖୁସିର କଥା ହେଉଛି ଦୁହେଁ ସେଠାରେ ସୁରକ୍ଷିତ ଅଛନ୍ତି । ସାରା ବିଶ୍ୱର ଗଣମାଧ୍ୟମ ଉଭୟଙ୍କ ଫେରିବାକୁ ନେଇ ପ୍ରଶ୍ନ ଉଠାଇବା ପରେ ନାସା-ବୋଇଂ ସ୍ପଷ୍ଟ କଲେ ଯେ ଦୁହେଁ ସ୍ପେସ୍‌ ଷ୍ଟେସନ୍‌ରେ ଫସିନାହାନ୍ତି । 

କିନ୍ତୁ ୨୮ ଦିନ ପରେ ବି ଦୁଇ ସଂସ୍ଥା ପକ୍ଷରୁ ଉଭୟଙ୍କ ଫେରିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗତ ବୁଧବାର ସୁନୀତା ଓ ୱିଲମୋର ସ୍ପେସ୍‌ ଷ୍ଟେସନ୍‌ରୁ ସାମ୍ବାଦିକଙ୍କ ସହ କଥା ହୋଇଛନ୍ତି । ସୁନୀତା କହିଛନ୍ତି, ଆମେ ମହାକାଶ କେନ୍ଦ୍ରର ସଦସ୍ୟଙ୍କ ସହ ଅନେକ କାମରେ ବ୍ୟସ୍ତ ଅଛୁ । ସ୍ପେସ୍‌ ଷ୍ଟେସନ୍‌ର ରକ୍ଷଣାବେକ୍ଷଣ କାମ ଚାଲିଛି । ସପ୍ତାହ ତଳେ ସେ ଷ୍ଟାର୍‌ଲାଇନର କ୍ୟାପ୍‌ସୁଲ୍‌ର ନିୟନ୍ତ୍ରଣ ପଦ୍ଧତିକୁ ପୁଣି ଥରେ ଯାଞ୍ଚ୍‌ କରିବା ପାଇଁ କ୍ୟାପ୍‌ସୁଲକୁ ଯାଇଥିଲେ । 

ଗ୍ରାଉଣ୍ଡ୍‌ ଷ୍ଟେସନ୍‌ ସହ ମିଶି ଏ ସମସ୍ତ କାମ କରାଯାଇଥିଲା ବୋଲି ସେ କହିଛନ୍ତି । ବୁଚ୍‌ ୱିଲମୋର କହିଛନ୍ତି, ଉତ୍‌କ୍ଷେପଣ ଚମତ୍କାର ଥିଲା । ଆମେ ଦୁହେଁ ସିଟ୍‌ରେ ବସିଥିଲୁ । କ୍ୟାପ୍‌ସୁଲ ଯେମିତି ଗର୍ଜନ କରି ବାୟୁମଣ୍ଡଳକୁ ଅତିକ୍ରମ କଲା, ଆମେ ସୂକ୍ଷ୍ମ ମାଧ୍ୟାକର୍ଷଣ ଅନୁଭବ କଲୁ । ମହାକାଶରେ ଷ୍ଟାର୍‌ଲାଇନର ଉତ୍ତମ ପ୍ରଦର୍ଶନ କରୁଥିଲା । ସାମ୍ବାଦିକ ୱିଲମୋରଙ୍କୁ ପଚାରିଲେ, ଷ୍ଟାର୍‌ଲାଇନର୍‌ର ପ୍ରଦର୍ଶନକୁ ସେ ୧-୧୦ ମଧ୍ୟରେ କେତେ ରେଟିଂ ଦେବେ? ୧ ଅର୍ଥାତ୍‌ ସର୍ବଶ୍ରେଷ୍ଠ ଏବଂ ୧୦ ଅର୍ଥାତ୍‌ ସବୁଠୁ ଖରାପ । 

ୱିଲମୋର କହିଲେ ୧ ରେଟିଂ ଦେଇପାରିବି ନାହିଁ, କିନ୍ତୁ ଥରେ ମନ ହୋଇଥିଲା ଦେବାକୁ । ଯାନର ସଠିକତା ଅତ୍ୟନ୍ତ ଚମତ୍କାର । ମିଶନ୍‌ର ୨ୟ ଦିନ ପର୍ଯ୍ୟନ୍ତ ଏହା ଉତ୍କୃଷ୍ଟ କାମ କରିଛି । କିନ୍ତୁ ଆମେ ଯେତେବେଳେ ମହାକାଶ କେନ୍ଦ୍ର ନିକଟରେ ପହଞ୍ଚିଲୁ, ଷ୍ଟାର୍‌ଲାଇନର୍‌ର ୨୮ ରିଆକ୍ସନ୍‌ କଣ୍ଟ୍ରୋଲ ସିଷ୍ଟମ୍‌ (ଆର୍‌ସିଏସ୍‌) ଥ୍ରଷ୍ଟର୍‌ ମଧ୍ୟରୁ ଗୋଟିଏ ହଠାତ୍‌ ବନ୍ଦ ହୋଇଗଲା । ଏହା ପରେ ଅନ୍ୟଗୁଡ଼ିକ ମଧ୍ୟ ଅଫ୍‌ଲାଇନ୍‌ ହୋଇଗଲା । ୫ ଆର୍‌ସିଏସ୍‌ ଥ୍ରଷ୍ଟର୍‌ ବନ୍ଦ ହୋଇଗଲା । ଏହା ସତ୍ତେ୍ୱ ଡକିଙ୍ଗ୍‌ ହେଲା । 

ୱିଲମୋର ସ୍ପଷ୍ଟ ଭାବେ କହିଲେ ଯେ ଥ୍ରଷ୍ଟର୍‌, କଣ୍ଟ୍ରୋଲ ଓ ଯାନର କ୍ଷମତା ଦୁର୍ବଳ ହୋଇଥିଲା । ନିୟନ୍ତ୍ରଣ ସମୟରେ ସମସ୍ୟା ହେଉଥିଲା । ତାଙ୍କୁ ଓ ସୁନୀତାଙ୍କୁ ମ୍ୟାନୁଆଲି ଯାନକୁ ନିୟନ୍ତ୍ରଣ କରିବାକୁ ପଡ଼ିଲା । ଗ୍ରାଉଣ୍ଡ୍‌ ଷ୍ଟେସନ୍‌ରୁ କ୍ୟାପ୍‌ସୁଲର ସମସ୍ୟା ଦୂର କରାଯାଉଥିଲା । ଷ୍ଟାର୍‌ଲାଇନର୍‌ ମହାକାଶ କେନ୍ଦ୍ର ପାଖକୁ ଅଟୋମେଟିକ୍‌ ମୋଡ୍‌ରେ ପହଞ୍ଚିଥିଲା । 

କିନ୍ତୁ ଡକିଙ୍ଗ୍‌ର ଠିକ୍‌ ପୂର୍ବରୁ ଥ୍ରଷ୍ଟର୍‌ରେ ସମସ୍ୟା ଦେଖାଯାଇଥିଲା । ଷ୍ଟାର୍‌ଲାଇନର୍‌ରେ ହିଲିୟମ୍‌ ୫ ଥର ଲିକ୍‌ ହୋଇଥିବା କଥା ନାସା ଜାଣିଥିଲା । ଏହା ସାହାଯ୍ୟରେ ପ୍ରପଲସନ୍‌ ସିଷ୍ଟମ୍‌ କାମ କରେ । ସୁନୀତା ଓ ୱିଲମୋର ମହାକାଶ କେନ୍ଦ୍ରରେ ଅନ୍ୟ ମହାକାଶଚାରୀଙ୍କ ସହ ମହାକାଶ କେନ୍ଦ୍ରର ରକ୍ଷଣାବେକ୍ଷଣ କାମ କରୁଛନ୍ତି ।