ମହାକାଶରୁ ମହିଳା ଆଷ୍ଟ୍ରୋନଟଙ୍କ ବାର୍ତ୍ତା, ଦେଶବାସୀଙ୍କୁ ଦେଲେ ଦୀପାବଳି ଶୁଭେଚ୍ଛା

ନୂଆଦିଲ୍ଲୀ ୨୯/୧୦: ମହାକାଶରୁ ଦୀପାବଳି ଶୁଭେଚ୍ଛା । ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ସୁନିତା ୱିଲୟିମ୍ସ ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୃଥିବୀଠୁ ୨୬୦ ମାଇଲ ଅର୍ଥାତ୍ ୪୨୦ କିଲୋମିଟର ଦୂରରୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।ସୂଚନା ଥାଉକି, ମହାକାଶରୁ ଦୀପାବଳି ବାର୍ତ୍ତା ଦେଇଛନ୍ତି ମହିଳା ଆଷ୍ଟ୍ରୋନଟ । ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ସୁନିତା ୱିଲୟମ୍ସ ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବାପା ତାଙ୍କୁ ଦୀପାବଳିର ପରମ୍ପରା, ରିତିନୀତି ଏବଂ ଅନ୍ୟ ଭାରତୀୟ ପର୍ବ ଉପରେ ଶିକ୍ଷା ଦେଇଥାନ୍ତି ବୋଲି ସୁନିତା ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି । କହିବାକୁ ଗଲେ ସୁନିତା ଗତ ଜୁନ୍ ମାସରୁ ମହାକାଶକୁ ଯାତ୍ରା କରିଥିଲେ । ସପ୍ତାହ ମଧ୍ୟରେ ପୁଣି ପୃଥିବୀ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ଟେକ୍ନିକାଲ ଅସୁବିଧା ଯୋଗୁଁ ସେ ଏପର୍ଯ୍ୟନ୍ତ ଫେରିପାରିନାହାଁନ୍ତି । ଆଶା କରାଯାଉଛି ସେ ବହୁତ ଶିଘ୍ର ପୃଥିବୀ ଫେରିବେ ।

ମହାକାଶରୁ ମହିଳା ଆଷ୍ଟ୍ରୋନଟଙ୍କ ବାର୍ତ୍ତା, ଦେଶବାସୀଙ୍କୁ ଦେଲେ ଦୀପାବଳି ଶୁଭେଚ୍ଛା

ନୂଆଦିଲ୍ଲୀ ୨୯/୧୦: ମହାକାଶରୁ ଦୀପାବଳି ଶୁଭେଚ୍ଛା । ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ସୁନିତା ୱିଲୟିମ୍ସ ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୃଥିବୀଠୁ ୨୬୦ ମାଇଲ ଅର୍ଥାତ୍ ୪୨୦ କିଲୋମିଟର ଦୂରରୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।


ସୂଚନା ଥାଉକି, ମହାକାଶରୁ ଦୀପାବଳି ବାର୍ତ୍ତା ଦେଇଛନ୍ତି ମହିଳା ଆଷ୍ଟ୍ରୋନଟ । ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ସୁନିତା ୱିଲୟମ୍ସ ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବାପା ତାଙ୍କୁ ଦୀପାବଳିର ପରମ୍ପରା, ରିତିନୀତି ଏବଂ ଅନ୍ୟ ଭାରତୀୟ ପର୍ବ ଉପରେ ଶିକ୍ଷା ଦେଇଥାନ୍ତି ବୋଲି ସୁନିତା ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି । 

କହିବାକୁ ଗଲେ ସୁନିତା ଗତ ଜୁନ୍ ମାସରୁ ମହାକାଶକୁ ଯାତ୍ରା କରିଥିଲେ । ସପ୍ତାହ ମଧ୍ୟରେ ପୁଣି ପୃଥିବୀ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ଟେକ୍ନିକାଲ ଅସୁବିଧା ଯୋଗୁଁ ସେ ଏପର୍ଯ୍ୟନ୍ତ ଫେରିପାରିନାହାଁନ୍ତି । ଆଶା କରାଯାଉଛି ସେ ବହୁତ ଶିଘ୍ର ପୃଥିବୀ ଫେରିବେ ।