ମହାକାଶରେ ଥାଇ ଭଗବାନଙ୍କୁ ମନେପକାଇଥିଲେ ସୁନୀତା, ଭାଉଜଙ୍କୁ ମାଗିଥିଲେ ମହାକୁମ୍ଭର ଫଟୋ

ନୂଆଦିଲ୍ଲୀ ୧୯।୦୩; ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ଦୀର୍ଘ ୯ ମାସ ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ଏନେଇ ସୁନୀତା ୱିଲିୟମ୍ସଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି। ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସୁନୀତା ନିଶ୍ଚିତ ଭାବରେ ଚଳିତ ବର୍ଷ ଭାରତ ଆସିବେ। ହେଲେ ସୁନୀତାଙ୍କ ଭାଉଜ ଫାଲଗୁନି ପାଣ୍ଡ୍ୟା କହିଛନ୍ତି ଯେ ଯେତେବେଳେ ସେ ସୁନୀତାଙ୍କ ସହ କଥା ହୋଇଥିଲେ ସେତେବେଳେ ସେ ତାଙ୍କୁ ମହାକୁମ୍ଭ ଯିବା ବିଷୟରେ କହିଥିଲେ। ମହାକୁମ୍ଭ ନାମ ଶୁଣିବା ପରେ ସୁନୀତା ବହୁତ ଖୁସି ହୋଇ ଯାଇଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ଭାଉଜଙ୍କୁ ମହାକୁମ୍ଭ ଫଟୋ ପଠାଇବାକୁ ମଧ୍ୟ କହିଥିଲେ।ଏତିକି ହିଁ ନୁହେଁ ସୁନୀତାଙ୍କ ଭାଉଜ ଫାଲଗୁନି ଆହୁରି କହିଥିଲେ ଯେ ସେ ଭାରତ ସହ ସଂଯୁକ୍ତ ଏବଂ ଭାରତୀୟଙ୍କ ଠାରୁ ତାଙ୍କୁ ବହୁତ ଭଲ ପାଇବା ମିଳିଛି। ସୁନୀତା ବହୁତ ଆଧ୍ୟାତ୍ମିକ । ତାଙ୍କର ଆଧ୍ୟାତ୍ମିକତା ମଧ୍ୟ ଏଥିରୁ ସ୍ପଷ୍ଟ ହୋଇଛି ଯେ ସେ ମହାକାଶ ଯିବା ବେଳେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ସାଙ୍ଗରେ ନେଇଥିଲେ। ଭଗବାନ ଗଣେଶଙ୍କୁ ବହୁତ ଲକି ମନେ କରନ୍ତି। ଏହାପୂର୍ବରୁ ମଧ୍ୟ ସେ ତାଙ୍କ ମହାକାଶ ଯାତ୍ରା ସମୟରେ ଭଗବଦ୍ ଗୀତା, ଶିବ ଏବଂ ଓମ୍‌କୁ ମଧ୍ୟ ସାଙ୍ଗରେ ନେଇଥିଲେ।୯ ମାସ ୧୪ ଦିନ ପରେ ସୁନୀତା ୱିଲିୟମ୍ସ ଫେରିଛନ୍ତିଗତ ୯ ମାସ ୧୪ ଦିନ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍‌ ୱିଲମୋର ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ।

ମହାକାଶରେ ଥାଇ ଭଗବାନଙ୍କୁ ମନେପକାଇଥିଲେ ସୁନୀତା, ଭାଉଜଙ୍କୁ ମାଗିଥିଲେ ମହାକୁମ୍ଭର ଫଟୋ

ନୂଆଦିଲ୍ଲୀ ୧୯।୦୩; ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ଦୀର୍ଘ ୯ ମାସ ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ଏନେଇ ସୁନୀତା ୱିଲିୟମ୍ସଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି। ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସୁନୀତା ନିଶ୍ଚିତ ଭାବରେ ଚଳିତ ବର୍ଷ ଭାରତ ଆସିବେ। ହେଲେ ସୁନୀତାଙ୍କ ଭାଉଜ ଫାଲଗୁନି ପାଣ୍ଡ୍ୟା କହିଛନ୍ତି ଯେ ଯେତେବେଳେ ସେ ସୁନୀତାଙ୍କ ସହ କଥା ହୋଇଥିଲେ ସେତେବେଳେ ସେ ତାଙ୍କୁ ମହାକୁମ୍ଭ ଯିବା ବିଷୟରେ କହିଥିଲେ। ମହାକୁମ୍ଭ ନାମ ଶୁଣିବା ପରେ ସୁନୀତା ବହୁତ ଖୁସି ହୋଇ ଯାଇଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କ ଭାଉଜଙ୍କୁ ମହାକୁମ୍ଭ ଫଟୋ ପଠାଇବାକୁ ମଧ୍ୟ କହିଥିଲେ।

ଏତିକି ହିଁ ନୁହେଁ ସୁନୀତାଙ୍କ ଭାଉଜ ଫାଲଗୁନି ଆହୁରି କହିଥିଲେ ଯେ ସେ ଭାରତ ସହ ସଂଯୁକ୍ତ ଏବଂ ଭାରତୀୟଙ୍କ ଠାରୁ ତାଙ୍କୁ ବହୁତ ଭଲ ପାଇବା ମିଳିଛି। ସୁନୀତା ବହୁତ ଆଧ୍ୟାତ୍ମିକ । ତାଙ୍କର ଆଧ୍ୟାତ୍ମିକତା ମଧ୍ୟ ଏଥିରୁ ସ୍ପଷ୍ଟ ହୋଇଛି ଯେ ସେ ମହାକାଶ ଯିବା ବେଳେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ସାଙ୍ଗରେ ନେଇଥିଲେ। ଭଗବାନ ଗଣେଶଙ୍କୁ ବହୁତ ଲକି ମନେ କରନ୍ତି। ଏହାପୂର୍ବରୁ ମଧ୍ୟ ସେ ତାଙ୍କ ମହାକାଶ ଯାତ୍ରା ସମୟରେ ଭଗବଦ୍ ଗୀତା, ଶିବ ଏବଂ ଓମ୍‌କୁ ମଧ୍ୟ ସାଙ୍ଗରେ ନେଇଥିଲେ।

୯ ମାସ ୧୪ ଦିନ ପରେ ସୁନୀତା ୱିଲିୟମ୍ସ ଫେରିଛନ୍ତି

ଗତ ୯ ମାସ ୧୪ ଦିନ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍‌ ୱିଲମୋର ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ। ବୁଧବାର ( ୧୯ ମାର୍ଚ୍ଚ ୨୦୨୫) ସକାଳ ୩.୨୭ ମିନିଟ୍‌ ରେ ଫ୍ଲୋରିଡା ତଟରେ ଲ୍ୟାଣ୍ଡିଂ କରିଥିଲେ। ମହାକାଶରୁ ୧୭ ଘଣ୍ଟା ଯାତ୍ରା କରିବା ପରେ ସେମାନେ ପୃଥିବୀରେ ପହଞ୍ଚିଛନ୍ତି । ନାସା ଦ୍ୱାରା ମହାକାଶଚାରୀଙ୍କ ସ୍ପ୍ଲେସଡାଉନ୍ ର ଏକ ଭିଡିଓ ମଧ୍ୟ ସେୟାର ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳେ ଯେ ସେମାନଙ୍କୁ ଷ୍ଟ୍ରେଚରରେ ନିଆଯାଉଥିଲା ।