ମହାକାଶରେ ମାନବ ଉପସ୍ଥିତି ସୁନିଶ୍ଚିତ କରିବାକୁ ଆମକୁ ଟାର୍ଗେଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ: ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗୋଟିଏ ପରେ ଗୋଟିଏ ସଫଳତା ଅର୍ଜନ କରି ଚାଲିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଏବେ ଆଦିତ୍ୟ ଏଲ୍-୧ ଅଭିଯାନର ସଫଳତା ଭାରତକୁ ବିଶ୍ୱ ଦରବାରର ଏକ ନୂଆ ପରିଚୟ ଦେଇଛି। ଆଗକୁ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ଉଚ୍ଚାକାଂକ୍ଷା ରହିଛି। ଗୁରୁବାର ଏ ବିଷୟରେ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ। ଗାନ୍ଧୀନଗରରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଅନେକ କିଛିର ଖୁଲାସ କରିଛନ୍ତି ଇସ୍ରୋ ମୁଖ୍ୟ। ସବୁଠାରୁ ବଡ଼ କଥା ହେଲା ଇସ୍ରୋର ସଫଳ ଉଦ୍ୟମ ପଛରେ କିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତୁଟ ବିଶ୍ୱାସ ଓ ପ୍ରେରଣା ରହିଛି ବୋଲି କହିଛନ୍ତି ଏସ୍ ସୋମନାଥ। ଇସ୍ରୋ ମୁଖ୍ୟ କହିଛନ୍ତି " ମାହାକାଶ ଗବେଷଣା କ୍ଷେତ୍ରରେ ଆମର ପ୍ରୟାସରେ ପ୍ରଧାନମନ୍ତ୍ରୀ ସବୁବେଳେ ଆମର ସମର୍ଥନରେ ଛିଡ଼ା ହୋଇଛନ୍ତି।" ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦୀଙ୍କର ସହଯୋଗକୁ ମନେ ପକାଇ ସୋମନାଥ ଏପରି କହିଛନ୍ତି। ସୋମନାଥ ଆହୁରି କହିଛନ୍ତି "ଗତ ୬ ମାସର ସଫଳତାଗୁଡ଼ିକ ପରେ ସେ(ପ୍ରଧାନମନ୍ତ୍ରୀ) ଆମ ପାଇଁ ଏମିତି ରାସ୍ତା ତିଆରି କରିଛନ୍ତି ଯାହା ଆମର ବର୍ତ୍ତମାନ ଯୋଜନାରୁ ଠାରୁ ବି ଆଗ ପର୍ଯ୍ୟନ୍ତ ଲମ୍ବିଛି। ଆମର ଲକ୍ଷ୍ୟ କେବଳ ଗଗନଯାନ ମିଶନକୁ ସଫଳ କରାଇବା ନୁହେଁ, ବରଂ ମହାକାଶରେ ମାନବର ଉପସ୍ଥିତି ଜାହିର କରିବା। ୨୦୪
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗୋଟିଏ ପରେ ଗୋଟିଏ ସଫଳତା ଅର୍ଜନ କରି ଚାଲିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଏବେ ଆଦିତ୍ୟ ଏଲ୍-୧ ଅଭିଯାନର ସଫଳତା ଭାରତକୁ ବିଶ୍ୱ ଦରବାରର ଏକ ନୂଆ ପରିଚୟ ଦେଇଛି। ଆଗକୁ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ଉଚ୍ଚାକାଂକ୍ଷା ରହିଛି।
ଗୁରୁବାର ଏ ବିଷୟରେ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ। ଗାନ୍ଧୀନଗରରେ ଆୟୋଜିତ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଅନେକ କିଛିର ଖୁଲାସ କରିଛନ୍ତି ଇସ୍ରୋ ମୁଖ୍ୟ। ସବୁଠାରୁ ବଡ଼ କଥା ହେଲା ଇସ୍ରୋର ସଫଳ ଉଦ୍ୟମ ପଛରେ କିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତୁଟ ବିଶ୍ୱାସ ଓ ପ୍ରେରଣା ରହିଛି ବୋଲି କହିଛନ୍ତି ଏସ୍ ସୋମନାଥ।
ଇସ୍ରୋ ମୁଖ୍ୟ କହିଛନ୍ତି " ମାହାକାଶ ଗବେଷଣା କ୍ଷେତ୍ରରେ ଆମର ପ୍ରୟାସରେ ପ୍ରଧାନମନ୍ତ୍ରୀ ସବୁବେଳେ ଆମର ସମର୍ଥନରେ ଛିଡ଼ା ହୋଇଛନ୍ତି।" ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦୀଙ୍କର ସହଯୋଗକୁ ମନେ ପକାଇ ସୋମନାଥ ଏପରି କହିଛନ୍ତି।
ସୋମନାଥ ଆହୁରି କହିଛନ୍ତି "ଗତ ୬ ମାସର ସଫଳତାଗୁଡ଼ିକ ପରେ ସେ(ପ୍ରଧାନମନ୍ତ୍ରୀ) ଆମ ପାଇଁ ଏମିତି ରାସ୍ତା ତିଆରି କରିଛନ୍ତି ଯାହା ଆମର ବର୍ତ୍ତମାନ ଯୋଜନାରୁ ଠାରୁ ବି ଆଗ ପର୍ଯ୍ୟନ୍ତ ଲମ୍ବିଛି। ଆମର ଲକ୍ଷ୍ୟ କେବଳ ଗଗନଯାନ ମିଶନକୁ ସଫଳ କରାଇବା ନୁହେଁ, ବରଂ ମହାକାଶରେ ମାନବର ଉପସ୍ଥିତି ଜାହିର କରିବା। ୨୦୪୦ ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ଆମ ଲକ୍ଷ୍ୟ।"
ପଢ଼ନ୍ତୁ-ପୂରଣ ହେବ ସ୍ୱପ୍ନ, ୨୦୨୬ରେ ଗଡ଼ିବ ଦେଶର ପ୍ରଥମ ବୁଲେଟ ଟ୍ରେନ୍: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଏହି ସଫଳତା ପାଇବାକୁ ସମୟ ଯଦିଓ ଅଧିକ ହେଉଯାଉଛି ତେବେ ଏହା ଆମ ସମର୍ଥ ଭିତରେ ରହିଛି ବୋଲି ଏସ୍ ସୋମନାଥ ଆଶ୍ୱାସନା ଦେଇଛନ୍ତି। ସ୍ୱପ୍ନକୁ ସାକାର କରିବାକୁ ପୂର୍ବରୁ ହିଁ ଯୋଜନା ଜାରି ରହିଛି। ଏଥିସହିତ ୨୦୩୫ ସୁଦ୍ଧା ଭାରତ ଇଣ୍ଡିଆନ ସ୍ପେଶ୍ ଷ୍ଟେସନ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ଯାହା ଭାରତର ଗବେଷଣା କ୍ଷେତ୍ରକୁ ଆହୁରି ମଜଭୁତ୍ କରିବ। ମାଇକ୍ରୋଗ୍ରାଭିଟି କଣ୍ଡିସନ(ସୁକ୍ଷ୍ମ ଗୁରୁତ୍ୱାକର୍ଷଣ ସ୍ଥିତି) କ୍ଷେତ୍ରରେ ରିସର୍ଚ କରିବାକୁ ସହଯୋଗ କରିବ ବୋଲି ସୋମନାଥ କହିଛନ୍ତି।
କେବଳ ସେତିକି ନୁହେଁ, ଭେନସ ଅର୍ବିଟର ମିସନ, ଶୁକ୍ରଯାନ-୧ ଅଭିଯାନ ଯଥାକ୍ରମେ ୨୦୨୪ ଡିସେମ୍ବର ଓ ୨୦୨୫ରେ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି ବୋଲି ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି। ସେହିପରି ୨୦୨୮ରେ ସ୍ପେଶ୍ ଷ୍ଟେସନ୍ର ରୂପରେଖ ଆସିଯିବ ବୋଲି ସୋମନାଥ ସୂଚନା ଦେଇଛନ୍ତି।
ଏଥିସହିତ ୨୦୨୪ରେ ଗଗନଯାନ ମିସନରେ ଏକାଧିକ ଟେଷ୍ଟ କରାଯିବାର ଯୋଜନା ରହିଛି। ୨୦୨୫ରେ ହେବାକୁ ଥିବା ବଡ଼ ବଡ଼ ମିଶନ ପାଇ ୨୦୨୪ରେ ପରୀକ୍ଷଣ କରାଯିବ ବୋଲି ସୋମନାଥ କହିଛନ୍ତି।
The post ମହାକାଶରେ ମାନବ ଉପସ୍ଥିତି ସୁନିଶ୍ଚିତ କରିବାକୁ ଆମକୁ ଟାର୍ଗେଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ: ଇସ୍ରୋ ମୁଖ୍ୟ appeared first on Prameya News7.