ମହାକୁମ୍ଭ ପାଇଁ ଭରିଗଲା ଯୋଗୀ ସରକାରଙ୍କ ରାଜସ୍ୱ : ଅର୍ଥରାଶିକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ
କନକବ୍ୟୁରୋ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା ଏହି ମେଳାରେ ପ୍ରାୟ ଲକ୍ଷ ଲକ୍ଷ ସାଧୁ ସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି , ସେହି ସମାଗମରେ ମଧ୍ୟ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇ ବୁଡ ପକାଇଛନ୍ତି , ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଥିବା ସୂଚନା ରହିଥିଲା । ଏହାରି ଭିତରେ ଏକ ଖୁସି ଖବର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ,ମହାକୁମ୍ଭରୁ ମିଳିଥିବା ଅର୍ଥରାଶିକୁ ନେଇ ଉତ୍ତରପ୍ରଦେଶ ସରକାର ମାଲାମାଲ ହୋଇଛନ୍ତି , ଏହାଦ୍ବାରା ଉତ୍ତରପ୍ରଦେଶର ରାଜସ୍ୱ ମଧ୍ୟ ବଢିଛି । ଦେଢ଼ ମାସ ଧରି ଚାଳିବାକୁ ଥିବା ଏହି ମହାକୁମ୍ଭରେ ମୋକ୍ଷର ସନ୍ଧାନ ଲାଗି ପ୍ରାୟ ୫୦ ରୁ ୫୫ କୋଟି ଶ୍ରଦ୍ଧାଳୁ ସାମିଲ ହେଲେଣି । ଏଥିଲାଗି ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ଭବ୍ୟ ଆୟୋଜନ ମଧ୍ୟ କରାଯାଇଥିଲା । ଏହି ଆୟୋଜନ ପରେ ଏହାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି କୁମ୍ଭ ମେଳାରେ ସାଧୁସନ୍ଥଙ୍କ ଏକାଠି ହେବା କିଛି କମ କଥା ମୋ ପାଇଁ ନୁହେଁ , ଏଥିସହ ଏହା ଏକ ଶ୍ରେଷ୍ଠ ଭାରତ ର ସଂଙ୍କେତ ମଧ୍ୟ ମିଳିଛି , ଏହି ବିକାଶ ଯାତ୍ରାରେ ମୁଁ ପ୍ରଧାନମନନ୍ତ୍ରୀଙ୍କ ସହ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି , ମହାକୁମ୍ଭ ମେଳାର ସୁରକ୍ଷା ସହ ସୁରୁଖୁରରେ ସମାପନା କରିଛନ୍ତି ଯାହାକି ମୋ ପାଇଁ ଏକ ଗର୍ବର ବିଷୟ , ଏଥିସହ ସେ ଆହୁରି ମଧ୍ୟ କହ

କନକବ୍ୟୁରୋ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା ଏହି ମେଳାରେ ପ୍ରାୟ ଲକ୍ଷ ଲକ୍ଷ ସାଧୁ ସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି , ସେହି ସମାଗମରେ ମଧ୍ୟ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇ ବୁଡ ପକାଇଛନ୍ତି , ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଥିବା ସୂଚନା ରହିଥିଲା । ଏହାରି ଭିତରେ ଏକ ଖୁସି ଖବର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ,ମହାକୁମ୍ଭରୁ ମିଳିଥିବା ଅର୍ଥରାଶିକୁ ନେଇ ଉତ୍ତରପ୍ରଦେଶ ସରକାର ମାଲାମାଲ ହୋଇଛନ୍ତି , ଏହାଦ୍ବାରା ଉତ୍ତରପ୍ରଦେଶର ରାଜସ୍ୱ ମଧ୍ୟ ବଢିଛି ।
ଦେଢ଼ ମାସ ଧରି ଚାଳିବାକୁ ଥିବା ଏହି ମହାକୁମ୍ଭରେ ମୋକ୍ଷର ସନ୍ଧାନ ଲାଗି ପ୍ରାୟ ୫୦ ରୁ ୫୫ କୋଟି ଶ୍ରଦ୍ଧାଳୁ ସାମିଲ ହେଲେଣି । ଏଥିଲାଗି ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ଭବ୍ୟ ଆୟୋଜନ ମଧ୍ୟ କରାଯାଇଥିଲା । ଏହି ଆୟୋଜନ ପରେ ଏହାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି କୁମ୍ଭ ମେଳାରେ ସାଧୁସନ୍ଥଙ୍କ ଏକାଠି ହେବା କିଛି କମ କଥା ମୋ ପାଇଁ ନୁହେଁ ,
ଏଥିସହ ଏହା ଏକ ଶ୍ରେଷ୍ଠ ଭାରତ ର ସଂଙ୍କେତ ମଧ୍ୟ ମିଳିଛି , ଏହି ବିକାଶ ଯାତ୍ରାରେ ମୁଁ ପ୍ରଧାନମନନ୍ତ୍ରୀଙ୍କ ସହ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି , ମହାକୁମ୍ଭ ମେଳାର ସୁରକ୍ଷା ସହ ସୁରୁଖୁରରେ ସମାପନା କରିଛନ୍ତି ଯାହାକି ମୋ ପାଇଁ ଏକ ଗର୍ବର ବିଷୟ , ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ରେଳପଥ ଠୁ ଆରମ୍ଭ କରି ଆକାଶମାର୍ଗ ଏୟାରପୋର୍ଟ ସମସ୍ତ ବ୍ୟବସ୍ଥା ସୁରୁଖୁରରେ କରାଯାଇଥିଲା ,
୧୧୦ କୋଟି ଲୋକଙ୍କ ମଧ୍ୟରୁ ୫୦ କୋଟି ଲୋକଙ୍କ ବୁଡ ପକାଇବା ଓ ସେହି କାମ ସୁରୁଖୁରରେ ହେବା ମୋ ପାଇଁ ଛୋଟ କଥା ନୁହେଁ ଏହି ବ୍ୟବସ୍ଥା ଦ୍ବାରା ଉତ୍ତର ପ୍ରଦେଶ ର ସ୍ଥିତି ସୁଧୁରିଛି ଯାହାଦ୍ବାରା ୩ କୋଟି ଲାଭ ହୋଇଛି ଏଥିରେ ପ୍ରାୟ ୧୫ ହଜାର କୋଟି ଖର୍ଚ୍ଚ ହୋଇଥିଲା
ପୂର୍ବ ସୂଚନା ଅନୁଯାୟୀ ତ୍ରିବେଣୀ ସଂଙ୍ଗମ ମହାକୁମ୍ଭ ଧାର୍ମିକ ସହିତ ଆର୍ଥିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
୧୮୮୨ରେ ପ୍ରୟାଗରାଜର ଆସ୍ଥାର ସ୍ଥଳିରେ ପ୍ରଥମ ମହାକୁମ୍ଭ ଆୟୋଜନ ହୋଇଥିଲା । ସେତେବେଳେ ଏହାର ବଜେଟ୍ ଥିଲା ୨୦ହଜାର ୨୨୮ କୋଟି ଟଙ୍କା । ପ୍ରାୟ ୮ ଲକ୍ଷ ଶ୍ରଦ୍ଧାଳୁ ସଂଗମ ସ୍ଥଳରେ ପହଞ୍ଚିଥିଲେ ।
ତତ୍କାଳୀନ ସରକାରଙ୍କୁ ଏଥିରୁ ୪୯ ହଜାର ୮୪୦ ଟଙ୍କାର ଟିକସ ମିଳିଥିଲା । ୧୮୯୪ରେ ଏହି ବଜେଟ୍ ପ୍ରାୟ ୩ ଗୁଣା ପାର୍ କରିଯାଇଥିଲା ।
କୁମ୍ଭରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶାହି ସାନ୍ନ ପକାଇଥିଲେ । ୧୯୦୬ରେ କୁମ୍ଭମେଳା ଖର୍ଚ୍ଚ ବାବଦକୁ ତତ୍କାଳୀନ ୟୁପି ସରକାର ଖର୍ଚ୍ଚ କରିଥିଲେ କୋଟି କୋଟି ଟଙ୍କା ୧୯୧୮ ବେଳକୁ କୁମ୍ଭ ଭବ୍ୟ ସ୍ବରୂପ ବଦଳିଯାଇଥିଲା । ମେଳା ଆୟୋଜନ ପାଇଁ ୧.୩୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତ୍ରିବେଣୀ ସଂଗମରେ ୩୦ ଲକ୍ଷ ସାଧୁସନ୍ଥ, ଶ୍ରଦ୍ଧାଳୁ ପହଞ୍ଚି ମୋକ୍ଷ ପ୍ରାପ୍ତି ପାଇଁ ଶ୍ରଦ୍ଧାର ବୁଡ଼ କରାଇଥିଲେ ।