ମହାକୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ
ପ୍ରୟାଗରାଜ : ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାରେ ପୁଣିଥରେ ଅଗ୍ନିକାଣ୍ଡ ହୋଇଛି। ଗତ ଶନିବାର ଦିନ କୁମ୍ଭମେଳା ଅଞ୍ଚଳର ସେକ୍ଟର ୧୯ ଆଶ୍ରମରେ ନିଆଁ ଲାଗି ୭ଟି ଟେଣ୍ଟ୍ ଜଳିଯିବାପରେ ଆଜି ପୁଣି ଆଉ ଏକ ଅଗ୍ନିକାଣ୍ଡ ହୋଇଛି। କୁମ୍ଭମେଳା ସେକ୍ଟର ୮ରେ ଆଜି ଏକ ଖାଲି ଥିବା ଟେଣ୍ଟ୍ରେ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡ ସଂକ୍ରାନ୍ତରେ ବିଶେଷ କିଛି ଜଣାନଥିଲେ ମଧ୍ୟ ମୁଖ୍ୟ ଅଗ୍ନି ଅଧିକାରୀ ପ୍ରମୋଦ କୁମାର ଶର୍ମା କହିଛନ୍ତି, ଏହା ଅତି ସାଧାରଣ […]

ପ୍ରୟାଗରାଜ : ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାରେ ପୁଣିଥରେ ଅଗ୍ନିକାଣ୍ଡ ହୋଇଛି। ଗତ ଶନିବାର ଦିନ କୁମ୍ଭମେଳା ଅଞ୍ଚଳର ସେକ୍ଟର ୧୯ ଆଶ୍ରମରେ ନିଆଁ ଲାଗି ୭ଟି ଟେଣ୍ଟ୍ ଜଳିଯିବାପରେ ଆଜି ପୁଣି ଆଉ ଏକ ଅଗ୍ନିକାଣ୍ଡ ହୋଇଛି। କୁମ୍ଭମେଳା ସେକ୍ଟର ୮ରେ ଆଜି ଏକ ଖାଲି ଥିବା ଟେଣ୍ଟ୍ରେ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡ ସଂକ୍ରାନ୍ତରେ ବିଶେଷ କିଛି ଜଣାନଥିଲେ ମଧ୍ୟ ମୁଖ୍ୟ ଅଗ୍ନି ଅଧିକାରୀ ପ୍ରମୋଦ କୁମାର ଶର୍ମା କହିଛନ୍ତି, ଏହା ଅତି ସାଧାରଣ ଅଗ୍ନିକାଣ୍ଡ ଏବଂ ତୁରନ୍ତ ନିଆଁକୁ ଆୟତ୍ତ କରି ନିଆଯାଇଥିଲା। ଶର୍ମା କହିଛନ୍ତି, ୨ଟି ଟେଣ୍ଟ୍ ସମ୍ପୂର୍ଣ୍ଣ ଜଳିଯାଇଛି କିନ୍ତୁ କେହି ମୃତାହତ ହୋଇନାହାନ୍ତି। ଉଲ୍ଲେଖଯୋଗ୍ୟ, ଜାନୁଆରି ୧୯ ପରଠାରୁ ଏହା ପଞ୍ଚମ ଅଗ୍ନିକାଣ୍ଡ ଘଟଣା ।