ମହାକୁମ୍ଭରୁ ଆସିଲା ଲଜ୍ଜାଜନକ ଘଟଣା ।  ବିକ୍ରି ହେଉଛି ମହିଳାଙ୍କ ଗାଧୋଇବା ଭିଡିଓ !

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଚାଲିଛି ହିନ୍ଦୁ ଧାର୍ମିକ ପର୍ବ ମହାକୁମ୍ଭ । ଯେଉଁଠି କୋଟି କୋଟି ଶ୍ରଦ୍ଧାଳୁ ଆସ୍ଥାର ବୁଡ଼ ପକାଉଛନ୍ତି । ଏବେ ସେହି ମହାକୁମ୍ଭରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ତ୍ରିବେଣୀ ସଙ୍ଗମକୁ ବଡ଼ ପକାଇବାକୁ ଆସୁଥିବା ମହିଳା ଓ ଯୁବତୀଙ୍କର ଭିଡିଓ ହେଉଛି ବିକ୍ରି । ମହିଳା ମାନେ ବୁଡ ପକାଇବା ବେଳର ଓ ଏହା ପରେ ପୋଷାକ ବଦଳିବା ଚିତ୍ର ସବୁ ଇଣ୍ଟରନେଟରେ କରାଯାଉଛି ବିକ୍ରି । ଏନେଇ ଏବେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏଥିରେ କୁହାଯାଉଛି,  ବିକ୍ରି ହେଉଛି ଗାଧୋଇବା ଭିଡିଓ !  କୁମ୍ଭରେ ବୁଡ଼ ପକାଉଥିବା ମହିଳାଙ୍କ ଭିଡିଓ ଭାଇରାଲ୍ଅନଲାଇନରେ ବିକ୍ରି ହେଉଛି ମହିଳାଙ୍କ ବୁଡ଼ ବେଳର ଚିତ୍ରସୋସିଆଲ ମି଼ଡିଆରେ ଶହେରୁ ଅଧିକ ଆକାଉଣ୍ଟରେ ବିକ୍ରିଘଟଣା ପଦାକୁ ଆସିବା ପରେ ତତ୍ପର ହେଲା ୟୁପି ପୁଲିସ୧୦୧ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଉପରେ କାର୍ଯ୍ୟାନୁଷ୍ଠାନଅନେକଙ୍କୁ ନୋଟିସ ସହ ଗରିଫ କରିବା ସମ୍ଭାବନାଭିଡିଓକୁ ହଟାଇବା ପାଇଁ ମେଟା ସଂସ୍ଥାର ନିଆଯାଉଛି ସହଯୋଗକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଏଯାବତ 55 କୋଟିରୁ ଅଧିକ ଲୋକ ବୁଡ ପକାଇ ସାରିଛନ୍ତି । ଏହାରି ଭିତରେ କେତେ ଭିଡିଓ ସୁଟ୍ ହୋଇଛି ତାହା କଳ୍ପନା ବାହାରେ । ଯାହା ୟୁପି ପୁଲିସର ଚିନ୍ତା ବଢାଇଦେଇଛି । ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି ।  

ମହାକୁମ୍ଭରୁ ଆସିଲା ଲଜ୍ଜାଜନକ ଘଟଣା ।  ବିକ୍ରି ହେଉଛି ମହିଳାଙ୍କ ଗାଧୋଇବା ଭିଡିଓ !

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଚାଲିଛି ହିନ୍ଦୁ ଧାର୍ମିକ ପର୍ବ ମହାକୁମ୍ଭ । ଯେଉଁଠି କୋଟି କୋଟି ଶ୍ରଦ୍ଧାଳୁ ଆସ୍ଥାର ବୁଡ଼ ପକାଉଛନ୍ତି । ଏବେ ସେହି ମହାକୁମ୍ଭରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ତ୍ରିବେଣୀ ସଙ୍ଗମକୁ ବଡ଼ ପକାଇବାକୁ ଆସୁଥିବା ମହିଳା ଓ ଯୁବତୀଙ୍କର ଭିଡିଓ ହେଉଛି ବିକ୍ରି । ମହିଳା ମାନେ ବୁଡ ପକାଇବା ବେଳର ଓ ଏହା ପରେ ପୋଷାକ ବଦଳିବା ଚିତ୍ର ସବୁ ଇଣ୍ଟରନେଟରେ କରାଯାଉଛି ବିକ୍ରି । ଏନେଇ ଏବେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏଥିରେ କୁହାଯାଉଛି, 

ବିକ୍ରି ହେଉଛି ଗାଧୋଇବା ଭିଡିଓ !  
କୁମ୍ଭରେ ବୁଡ଼ ପକାଉଥିବା ମହିଳାଙ୍କ ଭିଡିଓ ଭାଇରାଲ୍
ଅନଲାଇନରେ ବିକ୍ରି ହେଉଛି ମହିଳାଙ୍କ ବୁଡ଼ ବେଳର ଚିତ୍ର
ସୋସିଆଲ ମି଼ଡିଆରେ ଶହେରୁ ଅଧିକ ଆକାଉଣ୍ଟରେ ବିକ୍ରି
ଘଟଣା ପଦାକୁ ଆସିବା ପରେ ତତ୍ପର ହେଲା ୟୁପି ପୁଲିସ
୧୦୧ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଉପରେ କାର୍ଯ୍ୟାନୁଷ୍ଠାନ
ଅନେକଙ୍କୁ ନୋଟିସ ସହ ଗରିଫ କରିବା ସମ୍ଭାବନା
ଭିଡିଓକୁ ହଟାଇବା ପାଇଁ ମେଟା ସଂସ୍ଥାର ନିଆଯାଉଛି ସହଯୋଗ
କୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଏଯାବତ 55 କୋଟିରୁ ଅଧିକ ଲୋକ ବୁଡ ପକାଇ ସାରିଛନ୍ତି । ଏହାରି ଭିତରେ କେତେ ଭିଡିଓ ସୁଟ୍ ହୋଇଛି ତାହା କଳ୍ପନା ବାହାରେ । ଯାହା ୟୁପି ପୁଲିସର ଚିନ୍ତା ବଢାଇଦେଇଛି । ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି ।