ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ଠାରୁ ୩ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ କାଳରେ ସେ ମହାକୁମ୍ଭରେ ବୁଡ଼ ପକାଇବେ। ଏହା ପରେ ସେ ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୬ ତାରିଖ ଶିବରାତ୍ରି ଯାଏଁ ଏହା ଜାରି ରହିବ। ଗତମାସ ୧୩ ତାରିଖ ଠାରୁ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଥିବା ଏହି […] The post ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ appeared first on Odisha.News.

ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ଠାରୁ ୩ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ କାଳରେ ସେ ମହାକୁମ୍ଭରେ ବୁଡ଼ ପକାଇବେ। ଏହା ପରେ ସେ ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆସନ୍ତା ୨୬ ତାରିଖ ଶିବରାତ୍ରି ଯାଏଁ ଏହା ଜାରି ରହିବ। ଗତମାସ ୧୩ ତାରିଖ ଠାରୁ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଥିବା ଏହି ଧାର୍ମିକ ମେଳାରେ ଏଯାଏଁ ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଲେଣି। ପୂର୍ବରୁ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀଙ୍କ ସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇସାରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଡ଼ ପକାଇବାକୁ ଯାଉଛନ୍ତି।

The post ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ appeared first on Odisha.News.