ମହାକୁମ୍ଭରେ ବଡ଼ ଅଘଟଣ, ଜଳିଗଲା ଶତାଧିକ ଟେଣ୍ଟ୍
ପ୍ରୟାଗରାଜ: ରବିବାର ମହାକୁମ୍ଭମେଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତୁଳସୀ ମାର୍ଗସ୍ଥିତ ସେକ୍ଟର ୧୯ ରେଳପୋଲ ତଳେ ଥିବା ଟେଣ୍ଟ୍ ସିଟିରେ ଅପରାହ୍ନ ସାଢ଼େ ୪ଟାରେ ଘଟିଥିବା ଅଗ୍ନିକାଣ୍ଡରେ ଶତାଧିକ ଟେଣ୍ଟ୍ ଜଳିଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀର୧୫ଟି ଗାଡ଼ି ତୁରନ୍ତ ନିୟୋଜିତ ହେବାରୁ ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରାଯିବା ସମ୍ଭବ ହୋଇଥିଲା। ଗୀତା ପ୍ରେସ, ଗୋରଖପୁରର କ୍ୟାମ୍ପରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ପ୍ରଥମେ ନିଆଁ ଲାଗିଥିଲା ଏବଂ ଏହାପରେ ନିଆଁ ବ୍ୟାପିବାରୁ ଅନ୍ୟ କେତେକ ଟେଣ୍ଟ୍ରେ ମଧ୍ୟ […]

ପ୍ରୟାଗରାଜ: ରବିବାର ମହାକୁମ୍ଭମେଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତୁଳସୀ ମାର୍ଗସ୍ଥିତ ସେକ୍ଟର ୧୯ ରେଳପୋଲ ତଳେ ଥିବା ଟେଣ୍ଟ୍ ସିଟିରେ ଅପରାହ୍ନ ସାଢ଼େ ୪ଟାରେ ଘଟିଥିବା ଅଗ୍ନିକାଣ୍ଡରେ ଶତାଧିକ ଟେଣ୍ଟ୍ ଜଳିଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀର୧୫ଟି ଗାଡ଼ି ତୁରନ୍ତ ନିୟୋଜିତ ହେବାରୁ ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରାଯିବା ସମ୍ଭବ ହୋଇଥିଲା। ଗୀତା ପ୍ରେସ, ଗୋରଖପୁରର କ୍ୟାମ୍ପରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ପ୍ରଥମେ ନିଆଁ ଲାଗିଥିଲା ଏବଂ ଏହାପରେ ନିଆଁ ବ୍ୟାପିବାରୁ ଅନ୍ୟ କେତେକ ଟେଣ୍ଟ୍ରେ ମଧ୍ୟ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପ୍ରୟାଗରାଜରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଗ୍ନିକାଣ୍ଡ ସଂପର୍କରେ ମଧ୍ୟ ଯୋଗୀଙ୍କ ସହ କଥା ହୋଇଛନ୍ତି। ଆଶ୍ୱସ୍ତିର ବିଷୟ ହେଉଛି ଯେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ତତ୍କ୍ଷଣାତ ଅନ୍ୟ ଶିବିରକୁ ମାଡ଼ିଚାଲିଥିଲା ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ୧୮ଟି ଟେଣ୍ଟ୍ ପୋଡ଼ି ପାଉଁଶ ହୋଇଯାଇଥିଲା।