ମହାନଗର ନିଗମ ପକ୍ଷରୁ କୁକୁର ବନ୍ଧ୍ୟାକରଣ ଜାରି
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ କୁକୁର ମାନଙ୍କର ବନ୍ଧ୍ୟାକରଣ ଅଭିଯାନ ହାତକୁ ନିଆଯାଇଛି। ଏହି ଅଭିଯାନ କ୍ରମରେ ଗତ ୨୦୨୪ ଏପ୍ରିଲ ୧ ତାରିଖରୁ ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ୭୬୦ଟି ଅଣ୍ଡିରା ଓ ୫୨୦ଟି ମାଇ କୁକୁର ମାନଙ୍କ ସମେତ ସମୁଦାୟ ୧୨ ଶହ ୮୦ଟି କୁକୁରଙ୍କର ବନ୍ଧ୍ୟାକରଣ କରାଯାଇଛି। କୁକୁର ମାନଙ୍କୁ ଧରିବା ଠାରୁ ଆରମ୍ଭ କରି ଅସ୍ତ୍ରୋପଚାର, ଅସ୍ତ୍ରୋପଚାର ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ଆଦି ପରେ ସେମାନଙ୍କୁ ଅଣା […]

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ କୁକୁର ମାନଙ୍କର ବନ୍ଧ୍ୟାକରଣ ଅଭିଯାନ ହାତକୁ ନିଆଯାଇଛି। ଏହି ଅଭିଯାନ କ୍ରମରେ ଗତ ୨୦୨୪ ଏପ୍ରିଲ ୧ ତାରିଖରୁ ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ୭୬୦ଟି ଅଣ୍ଡିରା ଓ ୫୨୦ଟି ମାଇ କୁକୁର ମାନଙ୍କ ସମେତ ସମୁଦାୟ ୧୨ ଶହ ୮୦ଟି କୁକୁରଙ୍କର ବନ୍ଧ୍ୟାକରଣ କରାଯାଇଛି। କୁକୁର ମାନଙ୍କୁ ଧରିବା ଠାରୁ ଆରମ୍ଭ କରି ଅସ୍ତ୍ରୋପଚାର, ଅସ୍ତ୍ରୋପଚାର ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ଆଦି ପରେ ସେମାନଙ୍କୁ ଅଣା ଯାଇଥିବା ସ୍ଥାନ ଗୁଡିକରେ ପୁଣି ଛଡା ଯାଉଛି। ବନ୍ଧ୍ୟାକରଣ ହୋଇଥିବା କୁକୁରକୁ ଚିହ୍ନଟ କରିବା ପାଇଁ ତାର କାନକୁ ସାମାନ୍ୟ କାଟି ଦିଆଯାଇଥାଏ। ବର୍ଷକୁ ୧ ହଜାର କୁକୁରଙ୍କ ବନ୍ଧ୍ୟାକରଣର ଲକ୍ଷ୍ୟ ରଖାଯାଇଥିବା ବେଳେ ଚଳିତ ବର୍ଷ ଏହା ୧୨ରୁ ଊର୍ଦ୍ଧ୍ବ ହୋଇ ସାରିଛି। ଏ ସମ୍ପର୍କରେ ନିଗମ କମିଶନର ବେଦ ଭୂଷଣ କହିଛନ୍ତି ଯେ, କୁକୁର ବନ୍ଧ୍ୟାକରଣ ଏକ ନିୟମିତ ପ୍ରକ୍ରିୟା ଅଟେ। ଏବେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ନିୟମିତ ଭାବରେ ଏହା କରାଯାଉଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶକ୍ରମେ କୁକୁରଙ୍କ ବନ୍ଧ୍ୟାକରଣ ବନ୍ଦ କରାଯାଇଥିଲା। ରହିତାଦେଶ ଉଠିବା ପରେ ଗତ ଏପ୍ରିଲ ମାସରୁ ଏହା ପୁଣି ଆରମ୍ଭ କରାଯାଇଛି। ନିଗମ ପକ୍ଷରୁ ବାର୍ଷିକ ୧ ହଜାର କୁକୁରଙ୍କ ବନ୍ଧ୍ୟାକରଣର ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ଆଗାମୀ ୫ – ୬ ବର୍ଷ ମଧ୍ୟରେ କୁକୁରଙ୍କ ସଂଖ୍ୟାକୁ କମ କରାଯାଇ ନିୟନ୍ତ୍ରିତ କରାଯାଇ ପାରିବ। ଏହି ପ୍ରକ୍ରିୟା ଜାରି ରହିବ। ବିଶେଷଜ୍ଞ ଡାକ୍ତର ମାନେ ନିୟମାନୁଯାୟୀ ଏହି କାର୍ଯ୍ୟ କରୁଛନ୍ତି।