ଝାରପଡ଼ା ଜେଲ୍ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ବନ୍ଦୀ ହେଲେ ବିଦ୍ୟାଧର ଗୁରୁ। ମିଳିଥିବା ସୂଚନା ମୁତାବକ, ବିଦ୍ୟାଧର ଗତ ୫ ତାରିଖରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଝାରପଡ଼ା ଜେଲ୍ରେ ଥିଲେ। ହେଲେ ଜେଲ୍ କର୍ତ୍ତୃପକ୍ଷ ଶୁକ୍ରବାର ପରିବାର ଲୋକଙ୍କୁ ହସ୍ପିଟାଲ ଡାକି ବିଦ୍ୟାଧରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିବା ପରିବାର ଲୋକେ […] The post ଝାରପଡ଼ା ଜେଲ୍ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ appeared first on Dharitri Odia News.
ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ବନ୍ଦୀ ହେଲେ ବିଦ୍ୟାଧର ଗୁରୁ।
ମିଳିଥିବା ସୂଚନା ମୁତାବକ, ବିଦ୍ୟାଧର ଗତ ୫ ତାରିଖରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଝାରପଡ଼ା ଜେଲ୍ରେ ଥିଲେ। ହେଲେ ଜେଲ୍ କର୍ତ୍ତୃପକ୍ଷ ଶୁକ୍ରବାର ପରିବାର ଲୋକଙ୍କୁ ହସ୍ପିଟାଲ ଡାକି ବିଦ୍ୟାଧରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିବା ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପକ୍ଷେ କେଉଁ ପରିସ୍ଥିତିରେ ବିଦ୍ୟାଧରଙ୍କ ମୃତ୍ୟୁ ଘଟିଲା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଥିବା ସୂଚନା ମିଳିଛି
The post ଝାରପଡ଼ା ଜେଲ୍ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ appeared first on Dharitri Odia News.