ମହାନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ
କଟକ: ମହାନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସକୁ ବଡ ସଫଳତା । ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ । ଏକ ଦରଜୀ ଷ୍ଟିକରରୁ ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ଯିବା ସହ ତାଙ୍କୁ ଗିରଫ କରିଛି । ତେବେ ମୃତ୍ୟୁର କାରଣ କ’ଣ ଅଛି ସେ ନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ । ସୂଚନାଯୋଗ୍ୟ, ଗତ ଶୁକ୍ରବାର କଟକ ସଦର ପରମହଂସ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ […]

କଟକ: ମହାନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସକୁ ବଡ ସଫଳତା । ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ । ଏକ ଦରଜୀ ଷ୍ଟିକରରୁ ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ଯିବା ସହ ତାଙ୍କୁ ଗିରଫ କରିଛି । ତେବେ ମୃତ୍ୟୁର କାରଣ କ’ଣ ଅଛି ସେ ନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର କଟକ ସଦର ପରମହଂସ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ମହିଳା ଯେମିତି ଚିହ୍ନଟ ନହେବେ ସେଥିପାଇଁ ତାଙ୍କ ମୁହଁକୁ ନଷ୍ଟ କରି ଦେଇଥିଲା ଅଭିଯୁକ୍ତ । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।
ତେବେ ଘଟଣାସ୍ଥଳରୁ ମିଳିଥିବା ସାର୍ଟପ୍ୟାଣ୍ଟ, ମହିଳାଙ୍କ ଟାଟୁକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲା । ମହିଳାଙ୍କ ହାତର ଗୋଟିଏ ପଟେ ଓମ୍ ବାବା ବଳିଆ ବୋଲି ଟାଟୁ କୁଟା ଯାଇଥିଲା । ଯାହାକୁ ଆଧାର କରି କାଳେ ମହିଳାଙ୍କ ସମ୍ପର୍କରେ କିଛି ସୂଚନା ମିଳିଯିବ, ସେଥିପାଇଁ ପୋଲିସ ଆଶ୍ରମକୁ ଯାଇଥିଲା । ହେଲେ ସେଠାରୁ ପୋଲିସକୁ ବେଶି କିଛି ସଫଳତା ମିଳି ନଥିଲା ।
ଏହାପରେ ଘଟଣା ସ୍ଥଳରୁ ମିଳିଥିବା ସାର୍ଟପ୍ୟାଣ୍ଟକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଥିଲା । ପୋଲିସ ଜବତ କରିଥିବା ଏହି ସାର୍ଟପ୍ୟାଣ୍ଟରେ ଟେଲରର ଷ୍ଟିକର ଥିଲା । ଏହାକୁ ଦେଖି ପୋଲିସ ଉକ୍ତ ଟେଲରରେ ପହଞ୍ଚି ଯାଇଥିଲା । ଆଉ ସେଠାରୁ ଅଭିଯୁକ୍ତ ସ୍ବାମୀ ପାଖରେ ପହଞ୍ଚି ଯାଇଥିଲା । ଯିଏ କି କଟକର ମହାନଦୀ ପଠାରେ ସ୍ତ୍ରୀକୁ ହତ୍ୟା କରିବା ପରେ ଗୁଜରାଟରେ ଆତ୍ମଗୋପନ କରିଥିଲା । ଗୁଜରାଟରୁ ମୃତ ମହିଳାଙ୍କୁ ଧରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ମହିଳାଙ୍କ ଘର କେନ୍ଦ୍ରାପଡ଼ା ବୋଲି ଜଣାପଡ଼ିଛି ।