ମହାନଦୀ ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ
ମହାକାଳପଡ଼ା,୧୬ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଶୀତ ଋତୁ ଆଗମନରେ ମହାନଦୀ ଅବବାହିକା ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦଳ ଦଳ ହୋଇ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଶୀତ ବଢ଼ିବା ପରେ ଉପକୂଳ ଅଞ୍ଚଳର ନଦୀ ପାର୍ଶ୍ୱ ଲୁଣା ହେନ୍ତାଳ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବ ଶୁଭିଲଣି। ଉପଯୁକ୍ତ ଜଳବାୟୁ, ନଦୀ, ନାଳ, ଖାଲ, ପାଟ ଆଦିରେ ମିଳୁଥିବା ପ୍ରଚୁର ପରିମାଣରେ ଖାଦ୍ୟକୁ ଦୃଷ୍ଟିରେ ରଖି ପକ୍ଷୀମାନେ ବିଭିନ୍ନ ଅଞ୍ଚଳରୁ ଉଡିଆସିଥାନ୍ତି। ଏଠାରେ ସେମାନେ ଶୀତ […] The post ମହାନଦୀ ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ appeared first on Dharitri Odia News.
ମହାକାଳପଡ଼ା,୧୬ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଶୀତ ଋତୁ ଆଗମନରେ ମହାନଦୀ ଅବବାହିକା ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦଳ ଦଳ ହୋଇ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଶୀତ ବଢ଼ିବା ପରେ ଉପକୂଳ ଅଞ୍ଚଳର ନଦୀ ପାର୍ଶ୍ୱ ଲୁଣା ହେନ୍ତାଳ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବ ଶୁଭିଲଣି। ଉପଯୁକ୍ତ ଜଳବାୟୁ, ନଦୀ, ନାଳ, ଖାଲ, ପାଟ ଆଦିରେ ମିଳୁଥିବା ପ୍ରଚୁର ପରିମାଣରେ ଖାଦ୍ୟକୁ ଦୃଷ୍ଟିରେ ରଖି ପକ୍ଷୀମାନେ ବିଭିନ୍ନ ଅଞ୍ଚଳରୁ ଉଡିଆସିଥାନ୍ତି। ଏଠାରେ ସେମାନେ ଶୀତ ୪ମାସ ନଦୀର ପାର୍ଶ୍ୱବର୍ତ୍ତୀ ଜଙ୍ଗଲଗୁଡ଼ିକରେ ବସବାସ କରିଥାନ୍ତି। ପକ୍ଷୀଗୁଡ଼ିକ ଏଠାରେ ଡିମ୍ବ ଦେଇ ଛୁଆ ଫୁଟିବା ପରେ ସାଥିରେ ଧରି ପୂର୍ବ ସ୍ଥାନକୁ ବାହୁଡ଼ି ଯାଇଥାନ୍ତି। ପକ୍ଷୀଗୁଡ଼ିକୁ ସୁରକ୍ଷା ଦେବାକୁ ବନ ବିଭାଗ ଯତ୍ନବାନ ହେବା ଉଚିତ। ଅପରପକ୍ଷରେ ବିଭିନ୍ନ ପକ୍ଷୀଙ୍କ ଆଗମନ ଦେଖି ଦୁର୍ବୃତ୍ତମାନେ ବିଷ ଓ ଫାସ ବସାଇ ସେମାନଙ୍କୁ ଶିକାର କରିବାକୁ ପଛାଇବେ ନାହିଁ। ଏଥିପ୍ରତି ସ୍ଥାନୀୟ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ସଚେତନତା ବାର୍ତ୍ତା ବା ସାଇନ୍ ବୋର୍ଡ ମାରିବାକୁ ଦାବି ହେଉଛି।
The post ମହାନଦୀ ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ appeared first on Dharitri Odia News.