ମହାନଦୀରେ ବୁଡି ୨ ନିଖୋଜ

କଟକ : ଜଗତପୁର ବାଲିସାହି ଘାଟରେ ଅଘଟଣ । ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର । ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପତ୍ତା ମିଳିପାରି ନଥିବାବେଳେ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଛାତ୍ର ୨ ଜଣ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଆଜି ପରୀକ୍ଷା ସରିବା ପରେ ୧୦ ଜଣ ଛାତ୍ର ଗାଧୋଇବାକୁ ଯାଇଥିବାବେଳେ ୨ ଜଣ ବୁଡି ଯାଇ ନିଖୋଜ ହୋଇଯାଇଛନ୍ତି ।