ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ ୩ ଭଉଣୀ, ଅଧା ବାଟରେ ଚାପିଦେଲା ବସ୍‌

ପିପିଲି: ଅଧା ରହିଗଲା ଜଗା ଦର୍ଶନ। ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ବସ୍ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ ହୋଇଛି। ଘଟଣାଟି ପିପିଲି ରୋଡ୍‌ ଓଭରବ୍ରିଜ ନିକଟରେ ଘଟିଛି। ୩ ଯୁବତୀଙ୍କ ଉପରେ ବସ୍ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଆଉ ଏକ ସ୍କୁଟି ସାଇଡ୍‌ ମାରିବାରୁ ୩ ଯୁବତୀ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ଯାଉଥିବା ଏକ ବସ୍‌ର ପଛ ଚକା ଚଢ଼ିଯାଇଥିଲା। ଘଟଣା ପରେ ତୁରନ୍ତ ସ୍ଥାନୀୟ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ ଦାବି କରାଯାଇଛି। ମୃତକମାନେ ସମ୍ପର୍କରେ ୩ ଭଉଣୀ ବୋଲି ଜଣାପଡ଼ିଛି। ୨ ଜଣଙ୍କ ଘର କେନ୍ଦ୍ରାପଡା। ପିପିଲି ଡାକ୍ତରଖାନାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ସେପଟେ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହ ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ପିପିଲିଠାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ରିମିଝିମି ପ୍ରିୟଦର୍ଶିନୀ ସାହୁ, ଏଲିନା ଦାସ ଓ କାଜଲ ଦାସ ପ୍ରାଣ ହରାଇଥିବା ସମ୍ପର୍

ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ ୩ ଭଉଣୀ, ଅଧା ବାଟରେ ଚାପିଦେଲା ବସ୍‌

ପିପିଲି: ଅଧା ରହିଗଲା ଜଗା ଦର୍ଶନ। ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ବସ୍ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ ହୋଇଛି। ଘଟଣାଟି ପିପିଲି ରୋଡ୍‌ ଓଭରବ୍ରିଜ ନିକଟରେ ଘଟିଛି। ୩ ଯୁବତୀଙ୍କ ଉପରେ ବସ୍ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଆଉ ଏକ ସ୍କୁଟି ସାଇଡ୍‌ ମାରିବାରୁ ୩ ଯୁବତୀ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ଯାଉଥିବା ଏକ ବସ୍‌ର ପଛ ଚକା ଚଢ଼ିଯାଇଥିଲା। ଘଟଣା ପରେ ତୁରନ୍ତ ସ୍ଥାନୀୟ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। 

ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ ଦାବି କରାଯାଇଛି। ମୃତକମାନେ ସମ୍ପର୍କରେ ୩ ଭଉଣୀ ବୋଲି ଜଣାପଡ଼ିଛି। ୨ ଜଣଙ୍କ ଘର କେନ୍ଦ୍ରାପଡା। ପିପିଲି ଡାକ୍ତରଖାନାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସେପଟେ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହ ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।