ମହାପ୍ରଭୁଙ୍କ ସୁନାବେଶ କାହିଁକି ହୁଏ ? କ’ଣ ରହିଛି କିମ୍ବଦନ୍ତୀ

ପୁରୀ: ପ୍ରାଚୁର୍ଯ୍ୟ, ଐଶ୍ବର୍ଯ୍ୟ ଓ ମାଧୁର୍ଯ୍ୟର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ବର୍ଷ ତମାମ ଶ୍ରୀଜିଉଙ୍କ ଅପୂର୍ବ ବେଶଭୂଷା ଓ ସାଜସଜା ମଧ୍ୟରୁ ସ୍ବତନ୍ତ୍ର ବୈଶିଷ୍ଠ୍ୟ ବହନ କରିଥାଏ ସୁନାବେଶ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ । ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ବେଶ ହୋଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ୟରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ । ଶ୍ରୀମନ୍ଦିର ରତ୍ନବେଦୀରେ ୫ଥର ଓ ଶ୍ରୀମନ୍ଦିର ବାହାରେ ରଥ ଉପରେ ଥରେ ସୁନାବେଶରେ ଦର୍ଶନ ଦିଅନ୍ତି ଚତୁର୍ଦ୍ଧାମୂର୍ତ୍ତି ।ତେବେ ମହାପ୍ରଭୁଙ୍କର ଏହି ସୁନା ବେଶ କାହିଁକି ହୁଏ, କ’ଣ ରହିଛି ଏହାର କିମ୍ବଦନ୍ତୀ ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା । ମାଧୁର୍ଯ୍ୟର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଜି ସୁନା ବେଶରେ ଝଟକୁଛନ୍ତି ରଥାରୁଢ଼ ମହାପ୍ରଭୁ । ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ । ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ବେଶ ହୋଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ୟରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ । ଶ୍ରୀମନ୍ଦିର ରତ୍ନବେଦୀରେ ୫ଥର ଓ ଶ୍ରୀମନ୍ଦିର ବାହାରେ ରଥ ଉପ

ମହାପ୍ରଭୁଙ୍କ ସୁନାବେଶ କାହିଁକି ହୁଏ ? କ’ଣ ରହିଛି କିମ୍ବଦନ୍ତୀ

ପୁରୀ: ପ୍ରାଚୁର୍ଯ୍ୟ, ଐଶ୍ବର୍ଯ୍ୟ ଓ ମାଧୁର୍ଯ୍ୟର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ବର୍ଷ ତମାମ ଶ୍ରୀଜିଉଙ୍କ ଅପୂର୍ବ ବେଶଭୂଷା ଓ ସାଜସଜା ମଧ୍ୟରୁ ସ୍ବତନ୍ତ୍ର ବୈଶିଷ୍ଠ୍ୟ ବହନ କରିଥାଏ ସୁନାବେଶ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ । ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ବେଶ ହୋଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ୟରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ । ଶ୍ରୀମନ୍ଦିର ରତ୍ନବେଦୀରେ ୫ଥର ଓ ଶ୍ରୀମନ୍ଦିର ବାହାରେ ରଥ ଉପରେ ଥରେ ସୁନାବେଶରେ ଦର୍ଶନ ଦିଅନ୍ତି ଚତୁର୍ଦ୍ଧାମୂର୍ତ୍ତି ।ତେବେ ମହାପ୍ରଭୁଙ୍କର ଏହି ସୁନା ବେଶ କାହିଁକି ହୁଏ, କ’ଣ ରହିଛି ଏହାର କିମ୍ବଦନ୍ତୀ ଚାଲନ୍ତୁ ତା’ ଉପରେ ଟିକେ ନଜର ପକାଇବା । 

ମାଧୁର୍ଯ୍ୟର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଜି ସୁନା ବେଶରେ ଝଟକୁଛନ୍ତି ରଥାରୁଢ଼ ମହାପ୍ରଭୁ । ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ । ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ବେଶ ହୋଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ୟରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ । ଶ୍ରୀମନ୍ଦିର ରତ୍ନବେଦୀରେ ୫ଥର ଓ ଶ୍ରୀମନ୍ଦିର ବାହାରେ ରଥ ଉପରେ ଥରେ ସୁନାବେଶରେ ଦର୍ଶନ ଦିଅନ୍ତି   ଚତୁର୍ଦ୍ଧାମୂର୍ତ୍ତି ।

ତେବେ ମହାପ୍ରଭୁଙ୍କର ଏହି ସୁନା ବେଶ କାହିଁକି ହୁଏ ?  କିମ୍ବଦନ୍ତୀ କୁହେ, ଶ୍ରୀବିଗ୍ରହ ତିଆରି ଚାଲିଥିବା ବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ଦ୍ଧାରିତ ଦିନ ପୂର୍ବରୁ କବାଟ ଖୋଲି ଦେଇଥିଲେ । ତେଣୁ ଶ୍ରୀବିଗ୍ରହ ଅସମ୍ପୂର୍ଣ୍ଣ ହୋଇଥିବାରୁ ମ୍ରିୟମାଣ ହୋଇପଡ଼ିଥିଲେ ରାଜା । ଏଥି ପାଇଁ ସେ ନିଜକୁ ଦାୟୀ କରି ନିରାହାରରେ ମୃତ୍ୟୁବରଣ କରିବାକୁ ସଂକଳ୍ପ ନେଲେ । ରାଜାଙ୍କ ଏଭଳି ନିଷ୍ପତ୍ତିରେ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଉଦେଶ୍ୟରେ ସୂଚନା ଦେଲେ ଯେ, ବ୍ରହ୍ମର ଅବୟବ ନାହିଁ । ବ୍ରହ୍ମରେ ଅବୟବ ପରିକଳ୍ପା ଉଦ୍ଭଟ ଚିନ୍ତାର ପରିଚାୟକ । ତୁମେ ମୋର ଯେଉଁ ବିଗ୍ରହ ଦେଖୁଛ ତାହା ଆଦୌ ଅସମ୍ପୂର୍ଣ୍ଣ ନୁହେଁ । ଏହା ମୋର ଇଚ୍ଛାର ପରିପ୍ରକାଶ ମାତ୍ର । ଯଦି ତୁମକୁ ଅସମ୍ପୂର୍ଣ୍ଣ ବୋଧ ହେଉଛି ତେବେ ସୁନା ନିର୍ମିତ ହସ୍ତପାଦ ଦ୍ବାରା ମୋ ବିଗ୍ରହକୁ ସମ୍ପୂର୍ଣ୍ଣ ରୂପ ପ୍ରଦାନ କରିବ । 

ମହାପ୍ରଭୁଙ୍କ ଏହି ଆଦେଶକୁ ସମ୍ମାନ ଦେଇ ରାଜା ଇନ୍ଦ୍ରଦ୍ୟୁମ୍ନ ନଳିଭୂଜ ନାମରେ ପରିଚିତ ନଳି ସଦୃଶ ସ୍ବର୍ଣ୍ଣ ଆଭୂଷଣ ପ୍ରସ୍ତୁତ  କରିଥିଲେ । ଆଷାଢ଼ ଶୁକ୍ଳ ଏକାଦଶୀରେ ଶ୍ରୀଜିଉମାନଙ୍କୁ ସୁନାର ଶ୍ରୀଭୂଜ ଓ ଶ୍ରୀପୟର ଲାଗି ସହିତ ସୁନାରେ ବେଶ କରାଇବା କାର୍ଯ୍ୟ ସର୍ବପ୍ରଥମେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ବାରା ଆରମ୍ଭ ହୋଇଥିବାରୁ ଏହା ରାଜବେଶ ନାମରେ ନାମିତ ହୋଇଥିଲା ।   

ଅନ୍ୟପକ୍ଷରେ ଶ୍ରୀମନ୍ଦିରର ଇତିହାସ କୁହେ ୧୪୬୦ ମସିହାରେ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଠାକୁରଙ୍କ ସୁନାବେଶ ଶୁଭାରମ୍ଭ ହୋଇଥିଲା । ସମ୍ରାଟ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟର ଶାସକଙ୍କ ଉପରେ ବିଜୟ ଲାଭ କରିବା ପରେ ଷୋହଳ ମାଡ଼ି ସ୍ବର୍ଣ୍ଣ ଓ ହୀରା ହାତୀମାନଙ୍କ ପିଠିରେ ବୋହି ଆଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉପହାର ସ୍ବରୂପ ଦେଇଥିଲେ । ସେଥିରେ ଠାକୁରଙ୍କ ପାଇଁ ଅଳଙ୍କାରମାନ ଗଢ଼ା ହୋଇଥିଲା। ବାହୁଡ଼ା ଯାତ୍ରା ପରେ ସେସବୁକୁ ଠାକୁରମାନଙ୍କୁ ଲାଗି କରାଯାଇ ସୁନାବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। 

ଶ୍ରୀମନ୍ଦିର ତଥ୍ୟ ଅନୁସାରେ ସୁନାବେଶ ଲାଗି ୨୦୮ କିଲୋଗ୍ରାମରୁ ଅଧିକ ପରିମାଣର ସୁନା ଶ୍ରୀବିଗ୍ରହମାନଙ୍କୁ ସଜାଇବାରେ ବ୍ୟବହୃତ ହେଉଥିଲା । ପୂର୍ବରୁ ୧୩୮ ପ୍ରକାରର ସ୍ବର୍ଣ୍ଣଅଳଙ୍କାର ବ୍ୟବହାର କରାଯାଉଥିବା ବେଳେ ବର୍ତ୍ତମାନ ମହାପ୍ରଭୁ ୨୦ରୁ ୩୦ ପ୍ରକାର ଅଳଙ୍କାର ଦ୍ବାରା ବିମଣ୍ଡିତ ହେଉଛନ୍ତି । ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଏକ ବିଶେଷ ଉତ୍ସବ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ଜଗନ୍ନାଥପ୍ରେମୀଙ୍କ ମନରେ ଆଗ୍ରହ ଓ ଆକର୍ଷଣକୁ ଶବ୍ଦରେ ବର୍ଣ୍ଣନା କରାଯାଇନପାରେ।