ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନା
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୯ା୫(ଅରୁଣ ସାହୁ/ମନୋରଞ୍ଜନ ରଣା): ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ଗ୍ରାମରେ ଶୁକ୍ରବାର ଶ୍ରୀରୁଦ୍ର ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନା କରାଯାଇଛି। ପଣ୍ଡିତ ରାମେଶ୍ବର ତ୍ରିପାଠୀ ପୂଜାର୍ଚ୍ଚନା କରି ହନୁମାନଙ୍କ ମୂର୍ତ୍ତୀ ବିଗ୍ରହ ସ୍ଥାପନା କରିବା ସହିତ କର୍ତ୍ତା ଭାବେ ସେହି ଗ୍ରାମର ପ୍ରତାପ ସିଂ ବେହରଦଳାଇ, ପ୍ରଭାତି ସିଂ ବେହରଦଳାଇ କାର୍ଯ୍ୟ ସମ୍ପାଦନା କରିଥିଲେ। ସାତ ଭଉଣୀ ନଦୀରୁ ଜଳ ଉଠାଇ କଳସ ଯାତ୍ରା ଆରମ୍ଭ ହୋଇଥିଲା। ବ୍ରାହ୍ମଣୀଗାଁ, ପୁଇଗୁଡା, ମେରେମାହା, ଗଦାପୁର, ସରାମଳି, […] The post ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନା appeared first on Dharitri Odia News.
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୯ା୫(ଅରୁଣ ସାହୁ/ମନୋରଞ୍ଜନ ରଣା): ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ଗ୍ରାମରେ ଶୁକ୍ରବାର ଶ୍ରୀରୁଦ୍ର ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନା କରାଯାଇଛି। ପଣ୍ଡିତ ରାମେଶ୍ବର ତ୍ରିପାଠୀ ପୂଜାର୍ଚ୍ଚନା କରି ହନୁମାନଙ୍କ ମୂର୍ତ୍ତୀ ବିଗ୍ରହ ସ୍ଥାପନା କରିବା ସହିତ କର୍ତ୍ତା ଭାବେ ସେହି ଗ୍ରାମର ପ୍ରତାପ ସିଂ ବେହରଦଳାଇ, ପ୍ରଭାତି ସିଂ ବେହରଦଳାଇ କାର୍ଯ୍ୟ ସମ୍ପାଦନା କରିଥିଲେ। ସାତ ଭଉଣୀ ନଦୀରୁ ଜଳ ଉଠାଇ କଳସ ଯାତ୍ରା ଆରମ୍ଭ ହୋଇଥିଲା। ବ୍ରାହ୍ମଣୀଗାଁ, ପୁଇଗୁଡା, ମେରେମାହା, ଗଦାପୁର, ସରାମଳି, କିରାମା, ନୁଆଗାଁ, କିନାରି ଗାଁ, ଉଲିପଦର, ମୁଣ୍ଡାମା, କୁମ୍ଭାରିଗାଁ, ଝିଲିକୀ, ଅବଡା, ରାମଗିରି ଆଦି ଗ୍ରାମରୁ ସଂକୀର୍ତ୍ତନ ମଣ୍ଡଳୀ ପହଞ୍ଚିଥିଲେ। ବିଗ୍ରହ ସ୍ଥାପନା ହେଉଥିବାରୁ ଅଞ୍ଚଳର ମହିଳା ଓ ପୁରୁଷ ଭକ୍ତଙ୍କ ସମାଗମ ହୋଇଥିଲା।
The post ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନା appeared first on Dharitri Odia News.