ମହାରାଷ୍ଟ୍ର ଅକୋଲାରେ ଯୋଗେନ୍ଦ୍ର ଯାଦବଙ୍କ ଉପରେ ଆକ୍ରମଣ

ଅକୋଲା ୨୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ସୋମବାର ସ୍ୱରାଜ ଇଣ୍ଡିଆ ପାର୍ଟିର ସଂସ୍ଥାପକ ଯୋଗେନ୍ଦ୍ର ଯାଦବଙ୍କ ଉପରେ ଅକୋଲାରେ ଆକ୍ରମଣ ହୋଇଛି। ଏକ ସେମିନାର ଚାଲିଥିବା ବେଳେ ଏହି କାଣ୍ଡ ଘଟିଛି। ଏହି ଆକ୍ରମଣ ପାଇଁ ‘ବଞ୍ଚିତ ବହୁଜନ ଅଘାଡ଼ି’ କାର୍ଯ୍ୟକର୍ତ୍ତାଙ୍କୁ ଦାୟି କରାଯାଉଛି। ସଭାରେ ଯୋଗେନ୍ଦ୍ର ଯାଦବଙ୍କ ସହିତ ଧସ୍ତାଧସ୍ତି କରାଯିବା ସହ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପୋଲିସ ଯାଦବଙ୍କୁ ଆକ୍ରମଣକାରୀଙ୍କ କବଳରୁ ବାହାର ନେଉଥିବା ଦେଖାଯାଉଛି। सामाजिक कार्यकर्ता योगेन्द्र यादव के साथ आज महाराष्ट्र के एक राजनीतिक कार्यक्रम के दौरान जमकर धक्का मुक्की हुई.कार्यक्रम में संविधान के दृष्टिकोण से क्या चर्चा हुई, वंचित बहुजन आघाड़ी के कार्यकर्ताओं के जवाब दो.. जवाब दो... जैसे नारे लगाकर प्रदर्शन हुआ. pic.twitter.com/g08OrN5Zp6— Shivam Pratap Singh (@journalistspsc) October 21, 2024ଏହି ଆକ୍ରମଣ ନେଇ ଯୋଗେନ୍ଦ୍ର ଯାଦବ ତାଙ୍କ ଏକ୍ସ ଆକାଉଣ୍ଟରେ ମଧ୍ୟ ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଅକୋଲା (ମହାରାଷ୍ଟ୍ର)ରେ ତାଙ୍କ ସହ ଓ ଭାରତ ଯୋଡୋ ଅଭିଯାନର ସାଥୀଙ୍କ ଉପରେ ଯେଉଁପରି ଆକ୍ରମଣ ହୋଇଛି ତାହା ଯେ କେହିବି ଗଣତନ୍ତ୍ର ପ୍ରେମୀ ପାଇଁ ଚିନ୍ତ

ମହାରାଷ୍ଟ୍ର ଅକୋଲାରେ ଯୋଗେନ୍ଦ୍ର ଯାଦବଙ୍କ ଉପରେ ଆକ୍ରମଣ

ଅକୋଲା ୨୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ସୋମବାର ସ୍ୱରାଜ ଇଣ୍ଡିଆ ପାର୍ଟିର ସଂସ୍ଥାପକ ଯୋଗେନ୍ଦ୍ର ଯାଦବଙ୍କ ଉପରେ ଅକୋଲାରେ ଆକ୍ରମଣ ହୋଇଛି। ଏକ ସେମିନାର ଚାଲିଥିବା ବେଳେ ଏହି କାଣ୍ଡ ଘଟିଛି। ଏହି ଆକ୍ରମଣ ପାଇଁ ‘ବଞ୍ଚିତ ବହୁଜନ ଅଘାଡ଼ି’ କାର୍ଯ୍ୟକର୍ତ୍ତାଙ୍କୁ ଦାୟି କରାଯାଉଛି। ସଭାରେ ଯୋଗେନ୍ଦ୍ର ଯାଦବଙ୍କ ସହିତ ଧସ୍ତାଧସ୍ତି କରାଯିବା ସହ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ପୋଲିସ ଯାଦବଙ୍କୁ ଆକ୍ରମଣକାରୀଙ୍କ କବଳରୁ ବାହାର ନେଉଥିବା ଦେଖାଯାଉଛି। 


ଏହି ଆକ୍ରମଣ ନେଇ ଯୋଗେନ୍ଦ୍ର ଯାଦବ ତାଙ୍କ ଏକ୍ସ ଆକାଉଣ୍ଟରେ ମଧ୍ୟ ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଅକୋଲା (ମହାରାଷ୍ଟ୍ର)ରେ ତାଙ୍କ ସହ ଓ ଭାରତ ଯୋଡୋ ଅଭିଯାନର ସାଥୀଙ୍କ ଉପରେ ଯେଉଁପରି ଆକ୍ରମଣ ହୋଇଛି ତାହା ଯେ କେହିବି ଗଣତନ୍ତ୍ର ପ୍ରେମୀ ପାଇଁ ଚିନ୍ତାର ବିଷୟ। ଭାରତ ଯୋଡୋ ଅଭିଯାନର ବିଦର୍ଭ ଗସ୍ତ କାର୍ଯ୍ୟକ୍ରମରେ ସେ ‘ସମ୍ବିଧାନର ରକ୍ଷା ଓ ଆମର ଭୋଟ’ ଶୀର୍ଷକ ସମ୍ମିଳନୀ କରୁଥିଲେ। ଯୋଗେନ୍ଦ୍ର ଯାଦବଙ୍କ ଭାଷଣକୁ ଅଟକାଇବା ପାଇଁ ୪୦-୫୦ ଜଣ ଲୋକ ମଞ୍ଚ ଉପରକୁ ଏକକାଳୀନ ଚଢି ଯାଇଥିଲେ। 


ପୋଲିସ ଆସିଯିବା ଯୋଗୁ ସେମାନେ ବେଶି କିଛି କରିପାରିନଥିଲେ, ତେବେ ସଭା ସ୍ଥଳରେ ପଡିଥିବା ଚେୟାର ଭଙ୍ଗାରୁଜା କରି ଚାଲିଯାଇଛନ୍ତି। ଆକ୍ରମଣ ଓ ଭଙ୍ଗା ରୁଜା ଯୋଗୁ ସଭାକୁ ସେହିଠାରେ ସମାପ୍ତ କରିଦିଆଯାଇଛି। ଯୋଗେନ୍ଦ୍ର ଯାଦବ ଲେଖିଛନ୍ତି ଯେ ସେ ୨୫ ବର୍ଷରେ ମହାରାଷ୍ଟ୍ରର ଅନେକ ସ୍ଥାନରେ ବ୍ୟାଖ୍ୟାନ ଦେଇଛନ୍ତି, ହେଲେ ଏପରି କେବେ ହୋଇ ନଥିଲା। ଏହା ନା କେବଳ ମହାରାଷ୍ଟ୍ର ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆସ୍ଥା ଓ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ମଧ୍ୟ ଦୁଃଖଦ ଅଟେ। 


ଏହି ଘଟଣା ଗଣତନ୍ତ୍ର ସୁରକ୍ଷା ପାଇଁ ଆମର ସମର୍ପଣକୁ ଆହୁରି ମଜଭୁତ କରିଛି। ଯେଉଁମାନେ ବି ମୋ ଭାଷଣରେ ଆତଙ୍କିତ ସେମାନେ ଶୁଣି ରଖନ୍ତୁ ଏହା ମୋର ଶେଷ ଅକୋଲା ଗସ୍ତ ନୁହେଁ। ମୁଁ ପୁଣି ଅକୋଲା ଆସିବି ଓ ଗଣତନ୍ତ୍ର ଏବଂ ସମ୍ବିଧାନ ପ୍ରତି ଆସ୍ଥା ରଖୁଥିବା ଲୋକଙ୍କ ଲାଗି ମୋର ଭାଷଣ ପ୍ରସ୍ତୁତ କରିବି।