ଜୀବନ ପରୀକ୍ଷାରେ ହାରିଗଲେ ଚନ୍ଦ୍ରଶେଖର: ରାତିରେ ଭୋଜି ଖାଇଥିଲେ, ସକାଳୁ ଚାଲିଗଲେ

ସୋରୋ ୨୧/୦୨: ଆଜି ଥିଲା ପରୀକ୍ଷା । ହେଲେ ଜୀବନ ପରୀକ୍ଷାରେ ହାରିଗଲେ ଚନ୍ଦ୍ରଶେଖର । ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି । ସୋର ବାହାନଗା ବ୍ଲକ ବାରିପଦା ଗ୍ରାମରେ ନଜର ଆସିଛି ଏମିତି ଅଭାବନୀୟ ଘଟଣା । ମୃତ ଛାତ୍ର ଜଣଙ୍କ କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର ସ୍ଥାନୀୟ ଉଦୟ ନାରାୟଣ ହାଇସ୍କୁଲ ଛାତ୍ର । ସୂଚନା ଥାଉକି, ଗତ ଦୁଇଦିନ ତଳେ ଚନ୍ଦ୍ରଶେଖର ପଡୋଶୀ ଘରେ ଭୋଜି ଖାଇ ପେଟ କାଟୁଥିଲା । ଗୁରୁବାର ଡାକ୍ତର ଦେଖାଇ ଔଷଧ ଖାଇଥିଲା । ସକାଳେ ମାଆ ଚନ୍ଦ୍ରଶେଖରକୁ ମାଟ୍ରିକ ପରୀକ୍ଷା ପାଇଁ ଗାଧୋଇଦେଇଥିଲେ । ଚନ୍ଦ୍ରଶେଖର ୫ କିଲୋମିଟର ଦୂର କଲ୍ୟାଣୀ ନୂଆପୁର ହାଇସ୍କୁଲ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ହେଉଥିଲା । ଗାଧୋଇବା ପରେ ହଠାତ ଟଳି ପଡିବାରୁ ତାକୁ ସୋର ଡାକ୍ତରଖାନା ପରିବାର ଲୋକେ ନେଇ ଆସିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । 

ଜୀବନ ପରୀକ୍ଷାରେ ହାରିଗଲେ ଚନ୍ଦ୍ରଶେଖର: ରାତିରେ ଭୋଜି ଖାଇଥିଲେ, ସକାଳୁ ଚାଲିଗଲେ

ସୋରୋ ୨୧/୦୨: ଆଜି ଥିଲା ପରୀକ୍ଷା । ହେଲେ ଜୀବନ ପରୀକ୍ଷାରେ ହାରିଗଲେ ଚନ୍ଦ୍ରଶେଖର । ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି । ସୋର ବାହାନଗା ବ୍ଲକ ବାରିପଦା ଗ୍ରାମରେ ନଜର ଆସିଛି ଏମିତି ଅଭାବନୀୟ ଘଟଣା । ମୃତ ଛାତ୍ର ଜଣଙ୍କ କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର ସ୍ଥାନୀୟ ଉଦୟ ନାରାୟଣ ହାଇସ୍କୁଲ ଛାତ୍ର । 

ସୂଚନା ଥାଉକି, ଗତ ଦୁଇଦିନ ତଳେ ଚନ୍ଦ୍ରଶେଖର ପଡୋଶୀ ଘରେ ଭୋଜି ଖାଇ ପେଟ କାଟୁଥିଲା । ଗୁରୁବାର ଡାକ୍ତର ଦେଖାଇ ଔଷଧ ଖାଇଥିଲା । ସକାଳେ ମାଆ ଚନ୍ଦ୍ରଶେଖରକୁ ମାଟ୍ରିକ ପରୀକ୍ଷା ପାଇଁ ଗାଧୋଇଦେଇଥିଲେ । ଚନ୍ଦ୍ରଶେଖର ୫ କିଲୋମିଟର ଦୂର କଲ୍ୟାଣୀ ନୂଆପୁର ହାଇସ୍କୁଲ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ହେଉଥିଲା । ଗାଧୋଇବା ପରେ ହଠାତ ଟଳି ପଡିବାରୁ ତାକୁ ସୋର ଡାକ୍ତରଖାନା ପରିବାର ଲୋକେ ନେଇ ଆସିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।