ରାଷ୍ଟ୍ରପତିଙ୍କ ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ

ଭୁବନେଶ୍ଵର: ରାଷ୍ଟ୍ରପତିଙ୍କ ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ। ଏଥି ସହ ସ୍ଥଗିତ ରହିଲା ରେଭେନ୍ସା ସମାବର୍ତ୍ତନ ଉତ୍ସବ। ରେଭେନ୍ସା ବିଶ୍ଵ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥାଆନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୫ ତାରିଖରେ ସମାବର୍ତ୍ତନ ଉତ୍ସବ ହେବାକୁ ଥିଲା ।  ଏହାକୁ ନେଇ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା। କିନ୍ତୁ କେଉଁ କାରଣ ପାଇଁ ରାଷ୍ଟ୍ରପତିଙ୍କ  ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ ହେଲା ତାର କାରଣ ଜଣା ପଡିନି। ନ୍ୟୁଜର ଅପଡେଟ୍ ଜାରି ରହିଛି... 

ରାଷ୍ଟ୍ରପତିଙ୍କ ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ

ଭୁବନେଶ୍ଵର: ରାଷ୍ଟ୍ରପତିଙ୍କ ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ। ଏଥି ସହ ସ୍ଥଗିତ ରହିଲା ରେଭେନ୍ସା ସମାବର୍ତ୍ତନ ଉତ୍ସବ। ରେଭେନ୍ସା ବିଶ୍ଵ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥାଆନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୫ ତାରିଖରେ ସମାବର୍ତ୍ତନ ଉତ୍ସବ ହେବାକୁ ଥିଲା ।  ଏହାକୁ ନେଇ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା। କିନ୍ତୁ କେଉଁ କାରଣ ପାଇଁ ରାଷ୍ଟ୍ରପତିଙ୍କ  ରେଭେନ୍ସା ଗସ୍ତ କାର୍ଯ୍ୟକ୍ରମ ବାତିଲ ହେଲା ତାର କାରଣ ଜଣା ପଡିନି। 

ନ୍ୟୁଜର ଅପଡେଟ୍ ଜାରି ରହିଛି...