ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲଙ୍କ ଇସ୍ତଫା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି ମେଣ୍ଟକୁ ପରାଜୟ ମିଳିଛି। କଂଗ୍ରେସ ମଧ୍ୟ ସେଭଳି କିଛି ଭଲ ପ୍ରଦର୍ଶନ କରିନାହିଁ। ଦଳର ଏଭଳି ଶୋଚନୀୟ ପରାଜୟ ପରେ ଏବେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କୁ ଦଳର ଦାୟିତ୍ୱରୁ ମୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି। ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ନାନା ପଟୋଲ ନିଜକୁ […]

ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲଙ୍କ ଇସ୍ତଫା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି ମେଣ୍ଟକୁ ପରାଜୟ ମିଳିଛି। କଂଗ୍ରେସ ମଧ୍ୟ ସେଭଳି କିଛି ଭଲ ପ୍ରଦର୍ଶନ କରିନାହିଁ। ଦଳର ଏଭଳି ଶୋଚନୀୟ ପରାଜୟ ପରେ ଏବେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କୁ ଦଳର ଦାୟିତ୍ୱରୁ ମୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି। ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ନାନା ପଟୋଲ ନିଜକୁ ଦାୟୀ କରିଛନ୍ତି ଏବଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନାନା ପଟୋଲ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ସେ ବର୍ତ୍ତମାନ ସୁଦ୍ଧା ମଲ୍ଲିକାର୍ଜୁନ ଖଡଗେ କିମ୍ବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ବ୍ୟକ୍ତିଗତ ସାକ୍ଷାତ କରିନାହାନ୍ତି। ଦଳର ହାଇ କମାଣ୍ଡ ମଧ୍ୟ ତାଙ୍କ ଇସ୍ତଫାପତ୍ର ଏଯାବତ ଗ୍ରହଣ କରିନଥିବା ଜଣାପଡ଼ିଛି।