ସକାଳୁ ସକାଳୁ ପୁରୀରେ ବଡ଼ ଅଘଟଣ, ୩ ଭକ୍ତଙ୍କ ମୃତ୍ୟୁ, ଅନେକ ଆହତ
ପୁରୀ, ୨୯।୬: ସକାଳୁ ସକାଳୁ ପୁରୀରେ ଘଟିଛି ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିଆ ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି। ସୂଚନାଥାଉ କି, ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଭୋରରୁ ଏପରି ବଡ଼ ଅଘଟଣ ଘଟିଛି। ତେବେ ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଘଟଣା ହୋଇଛି। ମୃତକ ବୋଲଗଡ଼ର ୩୬ ବର୍ଷୀୟ […] The post ସକାଳୁ ସକାଳୁ ପୁରୀରେ ବଡ଼ ଅଘଟଣ, ୩ ଭକ୍ତଙ୍କ ମୃତ୍ୟୁ, ଅନେକ ଆହତ appeared first on Dharitri Odia News.
ପୁରୀ, ୨୯।୬: ସକାଳୁ ସକାଳୁ ପୁରୀରେ ଘଟିଛି ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିଆ ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି।
ସୂଚନାଥାଉ କି, ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଭୋରରୁ ଏପରି ବଡ଼ ଅଘଟଣ ଘଟିଛି। ତେବେ ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଘଟଣା ହୋଇଛି। ମୃତକ ବୋଲଗଡ଼ର ୩୬ ବର୍ଷୀୟ ବାସନ୍ତୀ ସାହୁ, ୭୮ବର୍ଷୀୟ ପ୍ରେମକାନ୍ତି ମହାନ୍ତି, ବାଲିପାଟଣାର ପ୍ରଭାତୀ ଦାସ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଭକ୍ତଙ୍କ ଭିଡ଼ ଭିତରେ ଚାର କାଠ ବୋଝେଇ ଟ୍ରକ ପଶିଥିଲା। ଯାହାପରେ ଠେଲାପେଲାରେ ଏପରି ସ୍ଥିତି ହୋଇଛି।
The post ସକାଳୁ ସକାଳୁ ପୁରୀରେ ବଡ଼ ଅଘଟଣ, ୩ ଭକ୍ତଙ୍କ ମୃତ୍ୟୁ, ଅନେକ ଆହତ appeared first on Dharitri Odia News.