ସରିଲା ରେଲୱେ ଟ୍ରାକ୍‌ ମରାମତି କାମ, ଖୁବ ଶୀଘ୍ର ହେବ ରେଳ ଚଳାଚଳ

କଟକ: ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରାକ୍‌ ମରାମତି କାମ । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ନେଇ ସୂଚନା ମିଳିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ହେବା ନେଇ ସୂଚନା ଦେଇଛି ରେଲୱେ ବିଭାଗ । ସେପଟେ କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ? କାରଣ ଖୋଜୁଛି ରେଲୱେ ସେଫ୍ଟି ବିଭାଗ । କଟକ ନିର୍ଗୁଣ୍ଡି ଷ୍ଟେସନରେ ଚାଲିଛି ତଦନ୍ତ । ରେଳ ଦୁର୍ଘଟଣା ପରେ ରାତି ସାରା ଟ୍ରାକ […]

ସରିଲା ରେଲୱେ ଟ୍ରାକ୍‌ ମରାମତି କାମ, ଖୁବ ଶୀଘ୍ର ହେବ ରେଳ ଚଳାଚଳ

କଟକ: ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରାକ୍‌ ମରାମତି କାମ । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ନେଇ ସୂଚନା ମିଳିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ହେବା ନେଇ ସୂଚନା ଦେଇଛି ରେଲୱେ ବିଭାଗ । ସେପଟେ କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ? କାରଣ ଖୋଜୁଛି ରେଲୱେ ସେଫ୍ଟି ବିଭାଗ । କଟକ ନିର୍ଗୁଣ୍ଡି ଷ୍ଟେସନରେ ଚାଲିଛି ତଦନ୍ତ ।

ରେଳ ଦୁର୍ଘଟଣା ପରେ ରାତି ସାରା ଟ୍ରାକ ମରାମତି କାମ ଜାରି ରହିଥିଲା । ନିର୍ଗୁଣ୍ଡି ଷ୍ଟେସନର ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ବ୍ରିଜେସ କୁମାର ମିଶ୍ର । କୌଣସି ବ୍ୟକ୍ତି ଦୁର୍ଘଟଣା ସମ୍ପର୍କରେ କିଛି ତଥ୍ୟ ଦେବାକୁ ଚାହୁଁଥିଲେ ଖୋର୍ଦ୍ଧା ରୋଡ୍‌ ଡିଆରଏମ୍‌ ଅଫିସର ଯାଇ ତଥ୍ୟ ରଖିପାରିବେ । ଏହାଛଡ଼ା ସାଉଥ ଇଷ୍ଟର୍ଣ୍ଣ ସର୍କଲର କମିଶନର ଅଫ ରେଲୱେ ସେଫଟିକୁ ମଧ୍ୟ ଚିଠି ଲେଖି ଜଣାଇପାରିବେ ବୋଲି କହିଛି ରେଲୱେ ବିଭାଗ।